ରାଜଧାନୀ ଠାରୁ ନେଇ ଶତାବ୍ଦୀ ପର୍ଯ୍ୟନ୍ତ, ଜାଣନ୍ତୁ କେମିତି ଦିଆଗଲା ଟ୍ରେନର ନାମ

ଭାରତୀୟ ରେଳରେ ପ୍ରତ୍ୟେକଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି। ଅଧିକାଂଶ ଲୋକ ଟ୍ରେନକୁ ତାର ନମ୍ବର କାରଣରୁ ନୁହେଁ ବରଂ ଟ୍ରେନର ନାମରୁ ହିଁ ଜାଣିଥାନ୍ତି। ଟ୍ରେନର ନମ୍ବର ଭଳି ଟ୍ରେନର ନାମ ମଧ୍ୟ ଅଲଗା ଅଲଗା ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କୌଣସି ବି ଟ୍ରେନର ନାମ କେମିତି ରଖାଯାଏ? କଣ କେବେ ଏ ପ୍ରଶ୍ନ ଆପଣଙ୍କ ମନକୁ ଆସିଛି, ଆପଣ ତ ଟ୍ରେନର ନାଁ କହୁଛନ୍ତି କିନ୍ତୁ ଏହି ନାମ କେମିତି ରଖାଗଲା କଣ ଏହା ବିଷୟରେ ଆପଣଟ ଜାଣିଛନ୍ତି। ବାସ୍ତବରେ ଟ୍ରେନର ନାମ ଟ୍ରେନର ଖାସିୟତ ହିସାବରେ ରଖାଯାଏ।

rajdhaniରାଜଧାନୀ ଟ୍ରେନର ନାମ କେମିତି ଦିଆଗଲା?

ଏହି ଟ୍ରେନର ନାମ ଅନ୍ୟ କିଛି ନ ହୋଇ ରାଜଧାନୀ କାହିଁକି ଦିଆଯାଇଛି? ବାସ୍ତବରେ ଏହି ରାଜଧାନୀ ଟ୍ରେନର ଆରମ୍ଭ ଗୋଟିଏ ପ୍ରଦେଶରୁ ଅନ୍ୟ ପ୍ରଦେଶର ରାଜଧାନୀ ସହ ଯୋଡୁଥିବା କାରଣରୁ କରାଯାଇଥିଲା। ରାଜଧାନୀ ଦିଲ୍ଲୀ ସମେତ ପ୍ରଦେଶର ରାଜଧାନୀ ମଧ୍ୟରେ ଦୃତ ଗତିରେ ଚାଲୁଥିବା କାରଣରୁ ଏବଂ ଲୋକଙ୍କ ଯାତ୍ରାକୁ ସହଜ ବନାଇବା ପାଇଁ ରାଜଧାନୀ ଟ୍ରେନର ଆରମ୍ଭ କରାଗଲା ଏବଂ ଏଥିପାଇଁ ଏହାର ନାମ ରାଜଧାନୀ ରଖାଗଲା।

ରାଜଧାନୀ ଟ୍ରେନ୍‌ ନିଜର ଦୃତ ଗତି କାରଣରୁ ଲୋକଙ୍କର ପସନ୍ଦିତା ହୋଇପାରିଛି। ଏବେ ଏହାର ଗତି ୧୪୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ରାଜଧାନୀ ଭାରତର ସବୁଠାରୁ ପସନ୍ଦିତା ଟ୍ରେନ୍‌। ଖାସ୍‌ କରି ଏଥିପାଇଁ ଏହାର ଦୃତ ଗତିକୁ ସମୟ ସମୟରେ ଅପଗ୍ରେଡ କରାଯାଉଛି।

ଶତାବ୍ଦୀ ନାମ ଦିଆଯିବା ପଛର କାରଣ

satabdiଦୃତ ଗତିରେ ଦୌଡୁଥିବା ଶତାବ୍ଦୀ ଟ୍ରେନ୍‌ ଭାରତର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଟ୍ରେନ୍‌ ମଧ୍ୟରୁ ଗୋଟିଏ। ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଥିବା ଯାତ୍ରୀ ଏହି ଟ୍ରେନକୁ ୪୦୦ ରୁ ୮୦୦ କିଲୋମିଟର ପାଇଁ ହିଁ ବହୁତ ପସନ୍ଦ କରନ୍ତି। ଶତାବ୍ଦୀର ଗତି ୧୬୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ଏଥିରେ କୌଣସି ସ୍ଲିପର କୋଚ୍‌ ନଥାଏ ବରଂ ଏସି ଚେୟାର କାର ଏବଂ ଏଗଜୁକ୍ୟୁଟିଭ୍‌ ଚେୟାର କାର ରହିଥାଏ।

ଏବେ ଆସନ୍ତୁ ଜାଣିବା ଶତାବ୍ଦୀର ନାମକରଣ କେମିତି ହେଲା? ଏହାର ନାମ ଶତାବ୍ଦୀ ଏଥିପାଇଁ ରଖାଗଲା କାରଣ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହରୁଙ୍କ ୧୦୦ତମ ଜନ୍ମଦିନ ଅର୍ଥାତ୍‌ ୧୯୮୯ରେ ଏହି ଟ୍ରେନର ଶୁଭାରମ୍ଭ କରାଯାଇଥିଲା। ଚାଚା ନେହରୁଙ୍କ ଜନ୍ମ ଶତାବ୍ଦୀ ଦିନ ଏହି ଟ୍ରେନକୁ ଚଲାଯାଇଥିବା କାରଣରୁ ଏହାର ନାମ‘ଶତାବ୍ଦୀ’ ରଖାଗଲା।

ଦୁରନ୍ତୋର ନାମ ପଛର କାହାଣୀ

durontoଦୁରନ୍ତୋର ଗତି ୧୪୦ କିଲୋମିଟର। ଏହି ଟ୍ରେନରେ କମ୍‌ ଷ୍ଟପେଜ୍‌ ରହିଥାଏ ଏବଂ ଏହି ଟ୍ରେନ୍‌ ଲମ୍ବା ଯାତ୍ରା କରିଥାଏ। ଦୁରନ୍ତୋର ନାମ ବଙ୍ଗାଳୀ ଶବ୍ଦ ନିର୍ବାଦ ଅର୍ଥାତ ‘ରେଷ୍ଟଲେସ’ରେ ଦିଆଯାଇଛି। ଯେହେତୁ ଏହି ଟ୍ରେନରେ ଷ୍ଟପେଜ୍‌ ବହୁତ କମ୍‌ ସେଥିପାଇଁ ଏହାକୁ ରେଷ୍ଟଲେସ ବା ଦୁରନ୍ତୋ ନାମ ଦିଆଯାଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁରନ୍ତୋକୁ ପ୍ରତିଦିନ ଚଲାଯାଏନାହିଁ। କେବଳ ବିଶେଷ ପରିସ୍ଥିତିରେ ହିଁ ଚଲାଯାଇଥାଏ। ନହେଲେ ଏହାକୁ ସପ୍ତାହରେ ୨ ରୁ ୩ ଦିନ ହିସାବରେ ଚଲାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.