ରାତି ସମୟରେ ଶୁଣାଯାଏ ମୂର୍ତ୍ତିମାନଙ୍କର କଥା, ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ

ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ । ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ ହୋଇ ରହିଛି । ଏମିତି କିଛି ମନ୍ଦିର ରହିଛି, ଯାହା ଅତ୍ୟନ୍ତ ରହସ୍ୟମୟ ଏବଂ ବିଚିତ୍ର । ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ମନ୍ଦିରରେ ଥିବା ମୂର୍ତ୍ତି ଗୁଡିକ ପରସ୍ପର ଭିତରେ କଥା ହୋଇଥାନ୍ତି ।
ସେହି ମନ୍ଦିରଟି ହେଉଛି ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିର । ବିହାରରେ ରହିଛି ପ୍ରସିଦ୍ଧ ତ୍ରିପୁରା ସୁନ୍ଦରୀ ମନ୍ଦିର । ଏହି ମନ୍ଦିରଟି ୪୦୦ ବର୍ଷ ପୂର୍ବେ ସ୍ଥାପନା କରାଯାଇଥିଲା । ଏହି ମନ୍ଦିର ତନ୍ତ୍ରସାଧନା ପାଇଁ ପ୍ରସିଦ୍ଧ ହୋଇଛି । ବହୁ ବଡ଼ ବଡ଼ ତନ୍ତ୍ର ସାଧକ ମାନେ ଏହିଠାରେ ତ୍ରିପୁରା ସାଧନା କରି ସିଦ୍ଧିପ୍ରାପ୍ତ କରିଥାନ୍ତି । ଦେବୀ ତ୍ରିପୁରା ସୁନ୍ଦରୀ ବହୁତ ପ୍ରତ୍ୟକ୍ଷ । ଏହି ମନ୍ଦିରର ସବୁଠାରୁ ରହସ୍ୟମୟ କଥା ହେଉଛି ମନ୍ଦିରରେ ଥିବା ମୂର୍ତ୍ତି ଗୁଡିକ ପରସ୍ପର ଭିତରେ କଥା ହୋଇଥାନ୍ତି ।
କୁହାଯାଏ ଯେ, ମନ୍ଦିର ରାତ୍ର ପହୁଡ଼ ପରେ ଏହି ମନ୍ଦିରରେ କେହି ରୁହନ୍ତି ନାହିଁ । କେବଳ ମନ୍ଦିର ପରିସର ବାହାରେ ରାତ୍ର ଜଗୁଆଳି ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି । କିନ୍ତୁ ପ୍ରତିଦିନ ମଧ୍ୟରାତ୍ରିରେ ଏହି ମନ୍ଦିର ଭିତରୁ ଅନେକ କଥାବାର୍ତ୍ତା ଶୁଣାଯାଇଥାଏ । ଏହାର ରହସ୍ୟ ଜାଣିବାକୁ ଅନେକ ବ୍ୟକ୍ତି ଓ ପୂଜକମାନେ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛନ୍ତି । ବୈଜ୍ଞାନିକ ମାନେ ଏହି ମନ୍ଦିର ଉପରେ ଗବେଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ପାରିନାହାନ୍ତି । ହେଲେ ମନ୍ଦିର ଗାତ୍ରରେ ଥିବା ମୂର୍ତ୍ତି ଗୁଡିକର ପ୍ରତିଦିନ କିଛି ବିଲକ୍ଷଣ ପରିଦୃଷ୍ଟ ହୋଇଥାଏ । ଅର୍ଥାତ ଏହିମାନେ ରାତ୍ରରେ ଜୀବନ୍ତ ରୂପ ନେଇ ପରସ୍ପର ବାର୍ତ୍ତାଳାପ କରିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି । ତ୍ରିପୁରା ସୁନ୍ଦରୀ ମନ୍ଦିରରେ ରହିଛି ଏହିଭଳି ଆଶ୍ଚର୍ଯ୍ୟମୟ ଘଟଣା ।