କେଉଁ ଗ୍ରହର ମହାଦଶା ଜାତକରେ କେତେ ଦିନ ରହିଥାଏ? କେଉଁ ମହାଦଶାର କଣ ଫଳ ଜାଣନ୍ତୁ

ଭାରତୀୟ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଦଶା, ମହାଦଶା, ଅନ୍ତର୍ଦଶା ଏବଂ ପ୍ରତ୍ୟାନ୍ତର ଦଶା ବିଷୟରେ କୁହାଯାଇଛି। ଏହାଦ୍ୱାରା ଗ୍ରହମାନଙ୍କର ଗୋଚର ବି ଜଣାପଡେ। ତେବେ କଣ ଆପଣଙ୍କ ମନକୁ କେବେ ଏ କଥା ଆସିଛି ଯେ ଏହି ମହାଦଶା କଣ ଏବଂ କେଉଁ ଗ୍ରହର ମହାଦଶା କେତେ ସମୟ ପର୍ଯ୍ୟନ୍ତ ରହିଥାଏ ? … ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ମହାଦଶାର ଫଳ କଣ ମିଳିଥାଏ।

ଜାଣନ୍ତୁ କଣ ଏହି ମହାଦଶା

ମହାଦଶା ଶବ୍ଦର ଅର୍ଥ ହେଉଛି ଏକ ବିଶେଷ ସମୟ, ଯେଉଁଥିରେ କୌଣସି ଗ୍ରହ ନିଜର ଅତି ପ୍ରବଳ ପ୍ରଭାବ ପକାଇଥାଏ। ଜାତକରେ ନିଜ ସ୍ଥିତି ଅନୁସାରେ ଶୁଭ ଅଶୁଭ ଫଳ ଦେଇଥାଏ।

ଗ୍ରହ ମାନଙ୍କ ରାଶି

ନବ ଗ୍ରହଙ୍କର ନିଜ ନିଜର ରାଶି ରହିଛି। ୧୨ ରାଶି ମଧ୍ୟରୁ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ପାଖରେ ଗୋଟିଏ ଗୋଟିଏ ସ୍ୱାମିତ୍ୱ ରାଶି ରହିଛି। ଅର୍ଥାତ୍‌ ସେହି ରାଶିର ସେହି ଗ୍ରହ ହେଉଛନ୍ତି ସ୍ୱାମୀ । ଅନ୍ୟ ଗ୍ରହଙ୍କ ପାଖରେ ଦୁଇ ଦୁଇଟି ରାଶିର ସ୍ୱାମିତ୍ୱ ରହିଛି। ସୂର୍ଯ୍ୟଙ୍କର ସିଂହ, ଚନ୍ଦ୍ରଙ୍କର କର୍କଟ, ମଙ୍ଗଳର ମେଷ ଏବଂ ବିଛା, ବୁଧଙ୍କର ମିଥୁନ ଏବଂ କନ୍ୟା, ବୃହଷ୍ପତିଙ୍କର ମୀନ ଏବଂ ଧନୁ, ଶୁକ୍ରଙ୍କର ବୃଷ ଏବଂ ତୁଳା । ଶେଷରେ ଶନିଙ୍କର ମକର ଓ କୁମ୍ଭ ରାଶି।

ବିଂଶତ୍ତରୀ ଗଣନା

ବିଂଶତ୍ତରୀ ଗଣନା ଅନୁଯାୟୀ ଜ୍ୟୋତିଷରେ ବ୍ୟକ୍ତିଙ୍କର ମୋଟ ବୟସ ୧୨୦ ବର୍ଷ ଧରାଯାଇଛି। ଏହି ୧୨୦ ବର୍ଷରେ ବ୍ୟକ୍ତିଙ୍କ ଜୀବନରେ ସମସ୍ତ ଗ୍ରହଙ୍କ ମହାଦଶା ପୂର୍ଣ୍ଣ ହୋଇଯାଏ।

ଗ୍ରହମାନଙ୍କ ମହାଦଶାର ସମୟ କେତେ ଜାଣନ୍ତୁ

ସୂର୍ଯ୍ୟ – ୬ ବର୍ଷ
ଚନ୍ଦ୍ର – ୧୦ ବର୍ଷ
ମଙ୍ଗଳ – ୭ ବର୍ଷ
ରାହୁ – ୧୮ ବର୍ଷ
ଗୁରୁ – ୧୬ ବର୍ଷ
ଶନି – ୧୯ ବର୍ଷ
ବୁଧ – ୧୭ ବର୍ଷ
କେତୁ – ୭ ବର୍ଷ
ଶୁକ୍ର – ୨୦ ବର୍ଷ

