ନୂତନ ଘର କରିବାକୁ ଯୋଜନା କରୁଛନ୍ତି କି ? ଜାଣନ୍ତୁ କେଉଁ ବାରରେ ଆରମ୍ଭ କରିବେ ଗୃହ କାର୍ଯ୍ୟ
ଲୋକେମାନେ ବସବାସ କରିବା ପାଇଁ ନିହାତି ଭାବେ ଜରୁରୀ ହୋଇଥାଏ ଗୋଟିଏ ବାସଗୃହ । ଏହି ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା । ଯେତେବେଳେ ଲୋକେ ଘର ତିଆରି କରିବା ପାଇଁ ଆରମ୍ଭ କରିଥାନ୍ତି, ସେତେବେଳେ ବାର, ତିଥି ଏବଂ ନକ୍ଷେତ୍ରକୁ ଭିତ୍ତିକରି ଆଗକୁ ବଢ଼ିଥାନ୍ତି । କଥାରେ ଅଛି ପ୍ରତ୍ୟେକ ମଣିଷ ସହିତ ବାସସ୍ଥାନର ଏକ ସମ୍ପର୍କ ରହିଥାଏ । ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପକୁ ନେଇ ।
ଯେମିତି ଗୋଟିଏ ବାହାଘରରେ ବର ଓ କନ୍ୟାର ମେଳକ ବିଚାର କରାଯାଏ, ଠିକ୍ ସେହିପରି ପ୍ରତ୍ୟେକ ଭୂମି ସହିତ ଗୃହବାସୀଙ୍କ ମେଳକୁ ବିଚାର କରାଯାଇଥାଏ । ଯଦି ରହୁଥିବା ସ୍ଥାନଟି ବ୍ୟକ୍ତିଙ୍କ ସହିତ ମେଳକ ଥାଏ ତେବେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । ସେଥିପାଇଁ ଆପଣ ନିଶ୍ଚିତ ଭାବରେ ଘର ତିଆରି କରିବା ସମୟରେ ବାସ୍ତୁଶାସ୍ତ୍ରର ବିଧିକୁ ଠିକ୍ ଭାବରେ ପ୍ରୟୋଗ କରାଯିବା ଉଚିତ୍ । ଯଦି ବାସ୍ତୁଦୋଷ ଥାଏ, ତବେ ତୁରନ୍ତ ପ୍ରତିକାର କରିବା ଆବଶ୍ୟକ ହୋଇଥାଏ । ନିର୍ମାଣ ପୂର୍ବରୁ ପ୍ରଥମେ ଗୃହ ନିର୍ମାଣର ଠିକ୍ ଭାବରେ ନକସା ତିଆରି କରିବା ଉଚିତ୍ । ଯେଉଁଥିରେ ଗୃହର କେଉଁ ଦିଗରେ କ’ଣ ରହିବ ଯଥା ଶୋଇବା ଘରେ, ରୋଷେଇ ଘରେ, ଇତ୍ୟାଦି ତାହା ବିଚାର କରାଯାଏ ।
ଯେମିତି ବିବାହରେ ଶୁଭ ଦିନ ଏବଂ ଶୁଭ ସମୟ ବିଚାର କରାଯାଏ ଏବଂ ଯାନ କ୍ରୟ ପାଇଁ ଶୁଭ ଦିନ, ବ୍ୟବସାୟ ଆରମ୍ଭର ଶୁଭ ଦିନ ସ୍ଥିର କରାଯାଏ, ସେହିପରି ଭୂମି ଉପରେ ଗୃହ ଆରମ୍ଭ ପାଇଁ ଶୁଭଦିନ, ଶୁଭ ତିଥି ଏବଂ ଶୁଭ ମୁହୁର୍ତ୍ତର ବିଶେଷ ଗଣନା କରାଯାଏ ।
ତେବେ ଆସନ୍ତୁ ଜାଣିବା କେଉଁ ବାରରେ ଘର ତିଆରି କଲେ ଶୁଭଫଳ ମିଳିଥାଏ ।
• ରବିବାର– ଯଦି ଆପଣ ରିବିବାର ଦିନ ଘର ନିର୍ମାଣ କରୁଛନ୍ତି ତେବେ ଗୃହବର୍ତ୍ତାଙ୍କୁ ମୃତ୍ୟୁବତ୍ତ ପିଡ଼ା ଭୋଗିବାକୁ ପଡ଼ିଥାଏ ।
• ସୋମବାର- ଏହି ବାର ଗୃହ ନିର୍ମାଣ ଆରମ୍ଭ କଲେ ଶୁଭ, ଅଶୁଭ ଆଦି ମିଶ୍ରିତ ଫଳ ମିଳିଥାଏ ।
• ମଙ୍ଗଳବାର- ଯଦି ଆପଣ ଏହି ବାରରେ ଘର ନିର୍ମାଣ କରିବେ ତେବେ ନାନା ପ୍ରାକାରର କ୍ଷତି ଭୋଗିବେ ।
• ବୁଧବାର- ଏହି ବାର ଗୃହ ନିର୍ମାଣ କଲେ ଧନ ବୃଦ୍ଧି ହୋଇଥାଏ ।
• ଗୁରୁବାର- କେହି ଯଦି ଗୁରୁବାରରେ ଘର ନିର୍ମାଣ କରୁଛନ୍ତି, ତେବେ ଏହା ଶୁଭଫଳ ପ୍ରଦାନ କରିଥାଏ ।
• ଶୁକ୍ରବାର- ଏହି ବାରରେ ଘର ନିର୍ମାଣ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
• ଶନିବାର- ଯଦି ଆପଣ ଏହି ବାରରେ ଘର ନିର୍ମାଣ କରନ୍ତି ତେବେ ସନ୍ତାନମାନଙ୍କ ପାଇଁ ଅଶୁଭ ହୋଇଥାଏ ।