ସ୍ପେଶାଲ

ଜାଣନ୍ତୁ କେବେ ପଡୁଛି ଗଙ୍ଗା ଦଶହରା, କ’ଣ ରହିଛି ଏହାର ମହତ୍ବ

ସନାତନ ସଂସ୍କୃତିର ଏକ ପବିତ୍ର ପର୍ବ ହେଉଛି ଗଙ୍ଗା ଦଶହରା। ଧାର୍ମିକ ମାନ୍ଯତା ଅନୁଯାୟୀ କୁହାଯାଇଥାଏ ଏହି ଦିନ ମାଁ ଗଙ୍ଗାଙ୍କର ଧରିତ୍ରୀରେ ଅବତରଣ ହୋଇଥିଲା। ଗଙ୍ଗା ଦଶହରା ଦିନ ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ମନୁଷ୍ଯ ପାପ କର୍ମରୁ ମୁକ୍ତି ହୋଇଥାନ୍ତି। ଏହିଦିନ ପବିତ୍ର ନଦୀରେ ସ୍ନାନ କରିବା ସହ ଦାନ-ପୁଣ୍ଯ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ କେବେ ପଡୁଛି ଗଙ୍ଗା ଦଶହରା ଏବଂ ହିନ୍ଦୁ ଧର୍ମରେ କଣ ରହିଛି ଏହି ଖାସ୍ ପର୍ବର ମହତ୍ବ।

ଜାଣନ୍ତୁ ଗଙ୍ଗା ଦଶହରା କେବେ?

ହିନ୍ଦୁ ପଚାଂଗ ଅନୁଯାୟୀ ପ୍ରତ୍ଯେକ ବର୍ଷ ଜ୍ଯେଷ୍ଠ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ଆସନ୍ତା ୧ ଜୁନ୍ ୨୦୨୦ ସୋମବାରରେ ପଡୁଛି।

ଗଙ୍ଗା ଦଶହରା ମୁହୂର୍ତ୍ତ

ଦଶମୀ ତିଥି ଆରମ୍ଭ: ୩୧ ମେ ୨୦୨୦ ସଂଧ୍ଯା ୦୫.୩୬ ମିନିଟ୍

ଦଶମୀ ତିଥି ସମାପନ: ୧ ଜୁନ୍ ୨୦୨୦ ଅପରାହ୍ନ ୦୨.୫୭ ମିନିଟ୍ ପର୍ଯ୍ଯନ୍ତ

ଏହି ମନ୍ତ୍ର ଜପ କରି ମାଁ ଗଙ୍ଗାଙ୍କ ଆରାଧନା କରନ୍ତୁ

।। ନମୋ ଭଗବତେ ଦଶପାପହରାୟେ ଗଙ୍ଗାୟେ ନାରାୟଣ୍ଯେ ରେୱତ୍ଯେ ଶିବାୟେ ଦକ୍ଷାୟେ ଅମୃତାୟେ ବିଶ୍ବରୁପିଣ୍ଯେ ନନ୍ଦିନ୍ଯେ ତେ ନମୋ ନମଃ ।।

ଏହାର ଅର୍ଥ ହେଉଛି, ହେ ଭଗବତୀ, ଦଶପାପ ହରଣ କରୁଥିବା ମାଁ ଗଙ୍ଗା, ନାରାୟଣୀ, ରେବତି, ଶିବ, ଦକ୍ଷା, ଅମୃତା, ବିଶ୍ବରୁପିଣୀ, ନନ୍ଦିନୀଙ୍କୁ ମୋର ପ୍ରଣାମ।

କଣ ରହିଛି ମହତ୍ବ

ଧାର୍ମିକ ମାନ୍ଯତା ଅନୁଯାୟୀ ଗଙ୍ଗା ମାଁଙ୍କୁ ପୂଜା କରିବା ଦ୍ବାରା ମନୁଷ୍ଯ ଦଶ ପ୍ରକାର ପାପରୁ ମୁକ୍ତି ପାଇଥାନ୍ତି। ଗଙ୍ଗା ଧ୍ଯାନ ଏବଂ ସ୍ନାନ କରିବା ଦ୍ବାରା ପ୍ରାଣୀ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ବ୍ରହ୍ମହତ୍ଯା, ଛଳ, କପଟ, ପରନିନ୍ଦା ଭଳି ପାପରୁ ମୁକ୍ତି ହୋଇଥାଏ। ଏହିଦିନ ଛତୁଆ, ମାଠିଆ ଏବଂ ହାତ ପଙ୍ଖା ଦାନ କରିବା ଦ୍ବାରା ଦୁଇଗୁଣା ଫଳ ପ୍ରାପ୍ତି ହୋଇଥାଏ।

ଜାଣନ୍ତୁ ମାଁ ଗଙ୍ଗାଙ୍କ ଧରିତ୍ରୀକୁ ଅବତରଣ କଥା

ପୌରାଣିକ ମାନ୍ଯତା ଅନୁଯାୟୀ ମାଁ ଗଙ୍ଗାଙ୍କୁ ସ୍ବର୍ଗାଲୋକରୁ ଧରିତ୍ରୀକୁ ରାଜା ଭାଗୀରଥ ନେଇ ଆସିଥିଲେ। ଏଥିପାଇଁ ସେ କଠୋର ତପସ୍ଯା ମଧ୍ଯ କରିଥିଲେ। ଭାଗୀରଥଙ୍କ କଠୋର ତପସ୍ଯାରେ ମାଁ ପ୍ରସନ୍ନ ହୋଇ ତାଙ୍କ ପ୍ରାର୍ଥନା ସ୍ବିକାର କରିଥିଲେ। କିନ୍ତୁ ଗଙ୍ଗା ମାତା ଭାଗୀରଥଙ୍କୁ କହିଥିଲେ ପୃଥିବୀରେ ଅବତରଣ ସମୟରେ ତାଙ୍କ ବେଗକୁ ରୋକିବା ପାଇଁ କିଛି ଆବଶ୍ଯକ ରହିଛି ନଚେତ ଧରିତ୍ରୀକୁ ଚିରି ରସାତଳକୁ ଚାଲିଯିବି ଏବଂ ଏହାଦ୍ବାରା ପୃଥିବୀବାସି ପାପରୁ ମୁକ୍ତ ହୋଇପାରିବେ ନାହିଁ। ଏହାପରେ ଭାଗୀରଥ ମାଁ ଗଙ୍ଗାଙ୍କ କଥା ଶୁଣି ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ଯା କରିଥିଲେ। ପରେ ଭାଗୀରଥଙ୍କ ତପସ୍ଯାରେ ପ୍ରସନ୍ନ ହୋଇ ପ୍ରଭୁ ଶିବ ମାଁ ଗଙ୍ଗାଙ୍କୁ ନିଜ ଜଟାରେ ଧାରଣ କରିଥିଲେ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago