ରହସ୍ୟମୟ ଏହି ଗ୍ରହ, ଜାଣନ୍ତୁ କଣ ରହିଛି ଏହାର ଶୁଭ ଅଶୁଭ ପ୍ରଭାବ

କେତୁ ଏକ ରହସ୍ୟମୟୀ ଗ୍ରହ। ଏହା ଏକ ଛାୟା ଗ୍ରହ। ଏହାର କୌଣସି ବାସ୍ତବିକ ରୂପ ନାହିଁ। ସ୍ଵଭାବ କାରଣରୁ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଏକ ପାପୀ ଗ୍ରହର ଆଖ୍ୟା ଦିଆଯାଇଛି। ଏହି ଗ୍ରହକୁ କୌଣସି ଗ୍ରହର ସ୍ୱାମୀତ୍ୱ ପ୍ରାପ୍ତ ହୋଇନାହିଁ କିନ୍ତୁ ଏହା ବ୍ୟତୀତ ମଧ୍ୟ ଏହା ଆମ ଜୀବନକୁ ପ୍ରତ୍ୟେକ୍ଷ ରୂପେ ପ୍ରଭାବିତ କରିଥାଏ। କେତୁ ଗ୍ରହ ଧନୁ ରାଶିରେ ଉଚ୍ଚ ଏବଂ ମିଥୁନ ରାଶିରେ ନିଚ୍ଚ ରେ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା କେତୁ ଗ୍ରହ ବିଷୟରେ କିଛି ରହସ୍ୟମୟ ତଥ୍ୟ।

11

ଜାଣନ୍ତୁ କିପରି ତିଆରି ହେଲା କେତୁ ଗ୍ରହ

କେତୁ ଗ୍ରହ ସୃଷ୍ଟି ହେବାର କାହାଣୀ ପୌରାଣିକ କଥାରେ ଉଲ୍ଲେଖ ରହିଛି। ପୌରାଣିକ କଥା ଅନୁଯାୟୀ, ଦେବାସୁର ସଂଗ୍ରାମରେ ମନ୍ଥନରୁ ଯେଉଁ ଅମୃତ ବାହାରିଥିଲା ଏବଂ ସେହି ଅମୃତକୁ ଭଗବାନ ବିଷ୍ଣୁ ଯେତେବେଳେ ମୋହିନୀଙ୍କ ରୂପରେ ବାଣ୍ଟିଥିଲେ। ଏହି ସମୟରେ ଯେତେବେଳେ ସ୍ୱରଭାନୁଙ୍କ ଅମୃତ ପିଇବା ପାଳି ଆସିଥିଲା ସେହି ସମୟରେ ସେ ଅମୃତ ତ ପିଇଦେଇଥିଲେ କିନ୍ତୁ ସୂର୍ଯ୍ୟ ଏବଂ ଚନ୍ଦ୍ରଦେବ ସ୍ୱରଭାନୁର ଭେଦକୁ ଉଜାଗର କରିଥିଲେ। ଏହାପରେ ଭଗବାନ ବିଷ୍ଣୁ କ୍ରୋଧିତ ହୋଇ ସୁଦର୍ଶନ ଚକ୍ର ସାହାଯ୍ୟରେ ଶରୀରରୁ ମସ୍ତକ ଅଲଗା କରିଦେଇଥିଲେ। ଏହାପରେ ତାଙ୍କ ଶରୀରକୁ କେତୁ ଏବଂ ମସ୍ତକକୁ ରାହୁ କୁହାଯାଇଥିଲା, ଯାହା ଶେଷରେ ୨ ଟି ଗ୍ରହ ରୂପେ ସ୍ଥାପିତ ହୋଇଥିଲା।

ketu

ଜାଣନ୍ତୁ ଜ୍ୟୋତିଷରେ କେତୁ ଗ୍ରହ ବିଷୟରେ

ଜ୍ୟୋତିଷ ଶାସ୍ତ୍ରରେ କେତୁ ଗ୍ରହକୁ ଶୁଭ ଗ୍ରହ କୁହାଯାଇନଥାଏ। ଏହାର ଦୁଷ୍ପ୍ରଭାବରେ ବ୍ୟକ୍ତିକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ରାହୁଙ୍କ ସହ ମିଶି ଏହା କୁଣ୍ଡଳୀରେ କାଳସର୍ପ ଦୋଷର ନିର୍ମାଣ କରିଥାଏ। କେତୁ ଲଗ୍ନର ଜାତକ ଧର୍ମ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଅଗ୍ରଣୀ ହୋଇଥାଏ। କେତୁ ଗ୍ରହର ପ୍ରଭାବ ବ୍ୟକ୍ତିକୁ ଭୌତିକ ଜୀବନରୁ ଦୂରକୁ ନେଇଥାଏ। ଏହି ଜାତକର ବ୍ୟକ୍ତିମାନେ ବୈରାଗ୍ୟ ଜୀବନ ପ୍ରତି ପ୍ରେରିତ ହୋଇଥାନ୍ତି।

keetu

କେତୁ ଗ୍ରହର ଅଶୁଭ ପ୍ରଭାବ

କେତୁ ଗ୍ରହ ଦୁର୍ବଳ ହେବା ଦ୍ୱାରା ଜାତକରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାର ଅଶୁଭ ପ୍ରଭାବ କାରଣରୁ ସନ୍ତାନକୁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। କେତୁ ଗ୍ରହ ଅଶୁଭ ହେବା ଦ୍ୱାରା ଶାରୀରିକ ପୀଡା ହୋଇଥାଏ।

ଜାତକରେ କେତୁ ଗ୍ରହକୁ ଏପରି କରନ୍ତୁ ମଜବୁତ

ଜ୍ୟୋତିଷ ଶାସ୍ତ୍ରରେ କେତୁ ଗ୍ରହ ମଜବୁତ କରିବା ପାଇଁ ଭଗବାନ ଗଣେଶଙ୍କୁ ଭକ୍ତି କରନ୍ତୁ। ଦୁଇଟି କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ। ଏହିସହ କେତୁ ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଲହସୁନିୟା ରତ୍ନ, ଅଶ୍ୱଗନ୍ଧା ଯଡି ଏବଂ ନଅ ମୁଖୀ ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଛି। ଏହାବ୍ୟତୀତ କେତୁ ଯନ୍ତ୍ର ସ୍ଥାପନା କରି ଏହାର ଆରାଧନା କରିବା ଦ୍ୱାରା କେତୁ ଗ୍ରହ ମଜବୁତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.