ପୋଷ୍ଟମର୍ଟମ ରିପୋର୍ଟ କହୁଛି ମୃତ୍ୟୁର କାରଣ, ଜାଣନ୍ତୁ କେମିତି ଜଣାପଡ଼େ

ପ୍ରତିଦିନ ହତ୍ୟା ଓ ଆତ୍ମହତ୍ୟା ଭଳି ଖବର ଆମ ସାମ୍ନାକୁ ଆସୁଛି । ତା ଭିତରୁ ଅଧିକାଂଶ ଅଭିଯୋଗ ହୁଏ ଏ ଘଟଣା ଆତ୍ମହତ୍ୟା ନୁହେଁ ହତ୍ୟା, ତ କିଏ କୁହେ ଏହା ଆତ୍ମହତ୍ୟା । ତେବେ ପୋଲିସ ପହଞ୍ଚି ପ୍ରଥମେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଏ । ତାପରେ ଜଣାପଡେ ଏହା ହତ୍ୟା କି ଆତ୍ମହତ୍ୟା । ଅନେକ ସମୟରେ ଆପଣଙ୍କ ମନକୁ ଏକ ପ୍ରଶ୍ନ ଆସୁଥିବ ଯେ ପୋଷ୍ଟମର୍ଟମ୍ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ କେମିତି ଜଣାପଡେ ଅସଲ କଥା । କଣ କରାଯାଏ ଡେଡ୍ ବଡି ସହ ଯାହା ଫଳରେ ଜଣା ପଡ଼େ କଣ ଘଟିଥିଲା ମୃତ୍ୟୁ ପୂର୍ବରୁ । କେମିତି ଜଣା ପଡେ ଅସଲ କଥା । ଆଉ କେଉଁ ଅଙ୍ଗରୁ ଜଣା ପଡ଼େ ।
ହେଲେ ପୋଷ୍ଟ ମର୍ଟମ୍ କଣ? ସବୁଠୁ ପ୍ରଥମେ ଜାଣି ନିଅନ୍ତୁ କୌଣସି ବ୍ୟକ୍ତି ଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟ ମର୍ଟମ କରାଯାଏ। ପୋଷ୍ଟମର୍ଟମରେ ଶବକୁ ସମ୍ପୂର୍ଣ୍ଣ ଚିରି ଦିଆଯାଏ । ଅବଶ୍ୟ ଯେକୌଣସି ପୋଷ୍ଟମର୍ଟମ ସବୁବେଳେ ମୃତକଙ୍କ ପାରିବାର ଅନୁମତି ପରେ କରାଯାଏ। ଯେଉଁଠି ପୋଲିସ୍‌କୁ କିଛି ଦ୍ଵନ୍ଦ୍ୱ ଥାଏ କିମ୍ବା ଲାସ୍‌କୁ କେହି ନେବାକୁ ନଥାନ୍ତି ସେଠାରେ ମଧ୍ୟ ପୋଷ୍ଟମର୍ଟମ କରାଯାଏ।
କୌଣସି ବ୍ୟକ୍ତିର ମୃତ୍ୟୁର ୬ ରୁ ୧୪ ଘଣ୍ଟା ଭିତରେ ହିଁ ମୃତ ଶରୀରର ପୋଷ୍ଟମର୍ଟମ କରାଯିବା ଦରକାର । କାରଣ ଜଣେ ମଣିଷର ମୃତ୍ୟୁ ପରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ ତାର ଶରୀରରେ। ଯାହା ଫଳରେ ପୋଷ୍ଟମର୍ଟମର ଫଳାଫଳ ଠିକ୍ ରେ ଆସିପାରେ ନାହିଁ । ଏମିତିକି ମୃତ୍ୟୁର ସଠିକ୍ କାରଣ ବି ଜଣା ପଡ଼େ ନାହିଁ। ଯେମିତିକି ଯଦି ବ୍ୟକ୍ତିକୁ କେହି ହତ୍ୟା କରିଥିବ ତେବେ ରେଜଲ୍‌ଟ ସଠିକ ନଆସିଲେ କିମ୍ବା ଠିକ୍ ସମୟରେ ପୋଷ୍ଟମର୍ଟମ ନକଲେ ଦୋଷୀ ଆରାମରେ ଖସିଯିବ ।

