ପରିବର୍ତ୍ତିନୀ ଏକାଦଶୀ ବ୍ରତ, ମିଳିବ ସଂପୂର୍ଣ୍ଣ ଫଳ ଏବଂ ପାପରୁ ମୁକ୍ତି
![bishnu](https://knewsodisha.com/wp-content/uploads/2021/06/bishnu.jpg)
ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପରିବର୍ତ୍ତିନୀ ଏକାଦଶୀ ଆଜି ପାଳନ କରାଯାଉଛି। ଏହାକୁ ବାମନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଏହିଦିନ ଭଗବାନ ବିଷ୍ଣୁ ବାମନ ସ୍ବରୂପକୁ ଆରାଧନା କରାଯାଏ। ଭାଦ୍ରବ ଶୁକ୍ଳ ଏକାଦଶୀକୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠନ୍ତି, ତେଣୁ ଏହାକୁ ପରିବର୍ତ୍ତିନୀ ଏକାଦଶୀ ବୋଲି କୁହାଯାଏ।
ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଚାରିମାସ ରହିଥାନ୍ତି, ତେଣୁ ଏହାକୁ ଚର୍ତୁମାସ ବୋଲି କୁହାଯାଏ। ପରିବର୍ତ୍ତିନୀ ଏକାଦଶୀ ଦିନ ବ୍ରତ ରଖିବା ଦ୍ବାରା ଭଗବାନ ବିଷ୍ଣୁ ବାମନ ଅବତାର ଭାବେ ପୂଜା କରାଯାଏ। ପୂଜା ସମୟରେ ଏକାଦଶୀ ବ୍ରତ କଥା ଶୁଣିବାକୁ ମିଳିଥାଏ। ବ୍ରତ କଥା ଶୁଣିବା ଦ୍ବାରା ପୂଣ୍ଯ ଏବଂ ଫଳ ପ୍ରାପ୍ତ ହୋଇଥାଏ।
ବ୍ରତ କଥା :
ଥରେ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣ ଠାରୁ ଏକାଦଶୀ ବ୍ରତ ବିଷୟରେ ଜାଣିବା ପାଇଁ ଇଚ୍ଛା କରିଥିଲେ। ସେତେବେଳେ ଶ୍ରୀକୃଷ୍ଣ ପରିବର୍ତ୍ତିନୀ ଏକାଦଶୀ ବିଷୟରେ କହିଥିଲେ। ଶ୍ରୀକୃଷ୍ଣ କହିଥିଲେ, ତ୍ରେତୟା ଯୁଗରେ ଦିତ୍ଯରାଜ ବଳି ଭଗବାନ ବିଷ୍ଣୁଙ୍କ ଅନ୍ଯନ ଭକ୍ତ ଥିଲେ। ତାଙ୍କ ପରାକ୍ରମରେ ଇନ୍ଦ୍ର ଏବଂ ଦେବତାଗଣ ଭୟ କରୁଥିଲେ। ଇନ୍ଦ୍ରଲୋକରେ ସେମାନଙ୍କ କବଜା ରହିଥିଲା। ଏହି ଡରରେ ସବୁ ଦେବ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇଥିଲେ।
ଇନ୍ଦ୍ରଙ୍କ ସମେତ ସମସ୍ତ ଦେବତା ବଳିଙ୍କ ଭୟରୁ ମୁକ୍ତି ପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥିଲେ। ଭଗବାନ ବିଷ୍ଣୁ ନିଜର ବାମନ ଅବତାର ଧାରଣ କରିଥିଲେ। ତେଣୁ ବଳିଙ୍କ ପାଖକୁ ଯାଇ ତିନି ପାଦ ଭୂମି ଦାନ ମାଗିଥିଲେ। ବଳି ବାମନ ଦେବଙ୍କ ତିନି ପାଦ ଭୂମି ଦେବାକୁ ବଚନ ମଧ୍ୟ ଦେଇଥିଲେ। ଯେତେବେଳେ ବାମନ ଦେବ ନିଜର ଅସଲ ସ୍ବରୂପକୁ ଆସିଥିଲେ, ସେତେବେଳେ ୩ ପାଦ ଭୂମି ମଧ୍ୟ କମ୍ ପଡିଥିଲା। ଦୁଇଟି ପାଦରେ ସବୁ ଜମି ନେଇଥିଲେ ବାମନ ଦେବ। ତେଣୁ ୩ ପାଦ ଭୂମି ପାଇଁ ନିଜ ମୁଣ୍ଡ ଉପରେ ପାଦ ରଖିଥିଲେ। ବଳିଙ୍କ ଏପରି ଭକ୍ତି ଦେଖି ଭଗବାନ ବିଷ୍ଣୁ ତାଙ୍କୁ ପାତାଳ ଲୋକ ପଠାଇଥିଲେ। ଏହି ପ୍ରକାରରେ ଭଗବାନ ବିଷ୍ଣୁଙ୍କ ବାମନ ଅବତାରର ଉଦ୍ଦେଶ୍ଯ ପୂରଣ ହୋଇଥିଲା। ତା’ ପର ଠାରୁ ଦେବତାଙ୍କୁ ଭୟ ଏବଂ ଆତଙ୍କରୁ ମୁକ୍ତି ମିଳିଥିଲା।
ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ, ଯେଉଁ ଲୋକ ପରିବର୍ତ୍ତନୀ ଏକାଦଶୀ ଦିନ ବ୍ରତ ରଖିଥାନ୍ତି, ଆଉ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତି, ସେମାନେ ସମସ୍ତ ପାପରୁ ମୁକ୍ତି ପାଆନ୍ତି।