ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ବରାହ ଅବତାରର ରହସ୍ୟ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ଅର୍ପିତ ହୋଇଥାଏ। ସେହିପରି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ଦିନ ହୋଇଥାଏ। ଭଗବାନ ବିଷ୍ଣୁ ଜଗତର କଲ୍ୟାଣ ପାଇଁ ମଧ୍ୟ ଅନେକ ଅବତାର ଧାରଣ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ବରାହ ଅବତାର, ଯେଉଁଥିରେ ଭଗବାନ ପୃଥିବୀକୁ ନିଜର ମୁଖରେ ଧାରଣ କରିଥିଲେ। ତେବେ ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ସହ ଜଡିତ ବରାହ ଅବତାରର ରହସ୍ୟ।

ପଦ୍ମ ପୁରାଣ ଅନୁଯାୟୀ ଭଗବାନଙ୍କ ବୈକୁଣ୍ଠ ଧାମରେ ଜୟ ଏବଂ ବିଜୟ ନାଁ ରେ ଦୁଇଟି ଦ୍ୱାରପାଳ ରହିଥିଲେ। ଥରେ ସନକାଦି ଯୋଗୀସ୍ୱର ଶ୍ରୀ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ଦର୍ଶନର ଅଭିଳାଷା ନେଇ ବୈକୁଣ୍ଠ ଧାମ ଯାଇଥିଲେ। ମହାବଳୀ ଜୟ ଏବଂ ବିଜୟ ସେହି ସମୟରେ ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ। ଯାହାଫଳରେ ସନକାଦି ତାଙ୍କୁ ଅଭିଶାପ ଦେଇ କହିଥିଲେ-‘ଦ୍ୱାରପାଳ, ତୁମେ ଦୁଇଜଣ ଭଗବାନଙ୍କ ଏହି ଧାମ ତ୍ୟାଗ କରି ଭୁଲୋକ ଯାଇ ଅଦୁର ରୂପେ ଜନ୍ମ ନେବ।’

barahaଅଭିଶାପର ପ୍ରଭାବରେ କଶ୍ୟପ ଋଷି ଏବଂ ତାଙ୍କର ପତ୍ନୀ ଦିତିଙ୍କର ହିରଣ୍ୟାକ୍ଷ ଓ ହିରଣ୍ୟକସିପୁ ନାମକ ଦୁଇଟି ମହାବଳଶାଳୀ ପୁତ୍ର ଜନ୍ମ ହୋଇଥିଲେ। ଦୁଇଜଣଙ୍କ ପ୍ରବୃତି ଘୋର ଅସୁର ପ୍ରଭାବର ଥିଲା, କିନ୍ତୁ କଠୋର ତପସ୍ୟା ବଳରେ ବ୍ରହ୍ମାଙ୍କୁ ପ୍ରସନ୍ନ କରି ଅସୀମ ଶକ୍ତି ମଧ୍ୟ ଲାଭ କରିପାରିଥିଲେ। ହିରଣ୍ୟାକ୍ଷ ନିଜର ଶକ୍ତି ସାହାଯ୍ୟରେ ଆତଙ୍କ ଖେଳାଇବା ସହ ନିଜର ଭୁଜା ସାହାଯ୍ୟରେ ପର୍ବତ, ସମୁଦ୍ର, ଦ୍ୱୀପ ଏବଂ ସମ୍ପୂର୍ଣ୍ଣ ପ୍ରାଣୀମାନଙ୍କ ସହ ପୃଥିବୀକୁ ଟେକି ନେଇ ଲୁଚାଇ ରଖିଥିଲେ। ହିରଣ୍ୟାକ୍ଷର ଆତଙ୍କରେ ସମସ୍ତ ଦେବତା ଏବଂ ଧରିତ୍ରୀରେ ତିବା ଲୋକମାନେ ମଧ୍ୟ ହାହାକାର କରିବାକୁ ଲାଗିଥିଲେ। ହିରଣ୍ୟାକ୍ଷ ଜଳ ଦେବତା ବରୁଣ ଦେବଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କରିବା ସହ ଦେବରାଜ ଇନ୍ଦ୍ରଙ୍କୁ ମଧ୍ୟ ନିଜ ବଳ ସହାଯ୍ୟରେ ପରାସ୍ତ କରିଥିଲେ। ହିରଣ୍ୟର ଏଭଳି କାଯ୍ୟ ଦେଖିବା ପରେ ବରୁଣ କହିଥିଲେ ଯଦି ତୁମେ ନିଜକୁ ବଳଶାଳୀ ଭାବୁଛ ତେବେ ଭଗବାନ ବିଷ୍ଣୁଙ୍କ ହରାଇ ଦେଖାଅ।

ଏହାସହ ପଢନ୍ତୁ: ଜାଣନ୍ତୁ ଭଗବାନ ବିଷ୍ଣୁ କାହିଁକି ଧାରଣ କରିଥିଲେ କଚ୍ଛପ ଅବତାର

varaha-fightingଏହିକଥା ଶୁଣିବା ପରେ ହିରଣ୍ୟାକ୍ଷ କ୍ରୋଧିତ ହୋଇ ଭଗବାନ ବିଷ୍ଣୁଙ୍କୁ ଖୋଜିଥିଲେ। ସେହିସମୟରେ ନାରଦ ମୁନି କହିଥିଲେ ଶ୍ରୀହରି ଭଗବାଦନ ବ୍ରହ୍ମାଙ୍କ ନାସିକାରୁ ବରାହ ଅବତାର ଧାରଣ କରିଛନ୍ତି। ତାଙ୍କର ଶରୀର ନୀଳ ରଙ୍ଗରପର୍ବତ ଭଳି କଠୋର। ଏହି ସମୟରେ ଭଗବାନ ଶ୍ରୀହରି ନିଜର ବିଶାଳକାୟ ଦାନ୍ତରେ ପୃଥିବୀକୁ ଟେକି ଧରି ବାହାରକୁ ଆସିବା ସମୟରେ ହିରଣ୍ୟାକ୍ଷ ତାଙ୍କ ଉପରକୁ ଆକ୍ରମଣ କରିବା ପୂର୍ବକ ଗଦାରେ ପ୍ରାହାର କରିଥିଲେ। ଉଭୟଙ୍କ ମଦ୍ୟରେ ଅନେକ ସମୟ ଧରି ଯୁଦ୍ଧ ଚାଲିବା ପରେ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ର ସାହଯ୍ୟରେ ଦୈତ୍ୟର ବଧ କରିଥିଲେ। ଏହାପରେ ଭଗବାନ ବରାହ ପୃଥିବୀକୁ ତଳୁ ବାହାର କରି ପୁନଃ ଶେଷନାଗ ଉପରେ ସ୍ଥାପିତ କରି ତିନି ଲୋକରୁ ଭୟମୁକ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.