କଷ୍ଟରୁ ମିଳିବ ମୁକ୍ତି, ମିଳିବ ଶୁଭଫଳ: ଶନି ଅମାବାସ୍ୟାରେ କରନ୍ତୁ ଏପରି ପୂଜା

ହିନ୍ଦୁ ଧର୍ମରେ ଶନି ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଥାଏ। ଶନିବାର ଦିନ ଅମାବାସ୍ୟା ହେବା ଯୋଗୁଁ ଶନଶ୍ଚର ଅମାବାସ୍ୟାର ଯୋଗ ରହିଛି। ଏହି ଦିନ ଶନିଦେବ ଓ ହନୁମାନଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଏବଂ କଷ୍ଟରୁ ମୁକ୍ତି ମିଳିଥାଏ। ଚଳିତବର୍ଷର ଶନି ଅମାବାସ୍ୟା ଆସନ୍ତାକାଲି ଶନିବାର ପଡୁଛି। ଏହିଦିନ ଆଂଶିକ ସୂର୍ଯ୍ୟଗ୍ରହଣ ମଧ୍ୟ ହେଉଛି। ଯାହା ଯୋଗୁଁ ଏହି ଦିନର ମହତ୍ତ୍ୱ ଆହୁରି ଅଧିକ ବଢିଯିବ। ତେବେ ଶନି ଅମାବାସ୍ୟାର ଶୁଭ ସମୟ, ମହତ୍ତ୍ୱ ଏବଂ ପୂଜା ବିଧି ଜାଣିବା ନିତାନ୍ତ ଜରୁରୀ :

ଶନି ଅମାବାସ୍ୟାର ଶୁଭ ମୁହୂର୍ତ୍ତ :

ବୈଶାଖ ଅମାବାସ୍ୟା ୩୦ ଏପ୍ରିଲ ୨୦୨୨ ଶନିବାର ଦିନ ପଡୁଛି। ବୈଶାଖ ଅମାବାସ୍ୟ ୩୦ ଏପ୍ରିଳ ରାତି ୧୨ଟା ୫୯ ମିନିଟରୁ ଆରମ୍ଭ ହୋଇ ୧ ମଇ ରାତି ୨ଟା ପର୍ଯ୍ୟନ୍ତ ରହିବ। ତେଣୁ ଶନିଦେବଙ୍କ ପୂଜା ୩୦ ଏପ୍ରିଲ ସନ୍ଧ୍ୟାରୁ ହେବ।

ଶନି ଅମାବାସ୍ୟାର ମହତ୍ତ୍ୱ :

ଶାସ୍ତ୍ରରେ ଅମାବାସ୍ୟାର ତିଥି ପିତୃପୁରୁଷଙ୍କୁ ସମର୍ପିତ। ଅମାବାସ୍ୟା ତିଥିରେ ପିତୃପୁରୁଷଙ୍କ ସହିତ ଜଡିତ କାମ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ସହିତ ଏହିଦିନ ପୂଜା ପାଠ, ସ୍ନାନ, ଦାନ ଇତ୍ୟାଦି କରିବାର ବିଶେଷ ମହତ୍ତ୍ୱ ରହିଥାଏ।

shani dev

ଶନିଦେବଙ୍କୁ ଏମିତି କରନ୍ତୁ ପ୍ରସନ୍ନ :

– ଶନି ଅମାବାସ୍ୟା ଦିନ ଶନିଦେବଙ୍କ ସହିତ ବଜରଙ୍ଗବାଲିଙ୍କ ପୂଜା କରିବା ଉଚିତ। ମାନ୍ୟତା ଅନୁସାରେ ଶନିଦେବ ବଜରଙ୍ଗବାଲିଙ୍କ ଭକ୍ତ ଉପରେ କୃପା କରନ୍ତି। ଶନିଦେବଙ୍କ କୃପା ପାଇବା ପାଇଁ ଶନି ଅମାବାସ୍ୟା ଦିନ ହନୁମାନ ଚାଳିଶା ପାଠ କରିବା ଜରୁରୀ।

– ଶନି ଅମାବାସ୍ୟା ଦିନ ହନୁମାନଙ୍କ ଦର୍ଶନ ଏବଂ ତାଙ୍କୁ ଭକ୍ତି କରିବା ଦ୍ୱାରା ଶନିଙ୍କ ସମସ୍ତ ଦୋଷ ଶେଷ ହୁଏ ଏବଂ ବାଧାରୁ ମୁକ୍ତି ମିଳିଥାଏ।

– ଶନି ଅମାବାସ୍ୟା ଦିନ ସାତମୁଖୀ ରୁଦ୍ରାକ୍ଷକୁ ଗଙ୍ଗାଜଳରେ ଧୋଇ ପିନ୍ଧିବା ଉଚିତ। ମାନ୍ୟତା ଅନୁସାରେ ଏମିତି କରିବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ।

– ଶନି ଅମାବାସ୍ୟା ଦିନ ଦାନ କରିବା ଦ୍ୱାରା ଉନ୍ନତି ହୋଇଥାଏ।

– ଶନି ଅମାବାସ୍ୟା ଦିନ ସନ୍ଧ୍ୟା ବେଳେ ଅଶ୍ୱତ୍ଥ ଗଛ ତଳେ ଦୀପ ଲଗାଇଲେ ଧନ ଓ ସଂପତ୍ତି ମିଳିଥାଏ।

ଏପ୍ରିଲ୍ ୨୯ ଅର୍ଥାତ୍‌ ଆଜିଠାରୁ ଶନି ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ । ଶନି କୁମ୍ଭ ରାଶିରେ ପ୍ରବେଶ କରିବା ପରେ ଅନ୍ୟ ସବୁ ରାଶି ଉପରେ ବେଶ୍‌ ପ୍ରଭାବ ପଡିବ। ହେଲେ ୧୨ ରାଶି ମଧ୍ୟରୁ କିଛି ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ହେବ । ଯେଉଁଥିପାଇଁ ତାଙ୍କ ଭାଗ୍ୟ ଚମକିବ ।

Leave A Reply

Your email address will not be published.