କେବେ ଦେଖିଛନ୍ତିକି ଜଳର ଉତ୍ପାତ, ଜାଣିଛନ୍ତିକି ଏହା କେତେ ଭୟଙ୍କର

ଆମେରିକାର ଅଲବାମା ନିକଟରେ ଗଳ୍ପ କୋଷ୍ଟରେ ପାଗ କିଛିଟା ଖରାପ ଥିଲା  ।  ଘନ କଳା ବାଦଲ ଭିତରୁ ହଟାତ ତିନୋଟି ଜଳ ରାଶି ଘୁରି ଘୁରି ଉପରକୁ ଉଠୁଥିବା ଦେଖାଯାଇଥିଲା  ।  ଯେବେକି ଗୋଟିଏ ବି ଜଳ ଭ୍ରମର ଦେଖିବା ଏକ ପ୍ରକାର ଅସମ୍ଭବ ହୋଇଥାଏ  ।  କିନ୍ତୁ ଏଠି ତ ତିନି ତିନୋଟି ଭ୍ରମର ଏକା ସାଥିରେ ଦେଖାଦେଇଥିଲା ।  କିନ୍ତୁ ଜାଣନ୍ତିକି ଏମିତି ଜଳ ଭ୍ରମର କାହିଁକି ଉଠିଥାଏ  ।  ଏହା ଦ୍ୱାରା କଣ କଣ କ୍ଷତି ଘଟିପାରେ  ।  ଆସନ୍ତୁ ଜାଣିବା ଏମିତି ଏକ ପ୍ରାକୃତିକ ଘଟଣା ପଛର ପ୍ରକୃତ କାରଣ କଣ  ।  କାହିଁକି ଉଠିଥାଏ ଏମିତି ଜଳ ରାଶି  ।

ଯେବେ କୌଣସି କ୍ଷେତ୍ରରେ ଚାରି ପଟରୁ ପବନ ବହି ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି  ।  ସେଠାରେ ଏହି ପଵନ ଗୋଲାକାର ଆକୃତିରେ ବୁଲିବାକୁ ଲାଗିଥାଏ  । କିନ୍ତୁ ଯଦି ଏହି ପବନ ଭୂମିରେ ବୋହିଥାଏ ତେବେ ଏହାକୁ ଭବଣ୍ଡର ବା ଟରନାଡୋ କୁହାଯାଏ  ।  କିନ୍ତୁ ଯଦି ଏହା ସମୁଦ୍ରର ଉପରି ଭାଗରେ ସୃଷ୍ଟି ହୁଏ ତେବେ ଏହାକୁ ଜଳ ସ୍ଥମ୍ଭ ଜୁହାଯାଏ  ।  ଭୂମିରେ ଏପରି ସ୍ଥିତି ଦେଖାଦେଲେ ପବନ ସହିତ ଧୂଳି, ମାଟି, ଗଛ, ଲତା, ପତ୍ର ଆଦି ଉଡିବାକୁ ଲାଗିଥାନ୍ତି  ।  କିନ୍ତୁ ଜଳ ଭାବଣ୍ଡରରେ ମାଛ, ନୌକା ଆଦି ବି ଆକାଶରେ ଉଡିବାକୁ ଲାଗିଯାନ୍ତି  ।

କିନ୍ତୁ ଏପରି ଘଟଣା ଖୁବ କମ ଦେଖିବାକୁ ମିଳିଥାଏ  ।  ଆଉ ମଧ୍ୟ ଏପରି ଘଟଣା ଅଚାନକ ଘଟିଥାଏ  ।  ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନ ନଥାଏ  ।  ଆଉ ଏହି କାରଣରୁ ବୈଜ୍ଞାନିକ ମାନେ ଏହା ଉପରେ ଅଧିକ ଅଧ୍ୟୟନ କରିପାରିନାହାନ୍ତି । କହିରଖିବା ଉଚିତ ହେବକି ଜଳ ଭବଣ୍ଡର ୧୫ ରୁ ୨୦ ପର୍ଯ୍ୟନ୍ତର ସମୟ କିମ୍ବା ଏହା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବି ହୋଇପାରେ  ।  ନଦୀ, ସମୁଦ୍ର, ସାଗର କିମ୍ବା ମହାସାଗର ଆଦିରେ ବି ଏପରି ଘଟଣା ଘଟିପାରେ  ।

ଭୂମି ଉପରେ ସୃଷ୍ଟି ହୋଇଥିବା ଭବଣ୍ଡର କେବେ ଛୋଟ ହୋଇଥାଏ ତ କେବେ ବଡ଼ ହୋଇଥାଏ । କିନ୍ତୁ ଏହା ଖୁବ ଭୟଙ୍କର ହୋଇଥାଏ ଆଉ ଦୀର୍ଘ ସମୟ ଧରି ଚାଲିଥାଏ । ଯେବେ ଦୁଇଟିରୁ ଅଧିକ ଜଳ ଭବନ୍ଦର ସୃଷ୍ଟି ହୁଏ ଆଉ ଏମାନଙ୍କ ମଧ୍ୟରେ ଦୂରତା ୨ କିମିରୁ କମ ଥିଲା । ଆଉ ଏମାନେ ମିଳିତ ଭାବେ ଏକ ବଡ଼ ଟରନାଡୋରେ ପରିଣ ଏହାର ଉଚ୍ଚତା ଶହ ଶହ ମିଟର ଉପରେ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.