ସ୍ପେଶାଲ

ପୁଷ୍ୟା ନ୍ୟକ୍ଷତ୍ରରେ ପାଳନ ହେବ ପବିତ୍ର ରାମନବମୀ ଉତ୍ସବ, ଜାଣନ୍ତୁ ପ୍ରଭୁଙ୍କ ଜନ୍ମକୁ ସବୁ ତଥ୍ୟ

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଦେଶସାରା ରାମନବମୀ ଭାବରେ ଧୂମଧାମରେ ପାଳନ କରିଥାନ୍ତି। ସନାତନ ଧର୍ମ ଅନୁସାରେ ରାମନବମୀ ଦିନ ତ୍ରେତୟା ଯୁଗରେ ମହାରାଜା ଦଶରଥଙ୍କ ଘରେ ବିଷ୍ଣୁଙ୍କ ଅବତାର ଭାବେ ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ । ଲଙ୍କାପତି ରାବଣର ଅତ୍ୟାଚାରକୁ କମ୍ କରିବା ପାଇଁ ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଭଗବାନ ରାମଙ୍କ ରୂପରେ ଅବତାର ନେଇଥିଲେ।

ଧର୍ମ ଶାସ୍ତ୍ର ଅନୁଯାୟୀ ଚୈତ୍ର ମାସର ୯ ଦିନ ରାମ ନବମୀ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରାମଙ୍କ ରୂପରେ ହୋଇଥିଲା। ରାମଙ୍କ ଜନ୍ମର ମୂଳ ଉଦେଶ୍ୟ ଥିଲା ରାବଣର ଦୃଷ୍ଟ ଆତ୍ମାକୁ ବିନାଶ କରିବା । ଏହି କାରଣରୁ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ, ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନବମୀ ତିଥିର ଆଗମନ ପୁଷ୍ୟା ନକ୍ଷତ୍ରରେ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯଦି ଚୈତ୍ୟ ଶୁକ୍ଳ ନବମୀ ପୁଷ୍ପ ନକ୍ଷତ୍ର ସହ ସଂଯୋଗ ଥାଏ ତେବେ ଏହା ସମସ୍ତ ଅର୍ଥରେ ପୁଣ୍ୟଦାୟୀ ହୋଇଥାଏ। ରାମ ନବମୀ ଦିନ ଅନେକ ଲୋକମାନେ ମଧ୍ୟ ଉପବାସ କରିଥାନ୍ତି। ଚୈତ୍ର ମାସର ୯ ଦିନରେ ରାମ ନବମୀ ପଡ଼ିଥାଏ। ଏହା ନବରାତ୍ରୀର ଶେଷ ଦିନ ହୋଇଥାଏ। ଏହି କାରଣରୁ ହିନ୍ଦୁ ମାନଙ୍କ ପର୍ବରେ ରାମ ନବମୀର ବିଶେଷ ମହତ୍ବ ରହିଥାଏ।

ଚଳିତ ବର୍ଷ ୨୦୨୩ ମାର୍ଚ୍ଚ ମାସ ୩୦ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରାଯିବ। ଚୈତ୍ର ନବରତ୍ରୀର ନବମୀ ଦିନରେ ପ୍ରଭୁଙ୍କର ଜନ୍ମ ହୋଇଥିଲା। ତିଥିକୁ ଧ୍ୟାନ ଦେଲେ ଚଳିତ ଥର ୨୯ ମାର୍ଚ୍ଚ ରାତି ୯ ଟା ବାଜି ୭ ମିନିଟରେ ନବମୀ ଆରମ୍ଭ ହୋଇ ୩୦ ମାର୍ଚ୍ଚ ୧୧ ବାଜି ୩୦ ମିିନିଟରେ ଶେଷ ହେବ। ତେଣୁ ପ୍ରତ୍ୟେକ ୩୦ ତାରିଖରେ ଏହାକୁ ମନାଇବେ।

ପୁରାଣ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ତ୍ରେତୟା ଯୁଗ ଓ ଦ୍ୱାପର ଯୁଗର ସନ୍ଧିକାଳରେ ଜନ୍ନ ହୋଇଥିଲେ। ତେବେ କ୍ୟାଲେଣ୍ଡର ଅନୁଯାୟୀ ୫୧୧୪ ଖ୍ରୀଷ୍ଟ ପୂର୍ବ ରୁ ପ୍ରଭୁ ଧରାପୃଷ୍ଠକୁ ଆିଥିଲେ। ମାନେ ଏବେ କୁ ପ୍ରାୟ ୭୧୩୬ ବର୍ଷ ପୂର୍ବ ରାମଚନ୍ଦ୍ରଙ୍କର ଜନ୍ମ ହୋଇଥିଲା।

ଜନ୍ମ ସମୟରେ ପ୍ରଭୁଙ୍କର ପୁନର୍ବସୁ ନକ୍ଷ୍ୟତ୍ର ଥିଲା। ୫ଟି ଗ୍ରହ ନିଜ ଉଚ୍ଛ ସ୍ଥାନରେ ରହିଥିଲେ। ଏହି ପ୍ରକାରରେ ସୂର୍ଯ୍ୟ ମେଷରେ ୧୦ଡିଗ୍ରୀ, ମଙ୍ଗଳ ମକରରେ ୨୮ ଡିଗ୍ରୀ, ବୃହସ୍ପତି କର୍କଟରେ ୫ ଡିଗ୍ରୀ, ଶୁକ୍ର ମୀନରେ ୨୭ ଡିଗ୍ରୀ ଏବଂ ଶନି ତୁଳା ରାଶିରେ ୨୦ ଡିଗ୍ରୀ ରେ ଥିଲେ।

ରାମ ନବମୀ ଦିନ ମନ୍ଦିରରେ ଭଜନ-କୀର୍ତ୍ତନର ଆୟୋଜନ କରାଯାଇଥାଏ। ରାମ ନବମୀ ଦିନ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀ ଖଣ୍ଡ, କ୍ଷୀର ବା ହାଲୁଆ ଆଦି ଭୋଗ ଲଗାଯାଇଥାଏ। ଭଗବାନ ରାମଙ୍କ ପୂଜାରେ ବିଶେଷ ରୂପେ କ୍ଷୀର ଏବଂ ଘିଅର ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀ ଭଳି ଶୁଭ ଦିନରେ ଘିଅରେ ପ୍ରସ୍ତୁତ ହୋଇଥିବା ମିଠା ପ୍ରସାଦ ରୂପେ ସେବନ କରାଯାଇଥାଏ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago