ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନିୟା ସମସ୍ୟା ଯୋଗୁଁ ଚାଲିଗଲା ବାପି ଲାହିରିଙ୍କ ଜୀବନ, ତେବେ ଏହି ରୋଗ କ’ଣ ଜାଣନ୍ତୁ

ବଲିଉଡ ସଂଗୀତକାର ତଥା ଗାୟକ ବାପି ଲାହିରିଙ୍କ ଅଚାନକ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଥିଲେ। ଦୀର୍ଘବର୍ଷରୁ ଲୋକଙ୍କୁ ନିଜ ସ୍ୱରରେ ବାନ୍ଧି ରଖିଥିଲେ। ତାଙ୍କ ସଂଗୀତରେ ସମସ୍ତେ ପାଗଳ ଥିଲେ। ଲୋକେ ତାଙ୍କୁ ସ୍ନେହରେ ବାପିଦା ବୋଲି କହୁଥିଲେ। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ଦିନ ରାତିରେ କଣ ହୋଇଥିଲା ତାହା ତାଙ୍କ ଜ୍ୱାଇଁ ଗୋବିନ୍ଦ ବଂସଲ କହିଛନ୍ତି। ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ସେଦିନ ବାପିଦା ଡିନର କରିଥିଲେ। ଅଧଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

ବାପି ଲାହିରିଙ୍କ ଜନ୍ମ ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ କୋଲକାତାରେ ହୋଇଥିଲା। ସଙ୍ଗୀତ ଜଗତର ହୋଇନଥିଲେ ବି ନିଜ ଭିନ୍ନ ଅନ୍ଦାଜ ଯୋଗୁ ସେ ଖୁବ୍‌ କମ୍‌ ଦିନ ମଧ୍ୟରେ ନିଜର ଏକ ଖାସ୍‌ ପରିଚୟ ସୃଷ୍ଟି କରିପାରିଥିଲେ। ନିଜ ଗେଟ୍‌ଅପ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କାରଣ ବାପି ସବୁବେଳେ ସୁନାର ଆଭୂଷଣ ପିନ୍ଧିବାକୁ ଭଲ ପାଉଥିଲେ। ଏମିତି କୌଣସି ଶୋ’ ନାହିଁ ଯେଉଁଠାକୁ ବାପି ଲାହିରି ବିନା ସୁନା ଗହଣା ପିନ୍ଧି ଯାଇଥିବେ।

ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ ସେଠାରେ ଡାକ୍ତରମାନେ ତାଙ୍କୁ ରାତି ପ୍ରାୟ ୧୧ଟା ୪୪ରେ ମୃତ ଘୋଷଣା କରିଥିଲେ। ତେବେ ବାପିଦା କିଛି ସମୟ ପୂର୍ବରୁ ଅସୁସ୍ଥ ଥିଲେ ଓ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏହି ଘଟଣା ଘଟିଛି। ବାପିଦାଙ୍କ ଚିକିତ୍ସା କରିଥିବା ଡାକ୍ତରମାନେ ତାଙ୍କର ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନିୟା (ଏସଓଏ) ସମସ୍ୟା ଥିବାର କହିଥିଲେ। ତେବେ ଏସଓଏ କ’ଣ?

sleep anepia
Photo credit: Penn State

ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନିୟା ଏକ ନିଦ ସମ୍ପର୍କିତ ନିଶ୍ୱାସପ୍ରଶ୍ୱାସ ସମସ୍ୟା। ଏହି ସମସ୍ୟା ହେଲେ ନିଦରେ ଶୋଇଥିବା ବେଳେ ବାରମ୍ବାର ନିଶ୍ୱାସପ୍ରଶ୍ୱାସ ବନ୍ଦ ହୋଇଥାଏ ଓ ଚାଲିଥାଏ। ତେବେ ଶୋଇଥିବା ଲୋକ ତା ନିଶ୍ୱାସ ପ୍ରଶ୍ୱାସ ଅଟକୁଥିବାର ନିଜେ ଜାଣିପାରିନଥାଏ। ନିଦରେ ନିଶ୍ୱାସପ୍ରଶ୍ୱାସ ଅଟକିବାର ଏହି ସମସ୍ୟା କିଛି ସେକେଣ୍ଡରୁ ଆରମ୍ଭ କରି ୧ ମିନିଟ୍‌ ପର୍ଯ୍ୟନ୍ତ ବି ହୋଇପାରେ। ସ୍ଲିପ୍ ଏପନିୟା ଅନେକ ପ୍ରକାରର, ଏଥିରେ ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନିୟା ଅନ୍ୟତମ ।

ଡାକ୍ତରଙ୍କ କହିବାନୁସାରେ, ଏହି ସମସ୍ୟା ସେତେବେଳେ ଉପୁଜିଥାଏ ଯେତେବେଳେ ତାଙ୍କ ଗଳାର ମାଂସପେଶୀ ଢିଲା ହୋଇଯାଏ। ଫଳରେ ବାୟୁ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି କରେ। ତେବେ ଏସଓଏରେ ନିଶ୍ୱାସପ୍ରଶ୍ୱାସ ନଳିର ଉପରି ଭାଗରେ ବାଧା ଉପୁଜିବା ଯୋଗୁ ଶରୀରକୁ ଠିକଭାବରେ ଅକ୍ସିଜେନ ପହଞ୍ଚିପାରିନଥାଏ। ଫଳରେ ସମସ୍ୟାଗ୍ରସ୍ତ ରୋଗୀର ଶରୀରରେ ଅକ୍ସିଜେନ ସ୍ତର ହ୍ରାସ ହୋଇଥାଏ।

ସ୍ଲିପ୍ ଏପନିୟା କେତେ ପ୍ରକାରର:

ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନିୟା, ସେଣ୍ଟ୍ରାଲ ସ୍ଲିପ ଏପନିୟା, କମ୍ପ୍ଲେକ୍ସ ସ୍ଲିପ୍ ଏପନିୟା

ବିପଦ କାରଣ:  ଅଧିକ ଓଜନ ଏବଂ ନାକ ଜନିତ ସମସ୍ୟା ଅନ୍ତର୍ଭୁକ୍ତ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.