ଜାଣନ୍ତୁ ହରି ଶୟନ ଏକାଦଶୀରେ କାହିଁକି ନିଦ୍ରା ଯାଆନ୍ତି ନାରାୟଣ

ହିନ୍ଦୁ ଶାସ୍ତ୍ରରେ ହରିଶୟନ ଏକାଦଶୀର ଏକ ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଠାରୁ ଚତୁର୍ମାସର ଆରମ୍ଭ ହୋଇଥାଏ । ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ଏହି ସମୟ ଆରମ୍ଭ ହୋଇ କାର୍ତ୍ତିକ ମାସ ଏକାଦଶୀ ତିଥି ପର୍ଯ୍ୟନ୍ତ ଚାଲିଥାଏ । ହିନ୍ଦୁ ଧର୍ମରେ ଏହି ମାସକୁ ତପସ୍ୟାର ମାସ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛିଯେ ଏହି ଦିନ ଭଗବାନ ବିଷ୍ଣୁ ଗଭୀର ନିଦ୍ରାକୁ ଚାଲିଯାନ୍ତି । ଆଉ ଚାରି ମାସ ପରେ ଦେବୋଉଠାଣ ଏକାଦଶୀରେ ତାଙ୍କ ନିଦ ଭାଙ୍ଗିଥାଏ । ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ ଯେତେ ଦିନ ଯାଏଁ ଶୁଅନ୍ତି ସେମଧ୍ୟରେ କୌଣସି ଶୁଭକାର୍ଯ୍ୟ କରାଯାଇନଥାଏ । ଏମିତିକି ଯାତ୍ରା ଆଦି ପାଇଁ ବାରଣ କରାଯାଏ । ପ୍ରାଚୀନ କାଳରେ ରୁଷି ମୁନି ମାନେ ଏହି ମାସରେ କୁଆଡେ ଯିବା ଆସିବା କରୁନଥିବା ଜଣାଯାଏ । ତେବେ ଆସନ୍ତୁ ଜାଣିବା ଚତୁର୍ମାସରେ ବିଷ୍ଣୁଙ୍କ ନିଦାଗ୍ରସ୍ତ ହେବା ପଛର ରହସ୍ୟ ବିଷୟରେ :

hari

କୁହାଯାଏକି ବର୍ଷର ଏହି ଚାରିମାସରେ ଅତ୍ୟଧିକ ବର୍ଷା ହେଉଥିବାରୁ ବିଶ୍ୱର ଅଧିକାଂଶ ସ୍ଥାନ ପାଣିରେ ବୁଡିକି ରହିଥାଏ । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଚାରି ମାସ ଧରି ସୂର୍ଯ୍ୟ ଦକ୍ଷିଣ ମୁହାଁକୁ ଗତି କରିଥାନ୍ତି । ଏହି ସମୟରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିଥାନ୍ତି । କର୍କଟ ରାଶିର ଚିହ୍ନ କଙ୍କଡା ହୋଇଥିବାରୁ ବିଶ୍ୱାସ କରାଯାଏକି କଙ୍କଡା ସୂର୍ଯ୍ୟଙ୍କ ରଶ୍ମିକୁ ଖାଇଯାଆନ୍ତି । ତେଣୁ ବିଶ୍ୱରେ ଯେମିତି ଅନ୍ଧକାର ଓ ଉଦାସି ଛାଇ ଯାଇଥାଏ । ପୃଥିବୀ ପୃଷ୍ଠର ଉର୍ବରତା ହ୍ରାସ ପାଇଥାଏ । ତେଣୁ ଭଗବାନ ବିଷ୍ଣୁ ନିଜ ଥକ୍କାପଣ ମେଣ୍ଟାଇବା ପାଇଁ ଏହି ସମୟରେ ବିଶ୍ରାମ ନେବା ପାଇଁ ନିଦାଗ୍ରସ୍ତ ହୁଅନ୍ତି । ଆଉ ନିଜର ସମସ୍ତ କାର୍ଯ୍ୟଭାର ବିଭିନ୍ନ ଅବତାର ମାନଙ୍କୁ ସମର୍ପଣ କରିଦିଅନ୍ତି । ଏହି ଅବତାର ମାନେ ସାଗରରୁ ସଂଜୀବନୀ ବୁଟୀ ସଂଗ୍ରହ କରନ୍ତି । ଯାହାଫଳରେ ବିଶ୍ୱ ପୁଣି ଥରେ ସବୁଜ ଶ୍ୟାମଳ ଭରା ହୋଇଯାଏ ।

ବର୍ଷର ଏହି ସମୟରେ ଅଧିକାଂଶ ପର୍ବପର୍ବାଣି ପଡିଥାଏ । ଆଉ ଏହି ପର୍ବପର୍ବାଣି ପାଳନ କରିବା ସହ ଲୋକେ ଭଗବାନଙ୍କୁ ପ୍ରାର୍ଥନା କରନ୍ତିଯେ ଚଳିତ ବର୍ଷ ଠିକ ପରିମାଣରେ ବର୍ଷା ହେଉ ।  ଆଷାଢ଼ର ଏହି ମାସ ପରେ ଶ୍ରାବଣ ମାସ ଆରମ୍ଭ ହୋଇଥାଏ । ଯାହାକୁ ଶିବଙ୍କ ମାସ କୁହାଯିବା ସହ ତାଙ୍କୁ ଆରାଧନା କରାଯାଏ । ଶ୍ରାବଣ ମାସ ଶେଷ ହେବା ପରେ ଭାଦ୍ରବ ମାସର ଆରମ୍ଭ ହୋଇଥାଏ । ଏହି ମାସରେ ଜନ୍ମାଷ୍ଟମୀ, ରକ୍ଷାବନ୍ଧନ, ଶ୍ରୀ ଗଣେଶ ଚତୁର୍ଥୀ, ଦଶହରା, ଦୀପାବଳି ପରି ପର୍ବ ପର୍ବାଣି ପଡିଥାଏ । ଏହାର ଠିକ ପରେ ପରେ ଆରମ୍ଭ ହେଉଥିବା ପିତୃ ପକ୍ଷରେ ପୂର୍ବଜ ମାନଙ୍କୁ ସ୍ମରଣ କରାଯାଇଥାଏ । ଭଗବାନ ରାମ ରାବଣର ବଧ କରି ଅଯୋଧାକୁ ଫେରିଥିଲେ । ଦୀପାବଳି ପକ୍ଷରେ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରାଯିବା ଦ୍ୱାରା ଭଗବାନ ବିଷ୍ଣୁ ଜାଗ୍ରତ ହୁଅନ୍ତି । ଆଉ ଏହା ପରେ ଲକ୍ଷ୍ମୀ ନାରାୟଣଙ୍କର ବିବାହ ହୋଇଥିଲା । ଆଉ ଏହାରି ପରେ ପରେ ବିବାହ ପରି ଶୁଭ କାର୍ଯ୍ୟ କରାଯାଇଥାଏ ।

 

 

 

You might also like