ଜାଣନ୍ତୁ କାହିଁକି ଭଗବାନ ଶଙ୍କରଙ୍କର ଅତିପ୍ରିୟ ବେଲପତ୍ର, ପୂଜାରେ ଏହି କଥାରେ ରଖନ୍ତୁ ବିଶେଷ ଧ୍ୟାନ

ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ୨୧ ଫେବୃଆରୀରେ ପାଳନ କରାଯିବ। ଶିବରାତ୍ରୀ ତ ପ୍ରତ୍ୟେକ ମାସରେ ଆସିଥାଏ କିନ୍ତୁ ପାଲଗୁନ ମାସର କୃଷ୍ଣପକ୍ଷ ଚର୍ତୁଦଶୀ ଦିନ ପଡୁଥିବା ଶିବରାତ୍ରୀର ବିଶେଷ ମହତ୍ତ୍ୱ ରହିଥାଏ, ଯାହାକୁ ମହାଶିବରାତ୍ରୀ ରୂପେ ପାଳନ କରାଯାଏ। ଭଗବାନ ଶିବଙ୍କ ପୂଜାରେ ସର୍ବାଧିକ ବେଲପତ୍ର ବ୍ୟବହାର କରାଯାଇଥାଏ। ତେବେ ଜାଣନ୍ତୁ ଭଗବାନ ଶଙ୍କରଙ୍କ କାହିଁକି ଅତି ପ୍ରିୟ ବେଲପତ୍ର।

mahakalଶିବ ପୁରାଣ ଅନୁଯାୟୀ ସାଗର ମନ୍ଥନ ସମୟରେ ଯେତେବେଳେ ହଳାହଳ ବିଷ ବାହାରିବାକୁ ଲାଗିଥିଲା ସେହି ସମୟରେ ଭଗବାନ ଶଙ୍କର ଏହି ବିଷକୁ ନିଜ କଣ୍ଠରେ ଧାରଣ କରିଥିଲେ। ଏହାର ପ୍ରଭାବରେ ଭଗବାନଙ୍କ ମସ୍ତିଷ୍କ ଗରମ ହେବାକୁ ଲାଗିଥିଲା। ଏହି ସମୟରେ ଦେବାତାଗଣ ଭଗବାନ ଶଙ୍କରଙ୍କ ମସ୍ତିଷ୍କରେ ଜଳ ଲାଗି କରିବା ଆରମ୍ଭ କରିଥିଲେ ଏବଂ ଥଣ୍ଡା ହେବା ପାଇଁ ବେଲପତ୍ର ଅର୍ପଣ କରିଥିଲେ। ଏହାପରେ ନୀଳକଣ୍ଠଙ୍କ ମସ୍ତିଷ୍କ ତାପ କମ ହୋଇଥିଲା। ଏହିକାରଣରୁ ଭଗବାନ ଶଙ୍କରଙ୍କର ଅତିପ୍ରିୟ ବେଲପତ୍ର।

sib-ବେଲପତ୍ର ଅର୍ପଣ କରିବା ପୂର୍ବରୁ ପ୍ରଥମେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହାର ପତ୍ର ଯେପରି ଫଟା ହୋଇନଥିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ବେଲପତ୍ର ଅର୍ପଣ କରିବା ସମୟରେ ଏହା ୩ଟି ରୁ କମ ହେବା ଅନୁଚିତ। ଯଦି କୌଣସି ଶାଖାରେ ଗୋଟିଏ ବି ପତ୍ର ଖଣ୍ଡିଆ ହୋଇଥାଏ ତେବେ ଏହାକୁ ଅର୍ପଣ କରନ୍ତୁ ନାହିଁ।

shivratriଏହାବ୍ୟତୀତ ବେଲପତ୍ର ଗଛର ମୂଳରେ ଦୀପ ଲଗାଇ ରଖିବା ଦ୍ୱାରା ଶ୍ରଦ୍ଧାଳୁ ସର୍ବସୁଖ ପ୍ରାପ୍ତ କରିଥାନ୍ତି। ଏଥିସହ ବେଲପତ୍ର ଗଛ ମୂଳରେ ଯଦି କୌଣସି ବ୍ୟକ୍ତି କ୍ଷୀର ଏବଂ ଘିଅରେ ପ୍ରସ୍ତୁତ ହୋଇଥିବା ଅନ୍ନ ଦେଇଥାନ୍ତି ତେବେ ଦରିଦ୍ରତା କେବେ ବି ସେହି ବ୍ୟକ୍ତିଙ୍କ ପାଖରେ ଦେଖାଦେଇନଥାଏ।

Leave A Reply

Your email address will not be published.