ଲିଟର ତେଲରେ କେତେ କିମି. ପର୍ଯ୍ୟନ୍ତ ଯାତ୍ରା କରେ ଟ୍ରେନ୍? କେବେ ଭାବିଛନ୍ତି କେତେ ହୋଇଥିବ ମାଇଲେଜ୍
ଟ୍ରେନ୍ ଯାତ୍ରା ଆନନ୍ଦଦାୟକ ତ ଆପଣ ଜାଣିଛନ୍ତି କିନ୍ତୁ କଣ ଏହା ଜାଣିଛନ୍ତି ଗୋଟେ ଲିଟର ଡିଜେଲରେ କେତେ କିମି ଅତିକ୍ରମ କରେ ଟ୍ରେନ୍ । ଯଦି ଜାଣିନାହାଁନ୍ତି ତାହେଲେ ଆପଣଙ୍କୁ ଜଣାଇବୁ ଯେ ଟ୍ରେନର ମାଇଲେଜ୍ କେତେ ।

କଣ ଆପଣ କେବେ ଭାବିଛନ୍ତି ଏକ ଲିଟର ଡିଜେଲରେ କେତେ କିଲୋମିଟର ଚାଲିଥାଏ ଟ୍ରେନ । ଏହାକୁ ନେଇ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛିି ନା ନାହିଁ । ଟ୍ରେନ୍ ଯାତ୍ରା ଆନନ୍ଦଦାୟକ ତ ଆପଣ ଜାଣିଛନ୍ତି କିନ୍ତୁ କଣ ଏହା ଜାଣିଛନ୍ତି ଗୋଟେ ଲିଟର ଡିଜେଲରେ କେତେ କିମି ଅତିକ୍ରମ କରେ ଟ୍ରେନ୍ । ଯଦି ଜାଣିନାହାଁନ୍ତି ତାହେଲେ ଆପଣଙ୍କୁ ଜଣାଇବୁ ଯେ ଟ୍ରେନର ମାଇଲେଜ୍ କେତେ । ଏବଂ ଗୋଟେ ଲିଟର ତେଲରେ କେତେ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଆପଣ ତ ଜାଣିଛନ୍ତି ବର୍ତ୍ତମାନ ପେଟ୍ରୋଲ-ଡିଜେଲର ଦର ଲଗାତର ଭାବେ ବୃଦ୍ଧି ପାଇ ପାଇ ଏବେ ଆକାଶଛୁଆଁ । ତେବେ ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ଟ୍ରେନ୍ କେତେ ମାଇଲେଜ୍ ଦେଇଥାଏ ।
ସାରା ଦେଶରେ ଚାଲୁଥିବା ଟ୍ରେନ ଗୁଡିକର ମାଇଲେଜ୍ ଏକା ଭଳି ହୋଇନଥାଏ । ଟ୍ରେନର ଡିଜେଲ ଇଞ୍ଜିନ୍ କେତେ ପାଓ୍ଵାର ରହିଛି, ତାରି ହିସାବରେ ଟ୍ରେନର ମାଇଲେଜ୍ କରାଯାଏ । ଏହାସହିତ ଟ୍ରେନର ସଞ୍ଚାଳନ କେଉଁ ଲାଇନରେ ହେଉଛି ଏବଂ ସେହି ଲାଇନରେ କେତେ ଟ୍ରାଫିକ ମିଳିଥାଏ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏକ ୧୨ ବଗି ଥିବା ପାସେଞ୍ଜର ଟ୍ରେନର ଇଞ୍ଜିନ ୬ ଲିଟର ତେଲରେ ଏକ କିଲୋମିଟର ଯାତ୍ରା କରିଥାଏ । ସେହିଭଳି ୨୪ ବଗି ଥିବା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ୍ ମଧ୍ୟ ୬ ଲିଟରରେ ୧ କିମି ମାଇଲେଜ୍ ଦେଇଥାଏ ।
ଯଦି ଆମେ ୧୨ଟି ବଗି ଥିବା ଏକ୍ସପ୍ରେସ ଟ୍ରେନ୍ ବିଷୟରେ କଥା ହେବା ତାହେଲେ ୪.୫ ଲିଟରରେ ଏକ କିଲୋମିଟର ମାଇଲେଜ୍ ଦେଇଥାଏ ଟ୍ରେନ୍ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରେନକୁ ନିଜ ରୁଟରେ ସାଧାରଣତଃ ଅଧିକ ଷ୍ଟେସନରେ ଅଟକିବାକୁ ପଡିଥାଏ । ଯେଉଁ କାରଣରୁ ଟ୍ରେନ୍ ଅଧିକ ବେଗରେ ଯାଇପାରେନାହିଁ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରେନ୍ ଅଧିକ ଥର ଷ୍ଟେସନରେ ଅଟକିବା କାରଣରୁ ମାଇଲେଜ୍ କମ୍ ହୋଇଥାଏ । ସେହିପରି ସୁପରଫାଷ୍ଟ ଟ୍ରେନରେ କମ୍ ଷ୍ଟପେଜ ଥିବା କାରଣରୁ ଏହାର ସ୍ପିଡ୍ ଦୃତ ଥାଏ ଏବଂ ଏଥିରେ ବାରମ୍ବାର ବ୍ରେକ୍ ଲଗାଇବାକୁ ମଧ୍ୟ ପଡିନଥାଏ । ଏହି କାରଣରୁ ପାସେଞ୍ଜର ଟ୍ରେନ୍ ମୁକାବିଲାରେ ଏହାର ମାଇଲେଜ୍ ମଧ୍ୟ ଭଲ ରହିଥାଏ ।
ଟ୍ରେନର ମାଇଲେଜ୍ ସେଥିରେ ଲାଗିଥିବା ବଗି ଉପରେ ନିର୍ଭର କରିଥାଏ । କମ୍ ବଗି ହେବା କାରଣରୁ ଇଞ୍ଜିନ୍ ଉପରେ ଅଧିକ ଲୋଡ ପଡିନଥାଏ । ଏମିତିରେ ଇଞ୍ଜିନର ପାଓ୍ଵାର ବଢ଼ିଯାଇଥାଏ । ଡିଜେଲ ଇଞ୍ଜିନ୍ ଥିବା ଟ୍ରେନର ମାଇଲେଜ୍ ଘଣ୍ଟା ହିସାବରେ ଚାଲିଥାଏ ।