କ’ଣ ଏହି ପ୍ଲାଜମା ଥେରାପି, କିପରି ହୁଏ ଚିକିତ୍ସା

ପ୍ଲାଜମା ଏକ ଅତ୍ଯାଧୁନିକ ଚିକିତ୍ସା ପଦ୍ଧତି। କରୋନା ସଂକ୍ରମିତମାନେ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସେମାନଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଶରୀରରେ ଏହାକୁ ପ୍ରଦାନ କରାଯାଇଥାଏ। ଏହି ଚିକିତ୍ସା ଅନ୍ଯ ରାଜ୍ଯରେ ବି ଫଳପ୍ରଦ ହୋଇଥିବା ନଜରକୁ ଆସିଛି। ସୂଚନା ମୁତାବକ ଗତକାଲି ଦିଲ୍ଲୀ ସରକାର ଏକ ପ୍ଲାଜମା ବ୍ଯାଙ୍କ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

plasma-ପୂର୍ବ ସୂଚନା ଅନୁଯାୟୀ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଲାଗି ଦେଶର ପ୍ରଥମ ରାଜ୍ଯ ଭାବେ କେରଳ ଗତ ଏପ୍ରିଲ ମାସରେ ପ୍ଲାଜମା ଥେରାପିର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା। ଏହାପରେ ଦିଲ୍ଲୀ ସମେତଅନ୍ଯ ରାଜ୍ଯମାନେ ମଧ୍ଯ ଏହି ଥେରାପିକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ। କିନ୍ତୁ ଆଇସିଏମଆର୍ ତରଫରୁ ଏହାକୁ ଅନୁମୋଦନ ଦିଆଯାଇନଥିଲା। ଶେଷରେ ଗତ ମେ’ ମାସରେ ଦେଶର ୨୧ଟି ହସ୍ପିଟାଲକୁ ପ୍ଲାଜମା ଥେରାପି ପାଇଁ ଅନୁମୋଦନ ମିଳିଥିଲା। ଏହି ୨୧ଟି ହସ୍ପିଟାଲ ମଧ୍ଯରେ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ତାମିଲନାଡୁ, ମଧ୍ଯପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଚଣ୍ଡିଗଢର କିଛି ମୁଖ୍ଯ ହସ୍ପିଟାଲ ସାମିଲ ଥିଲା।

plasma2ରିପୋର୍ଟ ଅନୁଯାୟୀ ଓଡିଶା ସରକାର ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରିବାକୁ ଯାଉଛି । ଏନେଇ କିମ୍ସ ସମେତ ୪ଟି ହସ୍ପିଟାଲରେ ଏହି ଚିକିତ୍ସା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.