ଦିନେ ଯିଏ ଟ୍ରକ ଚଳାଇ ପେଟ ପୋଷୁଥିଲେ, ଆଜି ସେ ନ୍ୟୁଜିଲାଣ୍ଡର ସବୁଠାରୁ ଧନୀ ବ୍ୟକ୍ତି; ଜାଣନ୍ତୁ ସେ କିଏ

ଭାଗ୍ୟ କେତେବେଳେ କାହା ସାଥ୍‌ ଦେବ ତାହା କେହି ଜାଣନ୍ତି ନାହିଁ। ଭାଗ୍ୟ ଖରାପ ଥିଲେ ରାଜା ବି ଭିକାରୀ ହୋଇଯାଏ ଓ ଭାଗ୍ୟ ଭଲ ଥିଲେ ରାସ୍ତା କଡ଼ର ଭିକାରୀ ମଧ୍ୟ ରାଜଉଆସର ରାଜା ପାଲଟିଯାଏ। ନ୍ୟୁଜିଲାଣ୍ଡର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଭାଗ୍ୟ ସେହିଭଳି ପରିବର୍ତ୍ତନ ହୋଇଥିଲା।

Image result for graeme hart"

ନ୍ୟୁଜିଲାଣ୍ଡର ସବୁଠାରୁ ଧନୀ ବ୍ୟକ୍ତି ଗ୍ରେମୀ ହାର୍ଟ ପୂର୍ବରୁ ଜଣେ ଟ୍ରକ ଡ୍ରାଇଭର ଥିଲେ। ମାତ୍ର ୧୬ ବର୍ଷ ବୟସରେ ସ୍କୁଲ ଛାଡ଼ି ଟ୍ରକ ଡ୍ରାଇଭର ଭାବେ କାମ କରୁଥିବା ବ୍ୟକ୍ତି ଆଜି କ୍ଷୀରଠୁ ଆରମ୍ଭ କରି ଆଲୁମିନିୟମ୍‌ ଫାଇଲ ନିର୍ମାଣ ପର୍ଯ୍ୟନ୍ତ କାରବାର କରୁଛନ୍ତି। ଗତ ସପ୍ତାହରେ ଷ୍ଟକ୍‌ ମାର୍କେଟରେ ତାଙ୍କ କମ୍ପାନୀ ରେନୋଲ୍ଡସ୍‌ କଞ୍ଜୁମର ପ୍ରଡକ୍ଟ ଇଙ୍କ୍‌ ସର୍ବାଧିକ ବିକ୍ରି ହୋଇଥିବା ଅଂଶଧନ ତାଲିକାଭୁକ୍ତ ହୋଇଛି। ତାଙ୍କ ଅଂଶଧନ କିଣିବାକୁ ଲୋକମାନେ ଇଚ୍ଛା ପ୍ରକାଶ କରୁଥିବା ଜଣାଯାଇଛି।

Image result for graeme hart"

ରିପୋର୍ଟ ମୁତାବକ, ବର୍ତ୍ତମାନ ଏହି କମ୍ପାନୀର ସେୟାରରେ ୩.୭ ପ୍ରତିଶତ ଉନ୍ନତି ଘଟିଥିବା ଜଣାଯାଇଛି। ୬୪ ବର୍ଷୀୟ ହାର୍ଟଙ୍କୁ ଦେଖେଇ ହେବା ପସନ୍ଦ ନୁହେଁ, ସେ ସବୁବେଳେ ଚର୍ଚ୍ଚାଠୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ସ୍କୁଲ ଛାଡ଼ିବା ପରେ ହାର୍ଟ ଅଟୋ ରିପ୍ୟାରିଂ କାମ ଆରମ୍ଭ କରିଥିଲେ ଓ ପରେ ଟ୍ରକ ଡ୍ରାଇଭର ଭାବେ କାମ କରିଥିଲେ।

Image result for money"

ମାତ୍ର ଗ୍ରେମୀ ହାର୍ଟ ପାଠପଢ଼ାରେ ସମ୍ପୂର୍ଣ୍ଣ ଡୋରି ବାନ୍ଧି ନଥିଲେ। ନ୍ୟୁଜିଲାଣ୍ଡର ଓଟାଗୋ ବିଶ୍ୱବିଦ୍ୟାଳୟରୁ ସେ ଏମ୍‌ବିଏ ଡିଗ୍ରୀ ହାସଲ କରିଥିଲେ। ପ୍ରାୟ ୭ ମିଲିୟନ ଆମେରିକୀୟ ଡଲାର ସମ୍ପତ୍ତିର ମାଲିକ ହାର୍ଟଙ୍କୁ ବିଜନେସ୍‌ କ୍ଷେତ୍ରରେ ଯୋଗଦାନ ପାଇଁ ଡକ୍ଟର ଅଫ୍‌ କମର୍ସ ଡିଗ୍ରୀରେ ସମ୍ମାନିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.