ଫଗୁଣ ଅମାବାସ୍ୟାରେ ପିତୃ ପୁରୁଷ ପାଇଥାନ୍ତି ମୋକ୍ଷ, ଜାଣନ୍ତୁ ଏହାର ମହତ୍ତ୍ୱ

ଶାସ୍ତ୍ର ଅନୁଯାୟୀ ଫଗୁଣ ଅମାବାସ୍ୟାର ଅନେକ ମହତ୍ୱ ରହିଛି । କୁହାଯାଏ ଏହି ଦିନ ଗଙ୍ଗା ନଦୀରେ ସ୍ନାନ କଲେ ପୁର୍ଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ମାନ୍ୟତା ଅଛିକି ଏହି ଦିନ ସଙ୍ଗମ ତଟରେ ଦେବତା ମାନେ ବାସ କରିଥାନ୍ତି ଓ ଏହି ଅମାବାସ୍ୟା ହିନ୍ଦୁ ବର୍ଷର ଅନ୍ତିମ ଅମାବାସ୍ୟା । ତେଣୁ କରି ସଙ୍ଗମ ତଟରେ ସ୍ନାନ କରି ଭଗବାନଙ୍କ ଆଶୀର୍ବାଦ ଲାଭ କରାଯାଇଥାଏ । ଚଳିତ ବର୍ଷ ଏହି ତିଥି ଆସନ୍ତା ଫେବୃଆରୀ ୨୩ ତାରିଖରେ ହିଁ ପଡୁଛି । ତେବେ ଆସନ୍ତୁ ଜାଣିବା ଏହି ଫଗୁଣ ଅମାବାସ୍ୟା ତିଥିର ମହତ୍ୱ ବିଷୟରେ –

– ଫଗୁଣ ମାସରେ ପଡୁଥିବା ଏହି ଅମାବାସ୍ୟାକୁ ଶ୍ରାଦ୍ଧ କର୍ମ ପାଇଁ ସବୁଠୁ ଶୁଭ ଭାବେ ଧରାଯାଇଥାଏ ।

falguna

– କାଳସର୍ପ ଦୋଷ ନିବାରଣ ପାଇଁ ଏହି ଦିନର ବି ଏକ ବିଶେଷ ମହତ୍ୱ ଅଛି ।

– ଏହି ଦିନରେ ଗଙ୍ଗା ନଦୀରେ ସ୍ନାନ କରିବାକୁ ବି ଖୁବ ଶୁଭ ବୋଲି ଧରାଯାଇଥାଏ । ଆଉ ମଧ୍ୟ ବିଶ୍ୱାସ କରାଯାଏ କି ଏହି ଦିନ ସଙ୍ଗମ ତଟରେ ଦେବତା ମାନେ ବାସ କରନ୍ତି ।

– ଏହି ଦିନ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ- ପୁର୍ଣ୍ୟ ଆଦି କରିବା ନିହାତି ଆବଶ୍ୟକ ।

falguna

– ଫଗୁଣ ଅମାବାସ୍ୟାର ଅନେକ ଧାର୍ମିକ ତୀର୍ଥ ସ୍ଥଳୀରେ ମେଳା ଆଦିର ମଧ୍ୟ ଆୟୋଜନ ହୋଇଥାଏ ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଫଗୁଣ ମାସ ବର୍ଷର ଅନ୍ତିମ ମାସ । ଏହି ମାସରେ ପଡୁଥିବା ଅମାବାସ୍ୟାକୁ ଫଗୁଣ ଅମାବାସ୍ୟା ବୋଲି କୁହାଯାଏ । ଶ୍ରାଦ୍ଧ ଆଦି କରିବା, ପୂର୍ବ ପୁରୁଷଙ୍କୁ ତୃପ୍ତି କରିବା ପାଇଁ ଏହାକୁ ସବୁଠୁ ଶ୍ରେଷ୍ଠ ଦିନ ଭାବେ ଧରାଯାଏ । ବିଶ୍ୱାସ କରାଯାଏ କି ଏହି ଦିନ ଶ୍ରାଦ୍ଧ ତର୍ପଣ ଆଦି କଲେ ପୂର୍ବପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

Leave A Reply

Your email address will not be published.