ସ୍ପେଶାଲ

ପିତୃପକ୍ଷରେ ନୂଆ ପୋଷାକ, ଗାଡ଼ି, ଗହଣା କିଣିବା ଶୁଭ ନା ଅଶୁଭ, ଜାଣନ୍ତୁ କ’ଣ କହେ ଶାସ୍ତ୍ର

ପିତୃପକ୍ଷ ବା ଶ୍ରାଦ୍ଧପକ୍ଷକୁ ନେଇ ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ ଏହି ସମୟ ଅତ୍ୟନ୍ତ ଅଶୁଭ ହୋଇଥାଏ। ଏ ଅବସରରେ କୌଣସି ଜିନିଷ କିଣିବା ଅନୁଚିତ। କାରଣ ଏହି ସମୟରେ ପୂର୍ବପୁରୁଷ ପୃଥିବୀକୁ ପରିଜନଙ୍କ ସହ ରହିବାକୁ ଆସିଥାନ୍ତି। ଏଣୁ ଏହି ସମୟରେ କିଛି ନୂଆ ଜିନିଷ କିଣାକିଣି କରିବାକୁ କିଛି ଲୋକ ମନା କରିଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଚିନ୍ତା କରିବା ଭୁଲ। ପିତୃପକ୍ଷ ବିଷୟରେ ଏଭଳି କଥା ଶାସ୍ତ୍ରରେ କୌଣସି ସ୍ଥାନରେ ଲେଖାଯାଇନାହିଁ ବୋଲି ଶାସ୍ତ୍ରବିତ୍‌ମାନେ ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ପିତୃପକ୍ଷରେ ନୂଆ ଜିନିଷ କିଣିବା ଶୁଭ ନା ଅଶୁଭ…

ଲୋକଙ୍କ ଧାରଣା ରହିଛି ଯେ ପିତୃପକ୍ଷରେ ନୂଆ ଜିନିଷ କିଣାକିଣି କଲେ ପୂର୍ବପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି। ଏଣୁ ଦରକାର ଥିଲେ ବି କିଛି ଲୋକ ଏହି ସମୟ ମଧ୍ୟରେ କିଛି ନୂଆ କାମ ଆରମ୍ଭ କରିନଥାନ୍ତି। କିନ୍ତୁ ଜ୍ୟୋତିଷଙ୍କ କହିବାନୁସାରେ ପିତୃପକ୍ଷ ଆଦୌ ଅଶୁଭ ନୁହେଁ। ଶାସ୍ତ୍ରରେ ଏନେଇ କିଛି ବି ଉଲ୍ଲେଖ ନାହିଁ।

ପିତୃପକ୍ଷରେ ଅପରାଧିକ, ଅମାନବୀୟ ତଥା ସବୁ ପ୍ରକାରର ଭୁଲ କାମରୁ ବିରତ ରହିବା ଉଚିତ। ଏହି ସମୟରେ କାହାର ବି ମନ୍ଦ ଚିନ୍ତା କରିବା ଉଚିତ ନହେଁ। ପିତୃପକ୍ଷକୁ ଅନ୍ୟ ଦିନ ଭଳି ହିଁ ଶୁଭ ବିବେଚନା କରାଯାଏ। ଏହି ସମୟରେ ପୂର୍ବପୁରୁଷ ଆମ ଘରକୁ ଆସିଥାନ୍ତି, ଯାହା ଏକ ଖୁସିର କଥା। ଏହି ସମୟରେ ତାଙ୍କ ଶ୍ରାଦ୍ଧ କରି ଆଶୀର୍ବାଦ ନେବା ଉଚିତ।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

15 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

17 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

24 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

32 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

32 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

50 mins ago