ଭୀଷ୍ମଙ୍କର କେଉଁ ଭୁଲ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ

ଭୀଷ୍ମଙ୍କ ପିତା ଶାନ୍ତନୁ ସତ୍ୟବତୀ ନାମ୍ନୀ କୈବର୍ତ୍ତ କନ୍ୟାଙ୍କୁ ବିବାହ କରିଥିଲେ । ସତ୍ୟବତୀ ନିଜ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବ୍ୟକ୍ତ କଲେ । ଭାବାବେଗରେ ପଡି ଭୀଷ୍ମ ଆଜୀବନ ଅବିବାହିତ ହୋଇ ରହିଯିବା ଲାଗି ପ୍ରତିଜ୍ଞା ନେଲେ । ସେ ଏପରି କରିବା ପଛରେ କାରଣ ଥିଲା ସତ୍ୟବତୀଙ୍କ ପୁତ୍ରମାନେ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବେ । ଏହା ଭୀଷ୍ମଙ୍କ ପ୍ରଥମ ଭୁଲ୍ ଥିଲା । ଭୀଷ୍ମ ଏପରି ପ୍ରତିଜ୍ଞା ନେଇଥିଲେ ହସ୍ତିନାପୁରର ରାଜସିଂହାସନ ଉପରେ କେଵଳ ତାଙ୍କର ଅଧିକାର ଥାଆନ୍ତା । ସେହି ସିଂହାସନର ଅନେକ ଦାବିଦାର ସୃଷ୍ଟି ହୋଇନଥାନ୍ତେ କିମ୍ବା ମହାଭାରତ ଯୁଦ୍ଧ ମଧ୍ୟ ହୋଇନଥାନ୍ତା ।

Image result for in mahabharata bhishma

ନିଜ ସାବତଭାଇ ଅର୍ଥାତ ସତ୍ୟବତୀଙ୍କ ପୁତ୍ରଙ୍କ ସହିତ ୩ ଜଣ ରାଜକୁମାରୀ ଅମ୍ବା,ଅମ୍ବିଲିକା ଏବଂ ଅମ୍ବିକାଙ୍କ ବିବାହ କରାଇଦେଇଥିଲେ ଭୀଷ୍ମ । ଭୀମ ଏହି ରାଜକୁମାରୀ ମାନଙ୍କୁ ସେମାନଙ୍କ ଇଛା ବିରୋଧରେ ଅପହରଣ କରାଇ ଆଣିଥିଲେ । ଯେଉଁ ତିନି ରାଜକୁମାରୀଙ୍କୁ ଭୀଷ୍ମ ଅପହରଣ କରିଆଣିଲେ ସେମାନଙ୍କ ମଧ୍ୟରୁ ଅମ୍ବା ବେଶ ଜିଦଖୋର ଥିଲେ । ସେ ଭୀଷ୍ମଙ୍କୁ ଵିବାହ କରିଵାକୁ କହିଲେ ନହେଲେ ତାଙ୍କର ଅପମାନ ହେବ । ମାତ୍ର ଭୀଷ୍ମ ତାଙ୍କୁ ଵିବାହ କରିବାକୁ ମନା କରିଦେଲେ । ପରେ ଅମ୍ବା ପୁର୍ନଜନ୍ମ ନେଇ ଶ୍ରୀଖଣ୍ଡିଙ୍କ ରୂପରେ ଭୀଷ୍ମଙ୍କ ମୃତ୍ୟୁର କାରଣ ସାଜିଥିଲେ । ଧୃତରାଷ୍ଟ୍ର ଅନ୍ଧ ହୋଇଥିବା ସତ୍ତ୍ବେ ଭୀଷ୍ମ ତାଙ୍କ ସହ ଗାନ୍ଧାରର ରାଜକୁମାରୀଙ୍କ ବିଵାହ ଜୋରଜବରଦସ୍ତ କରାଇ ଦେଇଥିଲେ । ଗାନ୍ଧାରୀଙ୍କ ଭାଇ ଶକୁନି ଏଥିଯୋଗୁ ଅପମାନିତ ବୋଧ କଲେ । ଫଳରେ ସେ କୁରୁବଂଶକୁ ନିପାତ କରିବା ଲାଗି ପ୍ରତିଜ୍ଞା କଲେ । ତାଙ୍କର କୁଟୀଳ ବୁଦ୍ଧି ଯୋଗୁ ମହାଭାରତ ଯୁଦ୍ଧ ହେଲା ।

Image result for why mahabharata started

ଗାନ୍ଧାରୀଙ୍କ କୁଣ୍ଡଳୀରେ ଏକ ଦୋଷ ରହିଥିଲା । ସେଥିରେ ତାଙ୍କର ପ୍ରଥମ ପତିଙ୍କର ମୃତ୍ୟୁଯୋଗ ରହିଥିଲା । ସେଥିପାଇଁ ପିତାମାତା ପ୍ରଥମେ ଏକ ଛେଳି ସହିତ ତାଙ୍କର ବିବାହ କରାଇଦେଇଥିଲେ । ପରେ ଧୃତରାଷ୍ଟ୍ରଙ୍କ ସହିତ ବିବାହ ହୋଇଥିଲା । ଏହିକଥା ଜାଣିବା ପରେ ଭୀଷ୍ମ ଓ ଧୃତରାଷ୍ଟ୍ର ଅପମାନିତ ଵୋଧକଲେ । ଏତେବଡ ରହସ୍ୟ ଲୁଚାଇଥିବାରୁ ସେମାନେ ଗାନ୍ଧାରୀଙ୍କ ପରିବାର ଲୋକକୁ ବନ୍ଦୀ କରି ଅନେକ ଯାତନା ଦେଲେ । ପରେ ସେମାନଙ୍କର ମୃତ୍ୟୁ ଘଟିଲା । ଶକୁନି ନିଜ ପରିବାର ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲେ । ଭୀଷ୍ମ ଜାଣିଥିଲେ ଯେ ପୁତ୍ରମୋହରେ ପଡି ଧୃତରାଷ୍ଟ୍ର ପାଣ୍ଡବଙ୍କ ସହ ଅନ୍ୟାୟ କରୁଛନ୍ତି । ଏହା ଜାଣିବା ସତ୍ତ୍ୱେ ଭୀଷ୍ମ ଆଜୀବନ ଧୃତରାଷ୍ଟ୍ରଙ୍କ ସହ ରହିଥିଲେ । ପାଣ୍ଡବଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ସେ ପରୋକ୍ଷରେ ସମର୍ଥନ କରିଥିଲେ । ଏଥିଯୋଗୁ ମହାଭାରତ ଯୁଦ୍ଧ ହେଲା ।

Image result for why mahabharata started

ପରିଜନଙ୍କ ମୃତ୍ୟୁ ଗାନ୍ଧରୀ ସାରା ଜୀବନ ଆଖିରେ ପଟି ବାନ୍ଧି ଜଣେ ଅନ୍ଧକୁ ବିବାହ କରିବାର ଅସନ୍ତୋଷ ଶକୁନିଙ୍କ ମନରେ ରହିଥିଲା । ଏହାଜାଣି ସୁଦ୍ଧା ଭୀଷ୍ମ ତାଙ୍କୁ ହସ୍ତିନାପୁରରେ ଆଶ୍ରୟ ଦେଇଥିଲେ । ଏହାର ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡିଥିଲା । ଶକୁନି ଦୁର୍ଯ୍ୟୋଧନ ଏବଂ ଧୃତରାଷ୍ଟ୍ରଙ୍କୁ ପ୍ରରୋଚିତକରି ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ଲଗାଇ ଦେଇଥିଲେ । ହସ୍ତିନାପୁରର ରାଜଭବନରେ ଜୁଆଖେଳକୁ ଅନୁମତି ଦେବା ଭୀଷ୍ମଙ୍କ ଆଉ ଏକ ଭୁଲ୍ ଥିଲା । ଏହି କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା ମହାଭାରତ ଯୁଦ୍ଧକୁ ଡାକି ଆଣିଲା । ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ ଭୀଷ୍ମ କିଛି ନକରି ଚୁପଚାପ ଛିଡା ହୋଇରହିଲେ । ଏହି କାରଣରୁ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ କୌରବଙ୍କ ବିରୋଧରେ ଛିଡା ହେବାଲାଗି ନିଷ୍ପତ୍ତି ନେଲେ । ଭୀଷ୍ମ ହସ୍ତିନାପୁର ସିଂହାସନର ରକ୍ଷକ ଥିଲେ । ଏହି ଦୃଷ୍ଟିରୁ ରାଜ୍ୟ ବିଭାଜନ ରୋକିବା ତାଙ୍କର ଧର୍ମ ଥିଲା । ମାତ୍ର ସେ ସେମିତି କଲେ ନାହିଁ । ପାଣ୍ଡଵମାନେ ଇନ୍ଦ୍ରପ୍ରସ୍ଥ ରାଜ୍ୟ ପାଇଲେ । ପରେ ଏହି ରାଜ୍ୟ ପାଇଁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.