Categories: ସ୍ପେଶାଲ

ଏହା ଏମିତି ଏକ ହ୍ରଦ, ଯେଉଁଠିକୁ ଗଲା ମାତ୍ରେ ଯେ କେହି ହୋଇଯାଆନ୍ତି ପଥର!

ଆପଣ ରାଜା ମିଡାସ୍‌ଙ୍କ କାହାଣୀ ତ ନିଶ୍ଚୟ ଶୁଣିଥିବେ। ସେ ଯେଉଁ ଜିନିଷକୁ ଛୁଅଁନ୍ତି, ତାହା ସୁନା ପାଲଟିଯାଏ। କିନ୍ତୁ କେବେ ଏମିତି ହ୍ରଦ ବିଷୟରେ ଶୁଣିଛନ୍ତି କି, ଯାହାର ପାଣିକୁ ଯେ କେହି ଛୁଇଁବା ମାତ୍ରେ ସେ ପଥର ପାଲଟିଯାଏ? ଆଜି ଆମେ ଆପଣଙ୍କୁ ଏହିି ହ୍ରଦ ବିଷୟରେ କହିବାକୁ ଯାଉଛୁ। ଉତ୍ତର ତାଞ୍ଜାନିଆରେ ଥିବା ଏହି ହ୍ରଦର ନାଁ ହେଉଛି ‘ନେଟ୍ରାନ୍‌ ଲେକ୍‌’।

ଫଟୋଗ୍ରାଫର ନିକ୍‌ ବ୍ରାଣ୍ଡଟ୍‌ ଯେବେ ଉତ୍ତର ତାଞ୍ଜାନିଆର ନେଟ୍ରାନ ହ୍ରଦର ତଟରେଖାରେ ପହଞ୍ଚିଥିଲେ, ସେତେବେଳେ ସେଠାକାର ଦୃଶ୍ୟ ତାଙ୍କୁ ଚମକାଇ ଦେଇଥିଲା। ହ୍ରଦ କୂଳରେ ମଝିରେ ମଝିରେ ପଶୁପକ୍ଷୀମାନଙ୍କ ଷ୍ଟାଚ୍ୟୁ ତାଙ୍କୁ ନଜର ଆସିଥିଲା। ସେହି ଷ୍ଟାଚ୍ୟୁ ଅସଲି ମୃତ ପକ୍ଷୀମାନଙ୍କର ଥିଲା। ପ୍ରକୃତ କଥା ହେଲା, ହ୍ରଦକୁ ଆସୁଥିବା ଜୀବଜନ୍ତୁ ଏବଂ ପଶୁପକ୍ଷୀ କେଲ୍‌ସିଫାଏଡ୍‌ ହୋଇ ପଥର ପାଲଟିଯାଇଛନ୍ତି।

ବ୍ରାଣ୍ଡଟ୍‌ ନିଜର ନୂଆ ଫଟୋ ବୁକ୍‌ ‘Across the Ravaged Land’ରେ ଲେଖିଛନ୍ତି, କେହି ବି ଏହା ନିଶ୍ଚିତ ରୂପରେ ଜାଣିନାହାନ୍ତି କି ଏମାନେ କିପରି ମରିଛନ୍ତି? କିନ୍ତୁ ଲାଗୁଛି, ହ୍ରଦର ଅତ୍ୟଧିକ ରିଫ୍ଲେକ୍ଟିଭ୍‌ ନେଚର ସେମାନଙ୍କୁ ଦିଗଭ୍ରଷ୍ଟ କରିଦେଇଥିବାରୁ ସମସ୍ତେ ପାଣିରେ ପଡ଼ିଯାଇଛନ୍ତି’।

ସେ ଆହୁରି ଲେଖିଛନ୍ତି ଯେ ‘ପାଣିରେ ଲୁଣ ଏବଂ ସୋଡ଼ାର ମାତ୍ରା ବହୁତ ଅଧିକ ରହିଛି। ଏତେ ଅଧିକ ଯେ ଏହା ମୋର କୋଡାକ୍‌ ଫିଲ୍ମ ବକ୍ସର ସ୍ୟାହୀକୁ କିଛି ସମୟ ପାଇଁ ଜମାଟ ବନ୍ଧିଦେଇଥିଲା। ତେବେ ପାଣିରେ ଅଧିକ ମାତ୍ରାରେ ଥିବା ସୋଡ଼ା ଏବଂ ଲୁଣ ପକ୍ଷୀମାନଙ୍କ ମୃତ ଶରୀରକୁ ସୁରକ୍ଷିତ ରଖିଥାଏ’।

ବ୍ରାଣ୍ଡଟ୍‌ଙ୍କ ପୁସ୍ତକଟି ଏହିି ଫଟୋଗ୍ରାଫି ଡକ୍ୟୁମେଣ୍ଟର ୩ୟ ସଂସ୍କରଣ ଅଟେ, ଯାହାକୁ ନିକ୍‌ ପୂର୍ବ ଆଫ୍ରିକାରେ ପଶୁମାନଙ୍କ ଗାଏବ ହେବା ଉପରେ ଲେଖିଛନ୍ତି।
ପାଣିରେ ଅଲକ୍‌ଲାଇନ୍‌ର ସ୍ତର ରହିଛିି ପିଏଚ୍‌ ୯ ଏବଂ ପିଏଚ୍‌ ୧୦.୫। ଅର୍ଥାତ୍‌ ଅମୋନିଆ ଯେତିକି ଅଲକ୍‌ଲାଇନ୍‌ ସେତିକି। ହ୍ରଦର ତାପମାତ୍ରା ମଝିରେ ମଝିରେ ୬୦ ଡିଗ୍ରୀ ପଯ୍ୟର୍ନ୍ତ ପହଞ୍ଚିଯାଇଥାଏ। ଜ୍ୱାଳାମୁଖୀର ନିଅାଁଝୁଲରେ ଯେଉଁ ତତ୍ତ୍ୱ ଥାଏ, ତାହା ଏହି ପାଣିରେ ହିଁ ମିଳିଥାଏ। ସାଧାରଣତଃ ଏହି ତତ୍ତ୍ୱକୁ ମିଶରବାସୀ ମମିିକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରିଥାଆନ୍ତି।

ପୁସ୍ତକରେ ଆଉ ମଧ୍ୟ ଲେଖାଯାଇଛି, ‘ସବୁ ପ୍ରାଣୀ calcification କାରଣରୁ ଚଟାଣ ଭଳି ଟାଣ ହୋଇଯାଇଥିଲେ। ତେଣୁ ଭଲ ଫଟୋ ନେବା ପାଇଁ ଆମେ ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରିପାରି ନ ଥିଲୁ। ତେଣୁ ଆମକୁ ସେହି ଅବସ୍ଥାରେ ହିଁ ଫଟୋ ନେବାକୁ ପଡ଼ିଥିଲା’।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago