ଘରର ଆଖ ପାଖରେ ଲଗାନ୍ତୁ ଅଶୋକ ଗଛ, ମିଳିବ ବହୁ ଫାଇଦା, ଜାଣନ୍ତୁ ୫ ଜରୁରୀ କଥା

ଗଛ ଲତା ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ବାସ୍ତୁ ଦୋଷ ମଧ୍ୟ ଦୁର କରିଥାନ୍ତି । ଶାସ୍ତ୍ରରେ ଏମିତି କିଛି ଗଛ ସମ୍ପର୍କରେ କୁହାଯାଇଛି ଯେଉଁଥିରେ ନା କେବଳ ବାତାବରଣ ଶୁଦ୍ଧ ହୋଇଥାଏ ବରଂ ଘରର ବାତାବରଣରେ ଶାନ୍ତି ମିଳିଥାଏ । ଏମିତି ଏକ ଗଛ ହେଉଛି ଅଶୋକ ଗଛ । ହିନ୍ଦୁ ଧର୍ମରେ ଅଶୋକ ବୃକ୍ଷକୁ ବହୁତ ଲାଭକାରୀ ଓ ପବିତ୍ର ମନାଯାଇଥାଏ । ଅଧିକାଂଶ ଲୋକଙ୍କ ଘରେ ବଡ଼ ବଡ଼ ଅଶୋକ ବୃକ୍ଷ ଥିବା ଦେଖାଯାଏ । ଆସନ୍ତୁ ଜାଣିବା ଏହାକୁ ଘରେ ଲଗାଇବାର ଫାଇଦା ଓ ଦିଗ ।

ଅଶୋକ ଗଛର ଫାଇଦା

୧. ଅଶୋକ ଗଛ ନିଜର ନାମ ଭଳି ବହୁତ ଫାଇଦା ଦେଇଥାଏ । ଅଶୋକ ର ଅର୍ଥ ହେଉଛି,ଯିଏ ଶୋକ ଠାରୁ ଦୁରରେ । ଏହାକୁ ଘର କିମ୍ବ ା ଏହାର ଆଖପାଖରେ ଲଗାଇଲେ ଦୁଃଖ ଓ ଦରିଦ୍ରତା ଦୁର ହୋଇଥାଏ । ଘରେ ଦୁଶ୍ଚିନ୍ତା ଦୁର ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

୨. ଅଶୋକ ଗଛ ସକାରତ୍ମକ ଶକ୍ତି ସୃଷ୍ଟି କରିଥାଏ । ଅଶୋକ ପତ୍ର ଘରର ମୁଖ୍ୟ ଦ୍ୱାରରେ ବାନ୍ଧିବା ଦ୍ୱାରା ଶୁଭ ହୋଇଥାଏ । ଯେଉଁ ଘରର ଆଖପାଖରେ ଅଶୋକ ଗଛ ରହିଥାଏ,ସେଠାରେ ଖରାପ ଶକ୍ତିର ବାସ ହୋଇନଥାଏ ।

୩. ବାସ୍ତୁ ଅନୁସାରେ ଅଶୋକ ଗଛ ମାନସିକ ଓ ଶାରିରିକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହି ଗଛ ଘରର ବାସ୍ତୁ ଦୋଷ ଦୁର କରିବାରେ ସାହାଯ୍ୟ କରିବ । ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୋକ ଗଛ ଘରର ମୁଖ୍ୟ ଦ୍ୱାର କୋଣରେ ଲଗାଇବା ଦ୍ୱାରା ଧନ ଆଗମନ ହୋଇଥାଏ ।

୪. ମାନ୍ୟତା ରହିଛି ଯେଉଁ ଘରେ ଅଶୋକ ଗଛ ରହିଥାଏ ସେଠାରେ ବିନା ବାଧାରେ ସବୁ କାର୍ଯ୍ୟ ହୋଇଥାଏ । ଶୁଭ କାମରେ ଏହାର ପତ୍ରକୁ ବିଶେଷ ଭାବେ ପ୍ରୟୋଗ କରାଯାଇଥାଏ । ଏହାକୁ ଘର ଆଖପାଖରେ ବା ଉତ୍ତର ଦିଗରେ ଲଗାଇଲେ, ଏହାର ପୂର୍ଣ୍ଣ ଲାଭ ମିଳିଥାଏ ।

୫. ଅଶୋକ ଗଛର ଚେର ଦ୍ୱାରା କେତେକ ଉପାୟ ଶାସ୍ତ୍ରରେ କୁହାଯାଇଛି । କୁହାଯାଇଛି ଶୁଭ ମୁହୂର୍ତ୍ତରେ ଏହାର ଛୋଟ ଚେର ଖଣ୍ଡେ ଆଣି ଗଙ୍ଗା ଜଳରେ ଧୋଇ ଦିଅନ୍ତୁ । ଏହି ଚେରକୁ ପୂଜା ସ୍ଥାନରେ ରଖିବା ଦ୍ୱାରା ସବୁ ବାସ୍ତୁ ଦୋଷ ଦୁର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.