Categories: ସ୍ପେଶାଲ

ଆଜି ପୁଷ୍ୟ ନକ୍ଷତ୍ରର ଶୁଭ ସଂଯୋଗ ଶେଷ ହେବା ପୂର୍ବରୁ ଜାଣନ୍ତୁ କିଛି ଅଜଣା କଥା

ଦୀପାବଳି ପୂର୍ବରୁ ପଡୁଥିବା ପୁଷ୍ୟ ନକ୍ଷତ୍ର ବହୁତ ଶୁଭ ହୋଇଥାଏ। ଚଳିତ ବର୍ଷ ଗତ କାଲି ଏବଂ ଆଜି ପୁଷ୍ୟ ନକ୍ଷତ୍ରର ଶୁଭ ସଂଯୋଗ ରହିଛି। ଏହି ସମୟରେ କିଛି ଜିନିଷ କିଣିବାର ଶୁଭ ମୁହୂର୍ତ୍ତ ମଧ୍ୟ କୁହାଯାଇଥାଏ। ଆଜି ଆମେ ଆପଣଙ୍କୁ ପୁଷ୍ୟ ନକ୍ଷତ୍ର ସହ ଜଡିତ ଏପରି କିଛି ଖାସ୍ କଥା କହିବାକୁ ଯାଉଛୁ, ଯାହା ଖୁବ୍ କମ ଲୋକମାନେ ଜାଣିଥାନ୍ତି। ତେବେ ଜାଣନ୍ତୁ କଣ ରହିଛି ସେହି ବିଶେଷ କଥା।

-ପ୍ରାଚୀନ କାଳରୁ ହିଁ ଜ୍ୟୋତିଷ ୨୭ ନକ୍ଷତ୍ର ଆଧାରରେ ଗଣନା କରିଥାନ୍ତି। ଏଥିରୁ ପ୍ରତ୍ୟେକ ନକ୍ଷତ୍ରର ଶୁଭ ଏବଂ ଅଶୁଭ ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ। ନକ୍ଷତ୍ରର ଏହି କ୍ରମ ଅନୁଯାୟୀ ୮ମ ସ୍ଥାନରେ ପୁଷ୍ୟ ନକ୍ଷତ୍ର ପଡ଼ିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପୁଷ୍ୟ ନକ୍ଷତ୍ରରେ କିଣାଯାଇଥିବା ଜିନିଷ ବହୁତ ଦିନ ପର୍ଯ୍ୟନ୍ତ ଉପଯୋଗୀ ହୋଇପାରିଥାଏ। କାରଣ ଏହି ନକ୍ଷତ୍ର ସ୍ଥାୟୀ ହୋଇଥାଏ।

-ପୁଷ୍ୟ ନକ୍ଷତ୍ରମାନଙ୍କ ମଧ୍ୟରେ ରାଜା। ଏହି ସବୁ ନକ୍ଷତ୍ର ସପ୍ତାହର ବିଭିନ୍ନ ବାର ସହ ମିଶି ବିଶେଷ ଯୋଗ ସୃଷ୍ଟି କରିଥାନ୍ତି। ରବିବାର, ବୁଧବାର ଏବଂ ଗୁରୁବାର ଦିନ ପଡୁଥିବା ପୁଷ୍ୟ ନକ୍ଷତ୍ର ଅତ୍ୟଧିକ ଶୁଭ ହୋଇଥାଏ। ଋକ୍ ବେଦ ଅନୁଯାୟୀ ଏହାକୁ ମଙ୍ଗଳକର୍ତ୍ତା, ବୃଦ୍ଧିକର୍ତ୍ତା ଏବଂ ଆନନ୍ଧ କର୍ତ୍ତା କୁହାଯାଇଥାଏ।

-ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପ୍ରତ୍ୟେକ ମାସରେ ନିଜର କ୍ରମ ଅନୁଯାୟୀ ବିଭିନ୍ନ ନକ୍ଷତ୍ର ଚନ୍ଦ୍ରମା ସହ ସଂଯୋଗ ରହିଥାଏ। ଯେତେବେଳେ ଏହି କ୍ରମ ପୂରଣ ହୋଇଯାଇଥାଏ ସେତେବେଳେ ତାକୁ ଏକ ଚନ୍ଦ୍ର ମାସ କୁହାଯାଇଥାଏ। ଏହି ପ୍ରକାର ପ୍ରତ୍ୟେକ ମାସରେ ପୁଷ୍ୟ ନକ୍ଷତ୍ରର ଶୁଭ ଯୋଗ ରହିଥାଏ। ଦୀପାବଳି ପୂର୍ବରୁ ଆସୁଥିବା ପୁଷ୍ୟ ନକ୍ଷତ୍ର ଏହିକାରଣରୁ ଖାସ୍ ହୋଇଥାଏ।

-ଧର୍ମଗ୍ରନ୍ଥ ଅନୁଯାୟୀ ଏହି ୨୭ ଟି ନକ୍ଷତ୍ର ଭଗବାନ ବ୍ରହ୍ମାଙ୍କ ପୁତ୍ର ଦକ୍ଷ ପ୍ରଜାପତିଙ୍କ ୨୭ଟି କନ୍ୟା। ଏହି ସମସ୍ତ କନ୍ୟାଙ୍କ ବିବାହ ଦକ୍ଷ ପ୍ରଜାପତି ଚନ୍ଦ୍ରମାଙ୍କ ସହ କରିଥିଲେ। ଚନ୍ଦ୍ରମାଙ୍କ ବିଭିନ୍ନ ନକ୍ଷତ୍ର ସହ ସଂଯୋଗ ପତି-ପତ୍ନୀଙ୍କ ନିଶ୍ଚଳ ପ୍ରେମର ପ୍ରତୀକ। ଏହି ପ୍ରକାର ଚନ୍ଦ୍ର ବର୍ଷ ଅନୁଯାୟୀ ମାସରେ ଥରେ ଚନ୍ଦ୍ରମା ପୁଷ୍ୟ ନକ୍ଷତ୍ର ସହ ମଧ୍ୟ ସଂଯୋଗ କରିଥାଏ।

-ପୁଷ୍ୟ ନକ୍ଷତ୍ରର ଦେବତା ହେଉଛନ୍ତି ବୃହସ୍ପତି, ଯିଏ ଶୁଭ କାମରେ ଜ୍ଞାନ, ବୁଦ୍ଧି ଏବଂ ବିବେକ୍ ପ୍ରଦାନ କରିଥାନ୍ତି। ଏହାବ୍ୟତୀତ ଏହି ନକ୍ଷତ୍ରର ଦିଗ ପ୍ରତିନିଧି ଶନି, ଯାହାଙ୍କୁ ସ୍ଥାବର ମଧ୍ୟ କୁହାଯାଇଥାଏ। ଯାହାର ଅର୍ଥ ହେଉଛି ସ୍ଥିରତା। ଏହି ଦ୍ୱାରା ଏହି ନକ୍ଷତ୍ରରେ କରାଯାଇଥିବା କାର୍ଯ୍ୟ ଚିରସ୍ଥାୟୀ ହୋଇଥାଏ।

ଏହାସହ ପଢନ୍ତୁ: ଜାଣନ୍ତୁ କେବେ ଏବଂ କିପରି ସ୍ଥାପିତ ହୋଇଥିଲା ପ୍ରଥମ ଶିବଲିଙ୍ଗ

-ପୁଷ୍ୟ ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ସର୍ବଗୁଣା ସମ୍ପର୍ଣ୍ଣା, ଭାଗ୍ୟଶାଳୀ ତଥା ଅତିବିଶ୍ୱସ୍ତ ହୋଇଥାନ୍ତି। ଏହିଭଳି ବ୍ୟକ୍ତିମାନେ ଦେଖିବାକୁ ସୁନ୍ଦର, ସୁସ୍ଥ ହେବା ସହ ଚରିତ୍ରରେ ବିଦ୍ୱାନ, ଚପଳ, ସ୍ତ୍ରୀ ପ୍ରିୟ ଏବଂ ବଚନରେ ଚତୁର ହୋଇଥାନ୍ତି।

-ଆକାଶରେ ଏହି ନକ୍ଷତ୍ରର ଗଣିତୀୟ ବିସ୍ତାର ୩ ରାଶି ୩ ଅଂଶ ୨୦ କଳା ଠାରୁ ୩ ରାଶି ୧୬ ଅଂଶ ୪୦ କଳା ପର୍ଯ୍ୟନ୍ତ ହୋଇଥାଏ। ଏହି ନକ୍ଷତ୍ର ବିଷୁବ ରେଖା ଠାରୁ ୧୮ ଅଂଶ ୯ କଳା ୫୬ ବୃଦ୍ଧି ହୋଇ ଉତ୍ତରରେ ଅବସ୍ଥିତ।

KNews Bureau

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

11 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

49 mins ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

1 hour ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago