Categories: ସ୍ପେଶାଲ

ଜାଣନ୍ତୁ କିନ୍ନରମାନଙ୍କୁ କେବେ ଓ କାହିଁକି ମିଳିଥିଲା ଆଶୀର୍ବାଦ

ଆମ ସମାଜରେ କିନ୍ନରମାନଙ୍କୁ ନେଇ ଅନେକ ଜିଜ୍ଞାସା ରହିଛି। ଜନ୍ମଦିନ ଓ ବିବାହ ଆଦି ଶୁଭ କାର୍ଯ୍ୟରେ ମଧ୍ୟ ଘରକୁ କିନ୍ନରମାନେ ଆସିଥାନ୍ତି। କିନ୍ତୁ ସେହି ସମୟରେ ଆପଣମାନଙ୍କ ମନରେ ଅନେକ ସେମାନଙ୍କୁ ଦେଖି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଏମାନେ ପ୍ରକୃତରେ ରୁହନ୍ତି କୋଉଠି, ଏମାନଙ୍କର ଦେବୀ-ଦେବତା କିଏ ଏବଂ ଏମାନେ ଲୋକମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଶକ୍ତି କେଉଁଠାରୁ ପାଇଥାନ୍ତି। ଏଭଳି ଅନେକ ପ୍ରଶ୍ନ ମନକୁ ଆସିଥାଏ। କିନ୍ତୁ ଏହି ସବୁ ପ୍ରଶ୍ନ ମନକୁ ଆସିବା ପୂର୍ବରୁ ଆପଣମାନେ କେବେ ଭାବିଛନ୍ତି କି ତ୍ରେତୟା ଯୁଗରେ ଭଗବାନ ରାମଙ୍କ ସମୟରେ ମଧ୍ୟ କଣ ଏହି ପୃଥିବୀରେ କିନ୍ନରମାନେ ରହିଥିଲେ।

ଶାସ୍ତ୍ରରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀରାମଙ୍କୁ ଯେତେବେଳେ ୧୪ ବର୍ଷ ବନବାସ ପାଇଁ ଅଯୋଧ୍ୟା ଛାଡିବାକୁ ପଡ଼ିଥିଲା, ସେହି ସମୟରେ ତାଙ୍କର ସମସ୍ତ ପ୍ରଜା ଏବଂ କିନ୍ନର ସମୁଦାୟ ମଧ୍ୟ ତାଙ୍କ ପଛେ ପଛେ ଅଯୋଧ୍ୟା ଚାଲିଯାଇଥିଲେ। କିନ୍ତୁ ସେହି ସମୟରେ ଭଗବାନ ରାମ ତାଙ୍କୁ ପୂନର୍ବାର ଫେରିଯିବା ପାଇଁ କହିଥିଲେ। ଲଙ୍କା ବିଜୟ ପରେ ଭଗବାନ ଶ୍ରୀରାମ ଅଯୋଧ୍ୟା ଆସି ଦେଖିଲେ ଯେ, ସମସ୍ତ ଲୋକମାନେ ଅଯୋଧ୍ୟାକୁ ଫେରିଯାଇଥିବା ବେଳେ କିନ୍ନରମାନେ ତାଙ୍କୁ ସେହି ସ୍ଥାନରେ ଅପେକ୍ଷା କରି ରହିଥିଲେ। ସେହି ସମୟରେ ଭଗବାନ ରାମ ସେମାନଙ୍କ ଭକ୍ତିରେ ପ୍ରସନ୍ନ ହୋଇ କହିଥିଲେ- ‘ତୁମର ଆଶୀର୍ବାଦ ସର୍ବଦା ଫଳିତ ହେବ’। ଏହି କାରଣରୁ ଜନ୍ମଦିନ, ବିବାହ ଆଦି ମାଙ୍ଗଳିକ କାର‌୍ୟ୍ୟରେ ଆଶୀର୍ବାଦ ପ୍ରଦାନ କରିବା ପାଇଁ କିନ୍ନରମାନେ ଆସିଥାନ୍ତି।

ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି କିନ୍ନରମାନଙ୍କର ଅପମାନ କରିଥାନ୍ତି ବା ତାଙ୍କୁ ପରିହାସ କରିଥାନ୍ତି, ତେବେ ସେହି ବ୍ୟକ୍ତି ଆର ଜନ୍ମରେ ନିଶ୍ଚୟ କିନ୍ନର ରୂପେ ଜନ୍ମ ହେବେ ଏବଂ ତାଙ୍କୁ ମଧ୍ୟ ଏଭଳି ଅପମାନ ସହିବାକୁ ପଡ଼ିବ। ଗୁରୁଜମାନଙ୍କ କହିବା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ତାଙ୍କୁ ସୁଖ ଦେଇପାରୁନାହାନ୍ତି ତେବେ ତାଙ୍କୁ କେବେ ମଧ୍ୟ ଦୁଃଖିତ କରାନ୍ତୁ ନାହିଁ। କାରଣ ସେମାନଙ୍କ ଅଭିଶାପ କଠୋର ହୋଇଥାଏ, ଯାହାଫଳରେ ଜୀବନରେ ଅନେକ ବିପତିର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଆପଣଙ୍କ ଘର ବା ଦୋକାନକୁ କିନ୍ନର ଆସିଥାନ୍ତି ତେବେ ଆପଣ ତାଙ୍କୁ ସକ୍ଷମ ଅଦୁଯାୟୀ ଦାନ କରନ୍ତୁ।

ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଯାଉଥାଏ ତେବେ କିନ୍ନରମାନଙ୍କ ସହ ଜଡିତ ଏହି ଉପାୟ ଆପଣଙ୍କ ପାଇଁ ଆଶୀର୍ବାଦ ପ୍ରମାଣିତ ହେବ। କାରଣ ସେମାନଙ୍କୁ ଶୃଙ୍ଗାର ବହୁତ ପସନ୍ଦ। ତାଙ୍କୁ ଖୁସି କରିବା ପାଇଁ ସୁହାଗ ସାମଗ୍ରୀ ଦାନ ଦିଅନ୍ତୁ। ଏହା ବ୍ୟତୀତ ଯଦି ଜୀବନସାଥୀଙ୍କ ସହ ସମସ୍ୟା ଥିଲେ ବୁଦବାର ଦିନ ସେମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ସହ ମେହେନ୍ଦି ଦାନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ। ସେହିପରି ଅନେକ ପରିଶ୍ରମ କରିବା ପରେ ଯଦି ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଥାନ୍ତି ତେବେ ଆପଣ ବୁଧବାର ଦିନ କୌଣସି କିନ୍ନରଙ୍କ ହାତରେ ପୂଜା କରିବା ପାଇଁ ଟଙ୍କା ଦାନ ଦିଅନ୍ତୁ। ଏପରି କରିବା ଦ୍ବାରା ଘରକୁ ଧନର ଆଗମନ ହେବା ସହ ସୁଖ-ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

20 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

27 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago