ଘରେ କଳା କୁକୁର ପାଳିବା ଶୁଭ ନା ଅଶୁଭ? ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମସ୍ତ ପ୍ରାଣୀମାନଙ୍କ ମଧ୍ୟରୁ କୁକୁର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ହୋଇଥାଏ । ବର୍ତ୍ତମାନ ସମୟରେ ଘରେ ଘରେ କୁକୁର ପାଳୁଥାନ୍ତି । ଏଥି ସହ କିଛି ଲୋକ କୁକୁରଙ୍କୁ ଘୃଣା କରୁଥିଲାବେଳେ ଆଉ କିଛି ଲୋକେ କୁକୁରକୁ ବହୁତ ସ୍ନେହ ଆଦର ଦେବା ସହ ବହୁତ ଭଲ ମଧ୍ୟ ପାଇଥାନ୍ତି । କିଛି ଲୋକ କୁକୁରକୁ ନିଜର ହବି ଭାବରେ ନୁହେଁ ବରଂ ଘରର ଗୋଟିଏ ସଦସ୍ୟ ବୋଲି ଭାବିଥାନ୍ତି । ଏହା ସହିତ କୁକୁର ଘରର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଘରେ କୁକୁରକୁ ରଖିବା ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି । ଏହା ସହିତ ଜାତକର ଅନେକ ଗ୍ରହ ଦୋଷ ଦୂର ହୁଏ ଏବଂ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଶାସ୍ତ୍ରରେ ଶନି ଏବଂ କେତୁ ଗ୍ରହକୁ ମଜବୁତ୍ କରିବା ପାଇଁ କଳା କୁକୁର ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଅନ୍ୟପକ୍ଷରେ, କୁକୁରକୁ ଘରେ ରଖିବା ମଧ୍ୟ ବାସ୍ତୁ ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ । ଏହା ଯଦି ଆପଣ ଘରେ କଳା କୁକୁର ରଖିଥାନ୍ତି ତେବେ ସେଠାରେ ନକରାତ୍ମକ ଶକ୍ତି ରହେ ନାହିଁ ।
ଜାଣନ୍ତୁ ଘରେ କଳା କୁକୁର ରଖିବାର ଫାଇଦା :
ପିଲାମାନଙ୍କର ସୁଖ ପାଇଁ : ଯଦି ପିଲାମାନଙ୍କର ସୁଖରେ କିଛି ବାଧା ସୃଷ୍ଟି ହେୁଛି ତେବେ ଘରେ କଳା କୁକୁର ରଖିବା ନିହାତି ଆବଶ୍ୟକ । ଏହା ପିଲାମାନଙ୍କୁ ବହୁତ ସୁଖ ଦେଇଥାଏ । ଘରେ କଳା କୁକୁରକୁ ରଖିବା ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ବୋଲି ବିବେଚନା କରାଯାଏ ।
ଅର୍ଥ ସମ୍ବନ୍ଧୀୟ ସମସ୍ୟା ପାଇଁ : ଯେଉଁ ଘରେ କଳା କୁକୁର ଅଛି, ସେଠାରେ ଆର୍ଥିକ ସଙ୍କଟ ସମ୍ମୁଖୀନ ହେବାକୁ ପଡ଼େ ନାହିଁ । ଏଥି ସହିତ କୁକୁରକୁ ରଖିବା ଦ୍ବାରା ଅଟକିଯାଇଥିବା ଅର୍ଥ ମଧ୍ୟ ଫେରିବା ଆରମ୍ଭ କରିଥାଏ । ଚାକିରି ଏବଂ କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି ପାଇଁ ଏକ କଳା କୁକୁର ରଖିବା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।
ଗ୍ରହ ଦୋଷ ଦୂର ହୁଏ : ଜ୍ୟୋତିଷ ଶାସ୍ତ୍ରରେ କଳା କୁକୁରକୁ କେତୁ ଗ୍ରହର ପ୍ରତୀକ ଭାବରେ ବିବେଚନା କରାଯାଏ । ସେଥିପାଇଁ କଳା କୁକୁରକୁ ରଖିବା କିମ୍ବା ଏହାର ସେବା କରିବା ବହୁତ ଶୁଭ ହୋଇଥାଏ ଏବଂ କେତୁ ଗ୍ରହର ଅଶୁଭ ପ୍ରଭାବକୁ ସମାପ୍ତ କରେ । ଏହା ସହ କୁହାଯାଏ ଯେ ୨୨ କିମ୍ବା ଅଧିକ ନଖ ଥିବା କୁକୁରମାନେ କେତୁଙ୍କ ରୂପ ହୋଇଥାଏ । କଳା କୁକୁରକୁ ଖାଇବାକୁ ଦେଲେ ଶନନଙ୍କର ସାଢ଼େ ସାତୀ ଢ଼େୟାର ପ୍ରଭାବ ମଧ୍ୟ କମିଯାଏ ।
ନକାରତ୍ମକକୁ ଦୂର କରିବା ପାଇଁ : ଯେଉଁ ଘରେ କଳା କୁକୁର ଥାଏ, ସେଠାରେ ନକାରତ୍ମକ ଶକ୍ତି ରହେ ନାହିଁ । କାରଣ ଭବିଷ୍ୟରେ ଘଟଣା ଜାଣିବା ଏବଂ ନକରାତ୍ମକ ଶକ୍ତିକୁ ଦେଖିବାର ଶକ୍ତି କେବଳ କୁକୁରମାନଙ୍କ ପାଖରେ ଥାଏ ।