ମହାଦଶାରେ ଅନ୍ୟ ଗ୍ରହ ଗୁଡିକର ଭ୍ରମଣ କାଳ

ମୁଖ୍ୟ ଗ୍ରହଙ୍କ ମହାଦଶା ଅନ୍ତର୍ଗତ ଅନ୍ୟ ଗ୍ରହର ମଧ୍ୟ ଭ୍ରମଣ ସମୟ ରହିଥାଏ, ଯାହାକୁ ଅନ୍ତର୍ଦଶା କୁହାଯାଏ। ଏମିତିରେ ମହାଦଶାର ମୁଖ୍ୟ ଗ୍ରହ ସହିତ ଅନ୍ତର୍ଦଶା ଗ୍ରହଣର ଫଳ ମଧ୍ୟ ପ୍ରଭାବୀ ହୋଇଥାଏ। ଯେଉଁ ଗ୍ରହଙ୍କର ମହାଦଶା ହେବ, ସେଥିରେ ସେହି ଗ୍ରହଙ୍କ ଅନ୍ତର୍ଦଶା ପ୍ରଥମେ ଆସିବ। ଏହାପରେ କ୍ରମ ଅନୁଯାୟୀ ଅନ୍ୟ ଗ୍ରହମାନେ ଭ୍ରମଣ କରିବେ। ତେବେ ଅଧିକ ଗଣନା ପାଇଁ ଅନ୍ତର୍ଦଶାରେ ସେହି ଗ୍ରହଙ୍କର ପ୍ରତ୍ୟନ୍ତର ଦଶା ମଧ୍ୟ ବାହାରିଯାଏ, ଯାହା ସେହି କ୍ରମରେ ଚାଲିଥାଏ। ଏହାଦ୍ୱାରା ଭଲ ଖରାପ ଘଟଣାର ଠିକ ସମୟ ଆକଳନ କରାଯାଇ ପାରିବ। ଗ୍ରହ ଅନ୍ତର୍ଦଶାର ସମୟ ପଞ୍ଚାଙ୍ଗରୁ ବାହାରି ଥାଏ।

ଏବେ ଜାଣନ୍ତୁ ଗ୍ରହ ଦଶାର ଫଳ

ସାମାନ୍ୟ ରୂପରେ ୬,୮,୧୨ ସ୍ଥାନରେ ଥିବା ଗ୍ରହଙ୍କ ଦଶା ଭଲ ହୋଇନଥାଏ। ଏହିପରି ଭାବେ ଗ୍ରହଗୁଡିକର ସ୍ୱାମୀ ଦଶା ମଧ୍ୟ କଷ୍ଟ ଦେଇଥାଏ। କୌଣସି ଗ୍ରହର ମହାଦଶାରେ ତାର ଶତ୍ରୁ ଗ୍ରହ, ପାପ ଗ୍ରହ ଆଡକୁ ନୀଚ୍ଚସ୍ଥ ଗ୍ରହର ଅନ୍ତର୍ଦଶା ଅଶୁଭ ହୋଇଥାଏ।

ଶୁଭ ଗ୍ରହରେ ଅନ୍ତର୍ଦଶା ବେଳେ ଭଲ ଫଳ ମିଳିଥାଏ।

ଯେଉଁ ଗ୍ରହ ୧, ୪, ୫, ୭, ୯ ଭାବରେ ରହିଛି ତାଙ୍କ ଦଶା ଭଲ ଫଳ ଦେଇଥାଏ। ସ୍ୱଗ୍ରହୀ, ମୂଳ ତ୍ରିକାଣୀ କିମ୍ବା ଉଚ୍ଚ ଗ୍ରହର ଦଶା ଶୁଭ ହୋଇଥାଏ। ନୀଚ୍ଚ, ପାପ ପ୍ରଭାବୀ ଏବଂ ଅସ୍ତ ଗ୍ରହର ଦଶା ଭାବ ଫଳକୁ ନାଶ କରିଥାଏ। ଶନି, ରାହୁ ଆଦି ଗ୍ରହ ନିଜ ଦଶା ବଦଳରେ ମିତ୍ର ଗ୍ରହର ଦଶାରେ ଅଧିକ ଭଲ ଫଳ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.