ଏଠାରେ ରାବଣ ଦ୍ୱାରା ସ୍ଥାପିତ ହୋଇଛି ଭଗବାନ ଶିବଙ୍କ ଆତ୍ମଲିଙ୍ଗ

ସାରା ଦୁନିଆରେ ଭଗବାନଙ୍କ ଏଭଳି ମନ୍ଦିର ରହିଛି ଯାହା ପଛରେ ଲୁଚି ରହିଛି ଅନେକ ପୌରାଣିକ ଗାଥା। ଆମ ଦେଶରେ ଥିବା ସେଭଳି ଏକ ମନ୍ଦିର ସମ୍ପର୍କରେ କହିବୁ ଯାହାର ଇତିହାସ ରାମାୟଣ କାଳରୁ ରହିଥିବାର ଜଣା ପଡିଛି। ଆମେ ଆପଣଙ୍କୁ ଯେଉଁ ମନ୍ଦିର ଦର୍ଶନ କରାଉଛୁ ତାହା ୩ପାଖରେ ଆରବ ସାଗର ଘେରି ରହିଛି। ଏହି ମନ୍ଦିର ଇତିହାସ ରାମାୟଣ କାଳରୁ ରହିଛି। ବିଶେଷ କରି ରାବଣଙ୍କୁ ନେଇ ଏହି ମନ୍ଦିରର ଏକ ନିବିଡ଼ ସମ୍ପର୍କ ରହିଛି।

ଏହି ମନ୍ଦିରକୁ ମୁଖ୍ୟତଃ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି। ମନ୍ଦିରଟି କର୍ଣ୍ଣାଟକ କନ୍ନଡ଼ ଜିଲ୍ଲାର ଭଟକଲ ତହସିଲର ଆରବ ସାଗର କୂଳରେ ରହିଛି। ଏହି ମନ୍ଦିରର ନାମ ମୃଦେଶ୍ୱର ମନ୍ଦିର। ଏହା ଶିବଙ୍କର ଅନ୍ୟନାମ। ଏହିଠାରେ ଭଗବାନଙ୍କ ବିଶାଳକାୟ ମୂର୍ତ୍ତି ରହିଥିବାର ଆପଣ ଦେଖିବାକୁ ପାଇବେ। ଏହା ଦୁନିଆର ଦ୍ୱିତୀୟ ବୃହତ ଶିବ ମୂର୍ତ୍ତି ରୂପେ ମାନ୍ୟତା ପାଇଛି। ଏହାର ଉଚ୍ଚତା ୧୨୩ଫୁଟ ।

ପୌରାଣିକ ମାନ୍ୟତା ଅନୁଯାୟୀ, ଏଠାରେ ରାବଣ ଅମରତ୍ୱ ବର ପାଇବା ପାଇଁ ଭଗବାନ ଶିବଙ୍କ ନିମିତ୍ତ ତପସ୍ୟା କରିଥିଲେ। ଏଠାରେ ଶିବ ରାବଣଙ୍କ ତପସ୍ୟାରେ ଖୁସି ହୋଇ ରାବଣଙ୍କୁ ଏକ ଆତ୍ମଲିଙ୍ଗ ଦେଇଥିଲେ । ଏହାକୁ ଦେବା ପରେ ସେ ରାବଣକୁ କହିଥିଲେ ଯେ, ଏହାକୁ ନେଇ ସେ ଲଙ୍କାରେ ସ୍ଥାପିତ କରିବେ । ଏହା ସହ ମଧ୍ୟ କହିଥିଲେ ଏହି ଆତ୍ମଲିଙ୍ଗକୁ ଯେଉଁଠି ରଖିବେ ସେହି ସ୍ଥାନରେ ଏହା ସ୍ଥାପିତ ହୋଇଯିବ ।ତେଣୁ ଏଥିପାଇଁ ସେ ଧ୍ୟାନ ରଖିବେ।

ଏହାକୁ ଶୁଣିବା ପରେ ରାବଣ ଆତ୍ମଲିଙ୍ଗକୁ ଧରି ଲଙ୍କା ଗମନ କରୁଥିବା ସମୟରେ ମଝି ରାସ୍ତାରେ ସେ ଏହାକୁ ତଳେ ରଖିଦେଲେ । ଯାହାପରେ ଭଗବାନ ସେହି ସ୍ଥାନରେ ସ୍ଥାପିତ ହୋଇଗଲେ। ଏହା ହେବା ପରେ କ୍ରୋଧରେ ରାବଣ ଏହାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଶିବଲିଙ୍ଗରେ ଥିବା ଧଳା କପଡା ଉଡି ଯାଇ ମୃଦେଶ୍ୱରର କନ୍ଦୁକା ପର୍ବତରେ ଯାଇ ପଡିଥିଲା। ଏହାପରଠୁ ଭଗବାନଙ୍କୁ ଏଠାରେ ପୂଜା କରାଯାଉଛି। ଏହା ସମ୍ପର୍କରେ ଶିବ ପୁରାଣରେ ମଧ୍ୟ ଲେଖାଯାଇଛି।

ଏହି ମନ୍ଦିରଟି ଏବେ ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଏଠାରେ ସୁର୍ଯ୍ୟଙ୍କ କିରଣ ପଡୁଥିବା କାରଣରୁ ଥିବା ଶିବଲିଙ୍ଗ ପ୍ରତିଟି ସମୟରେ ଚମକୁଥାଏ। ଏହାକୁ ତିଆରି କରିବା ପାଇଁ ପାଖାପାଖି ୨ ବର୍ଷ ଲାଗିଥିଲା। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା। ଏହି ପୌରାଣିକ ଗାଥାର ପ୍ରମାଣ ସ୍ୱରୂପ ମୃଦେଶ୍ୱର ମନ୍ଦିରକୁ ଦେଖିବା ପାଇଁ ସାରା ଦୁନିଆରେ ଭକ୍ତଙ୍କ ଆଗମନ ଦେଖିବାକୁ ମିଳେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.