ସ୍ପେଶାଲ

ଆପଣ ତ କରୋନା ଭୟରେ ଅଛନ୍ତି, କିନ୍ତୁ କଣ ଜାଣିଛନ୍ତି କି ଏହା ମାନବ ଶରୀରକୁ କେମିତି କରେ କବ୍ଜା

ଏବେ ପର୍ଯ୍ୟନ୍ତ ଆପଣ କରୋନା ଭାଇରସ ବିଷୟରେ ଅନେକ କଥା ଶୁଣିଛନ୍ତି ଏବଂ ଦେଖିସାରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଖାସ୍‌ କଥା କହିବାକୁ ଯାଉଛୁ। ଆଉ ସେ ଖାସ୍‌ କଥା ଏୟା ଯେ ଆଜି ଆମେ ଆପଣଙ୍କୁ ଜଣାଇବୁ କରୋନା ଭାଇରସ୍‌ ମଣିଷ ଶରୀରରେ ଥିବା କୋଶିକାକୁ କବ୍ଜା କରୁଛି। ଯଦି ଆପଣ କରୋନା ଭାଇରସର ଏହି ଫଟୋକୁ ଦେଖିବେ ତେବେ ଏହାର ଚାରିପଟେ କଣ୍ଟା ଭଳି ଆକୃତି ଥିବା ଦେଖିବାକୁ ପାଇବେ। ଏହି ଆକୃତି ମାନବ ଶରୀରର କୋଶିକା ସହିତ ସମ୍ପର୍କ କରିନିଅନ୍ତି ଏବଂ ତାଙ୍କ ସହିତ ଯୋଡି ହୋଇଯାଆନ୍ତି। ସାଧାରଣ ଭାବରେ କହିବାକୁ ଗଲେ ଏହାର ଟେକ୍ସଚର ତେଲିଆ ହୋଇଥାଏ, ଏହି ତେଲିଆ ଟେକ୍ସଚର କାରଣରୁ ଶରୀରର କୋଶିକା ମଧ୍ୟରେ ଲାଗିକି ରହିଯାଏ।

ଏମିତି ତ କହିବାକୁ ଗଲେ କରୋନା ଭାଇରସ୍‌ ବ୍ୟତୀତ ଆହୁରି ଅନେକ ଭାଇରସ୍‌ ରହିଛି। କିଛି ଭାଇରସ୍‌ କୋଶିକା ଭିତରକୁ ପଶିଯାଆନ୍ତି ତ ଆଉ କିଛି ଭାଇରସ୍‌ କୋଶିକା ସହିତ ଲାଗି ହୋଇ ରହିଯାଆନ୍ତି। ଭାଇରସରେ ବେସିକାଲୀ ତିନୋଟି ଜିନିଷ ରହିଥାଏ, ଗୋଟିଏ ହେଉଛି ଆରଏନଏ, ଦ୍ୱିତୀୟଟି ହେଉଛି ପ୍ରୋଟୀନ ଏବଂ ତ୍ରୁତୀୟଟି ହେଉଛି ଲିପିଡ୍‌। ଏହି ତିନୋଟି ଭାଇରସ୍‌ ମିଶି ଏକ ନୂଆ ଭାଇରସ୍‌ ସୃଷ୍ଟି କରିଥାନ୍ତି। ଏହାମଧ୍ୟ ଆମମାନଙ୍କୁ ମାନିବାକୁ ପଡିବ ଯେ ଭାଇରସକୁ ଆମେ ସମ୍ପୂର୍ଣ୍ଣ ଭାବରେ ନିର୍ଜୀବ ବୋଲି କହିପାରିବାନାହିଁ। କାହିଁକିନା ଏହି ଭାଇରସରେ ଏମିତି ଲକ୍ଷଣ ରହିଛି, ଯାହା ଜୀବିତ ପ୍ରାଣୀଙ୍କ ଠାରେ ରହିଥାଏ। ଯେମିତିକି DNA ଏବଂ RNA।

ଏବେ ପୁଣି ଆସନ୍ତୁ ଜାଣିବା କରୋନା ଭାଇରସ୍‌ ବିଷୟରେ। ଯେମିତିକି ଆମେ ପୂର୍ବରୁ ଆପଣଙ୍କୁ କହିଥିଲୁ ଯେ ଭାଇରସରେ କୋଶିକା ବା ସେଲ୍ସ ନଥାଏ କିନ୍ତୁ ଏଥିରେ RNA ରହିଥାଏ। ସେହିପରି କରୋନା ଭାଇରସ୍‌ ଶରୀରର କୋଶିକା ବା ସେଲସରେ ଆରଏନଏକୁ ରିଲିଜ୍‌ କରିଥାଏ। ଏହା ଧୀରେ ଧୀରେ ଏମିତି ଏକ ପ୍ରୋଟୀନକୁ ସୃଷ୍ଟି କରିଥାଏ , ଯାହା ଗୋଟିଏ ପରେ ଗୋଟିଏ ନୂଆ ଭାଇରସକୁ ବନାଇବା ଆରମ୍ଭ କରିଥାଏ। ଅର୍ଥାତ ଏହା ହେଉଛି କରୋନାର କପି ଭାଇରସ୍‌। ଅବଶ୍ୟ ଏଭଳି ସେତେବେଳେ ହୋଇଥାଏ ଯେତେବେଳେ ଆପଣ ସତର୍କ ଏବଂ ସାବଧାନରେ ରହିନଥାନ୍ତି। ଅର୍ଥାତ ଶରୀରର ଯେଉଁ ଅଂଶ ଜରିଆରେ ବାହାର ଜିନିଷ ସହିତ ଆପଣଙ୍କ ସମ୍ପର୍କ ହେଉଛି ସେହିସବୁ ଜିନିଷ ଭାଇରସକୁ ଭିତରକୁ ଆଣିବାର ଜରିଆ ହୋଇଯାଏ। ଯେମିତିକି ନିଶ୍ୱାସ ପ୍ରଶ୍ୱାସ ଜରିଆରେ, ପାଟି ଜରିଆରେ, ଘା କିମ୍ବା କୌଣସି ଗଭୀର ଆଘାତ ଜରିଆରେ, ଯୌନ କ୍ରୀୟା ଜରିଆରେ, କୌଣସି ଅନ୍ୟ ବ୍ୟକ୍ତିଙ୍କ ରକ୍ତ ଜରିଆରେ କିମ୍ବା କୌଣସି ପଶୁ ବା କୀଟ କାମୁଡିବା ଦ୍ୱାରା ହୋଇଥାଏ।

କୌଣସି ଅନ୍ୟ ପ୍ରାଣୀଙ୍କ ଶରୀରକୁ ଯିବା ପରେ ଭାଇରସର ଯେଉଁ ଲକ୍ଷଣ ଦେଖାଯାଇଥାଏ ଏବଂ ଏଥିରେ ଯେତିକି ସମୟ ଲାଗିଥାଏ ତାହାକୁ ଇନକ୍ୟୁବେସନ ପିରିୟଡ୍‌ କୁହାଯାଏ। କରୋନା ଭାଇରସ୍‌ ମାମଲାରେ ଏହି ଲକ୍ଷଣ ୨ ରୁ ୨୪ ଦିନ ପର୍ଯ୍ୟନ୍ତ ବୋଲି ଧରାଯାଏ। କିନ୍ତୁ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଭାଇରସର ଏହି ବୋଣ୍ଡିଂ ଅଧିକ ଶକ୍ତିଶାଳୀ ହୋଇନଥାଏ, ଏହାକୁ କୌଣସି କେମିକାଲ ସାହାଯ୍ୟରେ ଦୂର କରାଯାଇପାରିବ।

ଏଥିପାଇଁ ଆପଣଙ୍କୁ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଏ ଏବଂ ବିଶ୍ୱାସ କରନ୍ତୁ ସାବୁନରେ ହାତ ଧୋଇବା ଆପଣଙ୍କ ପାଇଁ ଅଧିକ ପ୍ରଭାବଶାଳୀ ହୋଇଥାଏ। ଆମେ ପ୍ରତ୍ୟେକ ଥର ଦୁଇ ରୁ ତିନି ମିନିଟରେ ନିଜ ଚେହେରାକୁ ଛୁଇଁଥାନ୍ତି। ଏହିସମୟରେ ଆପଣଙ୍କ ହାତରେ ବ୍ୟାକ୍ଟେରିୟା କିମ୍ବା ଭାଇରସ୍‌ ରହିଥାଏ ତେବେ ତାହା ଅତି ସହଜରେ ଆପଣଙ୍କୁ ତାର ଶିକାର ବନାଇଥାଏ। କିନ୍ତୁ ଯଦି ଆପଣ ବାରମ୍ବାର ସାବୁନରେ ହାତ ଧୋଇବେ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ହେବ।

ଏବେ ଆସନ୍ତୁ ଜାଣିବା ସାବୁନରେ ହାତ ଧୋଇବା କାହିଁକି ଜରୁରୀ ହୋଇଥାଏ?

-ଭାଇରସକୁ ପ୍ରୋଟେକ୍ଟ କରୁଥିବା ଲିପିଡକୁ ସାବୁନ ଶେଷ କରିଦେଇଥାଏ।

-ସାବୁନରେ ଫ୍ୟାଟି ଏସିଡ୍‌ ଏବଂ ସଲଟ୍‌ ଭଳି ତତ୍ତ୍ୱ ରହିଥାଏ।

-ସାବୁନର ତତ୍ତ୍ୱ ଭାଇରସର ବାହାର ଆବରଣକୁ ଶେଷ କରିଦେଇଥାଏ।

-ସେହିପରି ସାବୁନ ଭାଇରସର ଟେକ୍ସଚରରେ ଥିବା ତେଲିଆ ଅଂଶକୁ ଶେଷ କରିଦେଇଥାଏ।

ଏଥିପାଇଁ ଯଦି ମାର୍କେଟରେ ସାନିଟାଇଜର ମିଳୁନାହିଁ। ତେବେ ଆପଣ ସାନିଟାଇଜର ସ୍ଥାନରେ ସାବୁନର ବ୍ୟବହାର କରନ୍ତୁ। ଏହାର ବ୍ୟବହାର ଆପଣଙ୍କ ପାଇଁ ବେଶ ଲାଭକାରୀ ହେବ। ଏଥିପାଇଁ ଆପଣ ସାବୁନର ବ୍ୟବହାର କରନ୍ତୁ ଏବଂ କରୋନା ଭାଇରସ ଠାରୁ ରକ୍ଷା ପାଆନ୍ତୁ। ଭୟ କରନ୍ତୁ ନାହିଁ ସର୍ତକ ରୁହନ୍ତୁ ଆଉ ଆମେ ସମସ୍ତେ ମିଶି ଲଢ଼ିବା କରୋନା ଭାଇରସ୍‌ ସହିତ।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

12 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

20 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

36 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago