ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଗଙ୍ଗାସାଗର ମେଳା ଏବଂ କଣ ରହିଛି ଏହାର ମହତ୍ତ୍ୱ

କୁମ୍ଭ ମେଳା ପରେ ସବୁଠାରୁ ଲୋକପ୍ରିୟ ମେଳା ହେଉଛି ଗଙ୍ଗାସାଗର ମେଳା। ଏହା ଭାରତର ସବୁଠାରୁ ବଡ ମେଳା, ଯାହା ସାଗରଦ୍ୱୀପ, ପଶ୍ଚିମ ବଙ୍ଗଳାରେ ଆୟୋଜିତ କରାଯାଇଥାଏ। ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଲାଗିରହିଥାଏ। ଏହି ପର୍ବର ଏକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି, ଯେଉଁଠାରେ ତୀର୍ଥଯାତ୍ରୀ ଗଙ୍ଗାର ପବିତ୍ର ଜଳରେ ବୁଡ ପକାଇଥାନ୍ତି।

ganga sagara melaଜାଣନ୍ତୁ ଗଙ୍ଗାସାଗର ମେଳାର ମହତ୍ୱ:

ଗଙ୍ଗାଙ୍କୁ ହିନ୍ଦୁ ପୌରାଣିକ କଥାରେ ସବୁଠାରୁ ପବିତ୍ର ବୋଲି କୁହାଯାଇଥାଏ। ଏହି ନଦୀ ଗଙ୍ଗୋତ୍ରୀରୁ ବାହାରି ସାଗରଦ୍ୱୀପରେ ନିଜର ଯାତ୍ରା ଶେଷ କରିଥାଏ। ଅନ୍ୟଏକ ପୌରାଣିକ ତଥ୍ୟ ଅନୁଯାୟୀ ଉଲ୍ଲେଖ ରହିଛି ଯଦି କୌଣସି ବ୍ୟକ୍ତି ଏଠାରେ ସ୍ନାନ କରିଥାନ୍ତି ତେବେ ସେହି ବ୍ୟକ୍ତି ନିଜର ସମସ୍ତ ପାପରୁ ମୁକ୍ତ ହୋଇଥାନ୍ତି। ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ବୁଡ ପକାଇ ଭଗବାନ ସୂର୍ଯ୍ୟଙ୍କ ପୂଜା କରିଥାନ୍ତି।

gangasagar-ପର୍ଯ୍ୟଟକମାନେ ସ୍ନାନ କରିବା ପରେ ହିନ୍ଦୁ ପୌରାଣିକ କଥାର ପ୍ରସିଦ୍ଧ ଋଷି କପିଳ ମୁନିଙ୍କ ମନ୍ଦିର ଯାଇଥାନ୍ତି। ଏହି ମେଳା ମକର ସଂକ୍ରାନ୍ତି ଦିନ ହୋଇଥାଏ, ଯାହା ପ୍ରତ୍ୟେକ ବର୍ଷ ୧୪ ବା ୧୫ ଜାନୁଆରୀରେ ପାଳନ କରାଯାଇଥାଏ।

Leave A Reply

Your email address will not be published.