ଏଠାରେ ମାଆଙ୍କ ପ୍ରତିମାରୁ ବାହାରେ ଝାଳ, ଭାରତରେ ଥିବା ଏଭଳି ବିଚିତ୍ର ମନ୍ଦିର ସମ୍ପର୍କରେ ଜାଣନ୍ତୁ ରହସ୍ୟ

ଭଗବାନଙ୍କୁ ନେଇ ଏମିତି ଅନେକ କଥା ରହିଛି, ଯାହାକୁ ଜାଣିବା ପାଇଁ ଆମର ଇଚ୍ଛା ରହିଥାଏ। ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଆଜି ଆମେ ଆପଣଙ୍କୁ ସେମିତି କିଛି ରହସ୍ୟ ସମ୍ପର୍କରେ କହିବୁ।

ପୁଣ୍ୟ ଭୂମି ଭାରତ ବର୍ଷରେ ଦେବୀ ମାଆଙ୍କ ସ୍ଥାପନାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ସେହି ସବୁ ସ୍ଥାନରେ ଭିନ୍ନ ଭିନ୍ନ ମାନ୍ୟତା ମଧ୍ୟ ରହିଛି। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ କେବେ ଭଗବାନଙ୍କ ପ୍ରତିମାରୁ ଝାଳ ବାହାରୁଥିବାର ଶୁଣିଛନ୍ତି। କଣ , ଶୁଣି କି ଅଜବ ଲାଗୁଛି ନା, କିନ୍ତୁ କଥା ଟା ସତ। ଆମେ କହିବୁ ଏହା ସମ୍ପର୍କରେ ପୁରା ତଥ୍ୟ।

ଏଭଳି ମନ୍ଦିର ରହିଛି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ଜବଲପୁରରେ ମା କାଳୀଙ୍କ ଭବ୍ୟ ମନ୍ଦିର । ଯାହାକୁ ନେଇ ରହିଛି ଲୋକଙ୍କର ଭିନ୍ନ ମାନ୍ୟତା। ଭକ୍ତଙ୍କ କହିବା ଅନୁଯାୟୀ ଏଠାରେ ମାଆଙ୍କ ପ୍ରତିମାରୁ ଝାଳ ବାହାରେ। ମାନ୍ୟତା ରହିଛି ଯେ, ମାଆ ଏଠାରେ ଗରମକୁ ସହ୍ୟ କରିପାରନ୍ତି ନାହିଁ , ତେଣୁ ତାଙ୍କ ପ୍ରତିମାରୁ ଝାଳ ବାହାରେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମାଆଙ୍କ ପାଇଁ ଏଠାଣେ ଏସି ଲଗାଯାଇଥାଏ।

ଏହି ମନ୍ଦିର ଦୀର୍ଘ ୬୦୦ ବର୍ଷ ପୁରୁଣା। ଖବର ମିଳିଛି ଯେ, ଗୋଣ୍ଡବାନା ସାମ୍ରାଜ୍ୟ ଥିବା ସମୟରେ ଏହି ମନ୍ଦିରକୁ ସ୍ଥାପନା କରାଯାଇଥିଲା। ତେବେ ଦର୍ଶକବନ୍ଧୁ ଏଭଳି ଅଜବ ମାନ୍ୟତା କେବଳ ମଧ୍ୟପ୍ରଦେଶରେ ନୁହେଁ ବରଂ ହିମାଚଳପ୍ରଦେଶର ଭଲେଇ ମାତା, ତାମିଲନାଡ଼ୁର ଭଗବାନ କାର୍ତ୍ତିକେୟଙ୍କ ମୁରୁଗା ମନ୍ଦିରରେ ମଧ୍ୟ ଦେଖିବାକୁ ମିଳେ। ଦୁଃଖ ନାଶ କରିବା ପାଇଁ ଭଗବାନଙ୍କ ଏହି ଝାଳକୁ ଭକ୍ତମାନଙ୍କ ଉପରେ ଛିଞ୍ଚା ଯାଇଥାଏ। ଏଭଳି ମାନ୍ୟତା ପାଇଁ ଏହିସବୁ ମନ୍ଦିର ବିଶ୍ୱବିଖ୍ୟାତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.