କାଳି ଘାଟକୁ ଡଙ୍ଗା ଯାଏ ନାହିଁ କାହିଁକି? ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

ଚଳିତବର୍ଷ ଲକଡାଉନ ପାଇଁ ଫିକା ପଡିଛି ବିଭିଦନ୍ନ ଉତ୍ସବ। ଏଥିପାଇଁ କେବଳ ପରମ୍ପରାକୁ ବଜାୟ ରଖିବା ପାଇଁ ଠାକୁରଙ୍କ ନୀତିକାନ୍ତି ପାଳନ କରାଯାଉଛି। ଯେଉଁ ଉତ୍ସବରେ ହଜାର ହଜାର ଭକ୍ତଙ୍କ ଭିଡ ଜମେ ସେଠି ଆଜି କେବଳ ସେବାୟତମାନେ ହିଁ କାମ ଚଳାଉଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗାରେ ଅବସ୍ଥିତ ବିନୋଦ ବିହାରୀ ମନ୍ଦିରରେ।

mahangaକଟକ ଜିଲ୍ଲା ମାହାଙ୍ଗା ରଘୁନାଥନଗର ଠାରେ ପ୍ରାଚୀନ ଶ୍ରୀ ଶ୍ରୀ ବିନୋଦ ବିହାରୀଙ୍କ ମନ୍ଦିର ରହିଛି l ପୁରୀ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଏହି ମନ୍ଦିର l ବାର ମାସରେ ଏଠି ତେର ଯାତ୍ରା ପାଳନ କରାଯାଇଥାଏ। ବିଶେଷ ରୂପେ ବିନୋଦ ବିହାରୀଙ୍କ ଚନ୍ଦନ ଯାତ୍ରା, ଦୋଳ ଯାତ୍ରା ଏବଂ ଅର୍ଣ୍ଣକୋଟ ମହାସମାରୋହରେ ପାଳିତ ହୋଇଥାଏ। ଏଥିପାଇଁ ଏହିଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗିଥାଏ କିନ୍ତୁ ଆଜିର ଏହି କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନ ପାଇଁ ଏହିସବୁ ଯାତ୍ରା ମନ୍ଦିର ପରିସରରେ ପାଳିତ ହୋଇଛି।

ପଵିତ୍ର ଅକ୍ଷୟ ତୃତୀୟା ଠାରୁ ମା ରାଧାରାଣୀ,ଲଳିତା ଓ ବିଶାଖାକୁ ଧରି ନୌକା ବିହାର କରିବାକୁ ଜରିଆ ନଦୀକୁ ଯାଆନ୍ତି l କିମ୍ବଦନ୍ତୀ କହେ ଏକଦା ପ୍ରଭୁ ବିନୋଦ ବିହାରୀଙ୍କ ସହିତ ସଖି ଚିତ୍ରରେଖା ନୌକା ବିହାର କରୁଥିବା ସମୟରେ ଦୁଇ ଜଣଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ କାଳି ଘାଟ ଗଣ୍ଡ ଠାରେ ଦେବୀ ଚିତ୍ରରେଖା ନଦୀଗର୍ଭକୁ ଡେଇଁ ପଡିଥିଲା l ସେହିଦିନ ଠାରୁ ନୌକା କେବେବି କାଳି ଘାଟ ପର୍ଯ୍ୟନ୍ତ ଯାଏନାହିଁ l କୁହାଯାଏ ଚିତ୍ରରେଖା ଗଣ୍ଡ ଡେଇଁବା ପର ଠାରୁ ସେ ଜରିଆ ନଦୀ ଗର୍ଭରେ ସହବାସ କରି ଆସୁଛନ୍ତି l

mahanga-ମାନ୍ୟତା ରହିଛି ସ୍ଥାନୀୟ ଅଞ୍ଚଳରେ କାହାରି କିଛି ଉତ୍ସବ ଅନୁଷ୍ଠିତ ହେଲେ ହାଣ୍ଡି, କଡେଇ ଇତ୍ୟାଦି ଆବଶ୍ୟକ ସରଞ୍ଜାମ ଗଣ୍ଡ ନିକଟରେ ମାଗିଲେ ତାହା ଭାସି ଆସି କୂଳରେ ଲାଗିଯାଏ l କାର୍ଯ୍ୟ ସରିଲା ପରେ ସେହି ଉପକରଣକୁ ନଦୀରେ ଫେରାଇ ଦିଆଯାଏ l ଥରେ ଜଣେ ଧୀବର ମାଛ ଧରୁ ଧରୁ ତା’ର ଜାଲ ମନ୍ଦିରର ଅଗ୍ରଭାଗରେ ଲାଗିଥିଲା l ସେ ଜାଲ ଆଣିବାକୁ ପାଣି ଭିତରେ ପ୍ରବେଶ କରିବା ପରେ ଦେଖିଲା ସୁନ୍ଦର ମନ୍ଦିର ଭିତରେ ମା ବିରାଜମାନ କରିଛନ୍ତି l ଏହି ଘଟଣାକୁ କାହାରିକୁ ପ୍ରକାଶ କରିବାକୁ ମନା କରିଥିଲେ କିନ୍ତୁ ଧୀବର ଜଣକ ଏହି କଥାକୁ ନିଜ ପତ୍ନୀ ଆଗରେ ପ୍ରକାଶ କରିଦେବାରୁ ତା’ର ଛାତି ଫାଟି ମୃତ୍ୟୁ ହୋଇଥିଲା। ସେହିଦିନଠାରୁ କାଳିଘାଟକୁ କେହି ଯାଆନ୍ତି ନାହିଁ। ଲୋକ କଥାରେ ଏଭଳି ଶୁଣିବାକୁ ମିଳିଥାଏ। ଅମବାସ୍ୟା ତିଥିରେ ଅନେକ ଲୋକମାନେ ଏହି ଗଣ୍ଡରେ ପୂଜାର୍ଚ୍ଚନା କରି ପରିବାରର ମଙ୍ଗଳ କାମନା କରିଥାନ୍ତି।

କଟକ ଜିଲ୍ଲା ମାହାଙ୍ଗାରୁ ଅର୍ଜୁନ ସାହୁଙ୍କ ରିପୋର୍ଟ କେନ୍ୟୁଜ୍‌ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.