ପୋଷ୍ଟମର୍ଟମ ଦୁଇଟି ପର୍ଯ୍ୟାୟରେ କରାଯାଏ। ପ୍ରଥମେ ଶରୀରର ବାହାର ଅଙ୍ଗକୁ ଯାଞ୍ଚ୍ କରାଯାଏ। ବାହାରେ ଦେଖାଯାଉଥିବା କ୍ଷତ ସବୁକୁ ଭଲ ଭାବରେ ଯାଞ୍ଚ୍ କରିବାକୁ ହୁଏ । ଦ୍ଵିତୀୟରେ ଶରୀରର ଭିତର ଅଙ୍ଗକୁ କାଟି ଯାଞ୍ଚ୍ କରାଯାଏ । ପୋଷ୍ଟମର୍ଟମ ଡାକ୍ତର ଅଲଗା ରୁହନ୍ତି । ଏମାନେ ଶରୀରର ପାଦ ଠୁ ନେଇ ମୁଣ୍ଡ ଯାଏଁ ଚିରି ଦିଅନ୍ତି। ପୋଷ୍ଟମର୍ଟମ ସମୟରେ ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ଯାଞ୍ଚ୍ କରନ୍ତି, ଏଥିପାଇଁ ଭିତର ଅର୍ଗାନକୁ ବା ଶରୀରର ବିଭିନ୍ନ ଅଂଶକୁ ବାହାରକୁ କାଢି ଦିଆଯାଏ । ପୁଣି ପୋଷ୍ଟମର୍ଟମ ପରେ ସବୁ ଅଙ୍ଗକୁ ସଠିକ୍ ଜାଗାରେ ରଖି ସିଲେଇ କରାଯାଏ ।

ସବୁକିଛି ସଠିକ୍ ରୂପରେ ଯାଞ୍ଚ୍ କରିବା ପରେ ହିଁ ଡାକ୍ତର କହି ପାରନ୍ତି ମୃତ୍ୟୁର କାରଣ। ସମସ୍ତ ପୋଷ୍ଟମର୍ଟମ ପୂର୍ବରୁ ଦିନରେ ହିଁ କରାଯାଉଥିଲା । ହେଲେ ନିକଟରେ ସୁପ୍ରିମ୍‌ କୋର୍ଟ ରାତିରେ ମଧ୍ୟ ପୋଷ୍ଟମର୍ଟମ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବରୁ ରାତିରେ ପୋଷ୍ଟମର୍ଟମ କରାନଯିବା ପଛରେ ଏକ କାରଣ ରହିଥିଲା । ରାତି ରେ ଜଳୁଥିବା ଲାଇଟ୍ ର ରଙ୍ଗ ରେ ଶରୀରର ଭିତର ରଙ୍ଗ ବଦଳି ଯାଏ। ନାଲି ରକ୍ତ ବାଇଗଣୀ କଲର୍ ଦେଖାଯାଏ । କୌଣସି ଦାଗର ରଙ୍ଗ ବଦଳି ଗଲେ ବି ମୃତ୍ୟୁର କାରଣ ବଦଳି ଯିବାର ସମ୍ଭାବନା ରହିଛି । ସେତିକି ନୁହେଁ କୌଣସି ବଡ କେଶ୍ ର ଯାଞ୍ଚ୍ କୁ ଭିନ୍ନ ମୋଡ଼ ଦିଆଯିବାର ଆଶଙ୍କା ରହିଥିବାରୁ ରାତିରେ ପୋଷ୍ଟମର୍ଟମ କରାଯାଉନଥିଲା ।

ତେବେ ମୃତ୍ୟୁ ର କାରଣ ଯେମିତି ଅନେକ ପ୍ରକାର ଥାଏ । ପୋଷ୍ଟମର୍ଟମ ବି ଭିନ୍ନ ଭିନ୍ନ ପ୍ରକାର କରାଯାଏ।

ପାଣିରେ ବୁଡ଼ି ମଲେ କେମିତି ଜାଣନ୍ତି ଡାକ୍ତର ?

ଫୁସ୍ ଫୁସ୍‌ରେ ପବନ ବଦଳରେ ପାଣି ଭରି ରହିଥିଲେ ଜଣା ପଡ଼େ କି ବ୍ୟକ୍ତିର ମୃତ୍ୟୁ ପାଣିରେ ବୁଡ଼ିବା କାରଣରୁ ହୋଇଛି । ସେହି ପାଣିରେ ଥିବା ଛୋଟ ଛୋଟ ଡାୟତମ୍ସ ଜୀବକୁ ଦେଖି ଜଣାପଡେ ପାଣିରେ ବୁଡ଼ିବା କାରଣରୁ ମୃତ୍ୟୁ ହୋଇଛି। ଏହି ଜୀବ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ, ମାଇକ୍ରୋ ମେସିନ ଦ୍ବାରା ଏହାକୁ ଦେଖିବାକୁ ପଡ଼େ । ଯଦି ଏହି ଜୀବ ଫୁସଫୁସ ରେ ନଥାନ୍ତି ତେବେ ଏହା ସ୍ପଷ୍ଟ ହୁଏ ପ୍ରଥମେ ମାରି ଦେଇ ତା ପରେ ମୃତ ଶରୀରକୁ ପାଣିରେ ଫୋପାଡ଼ି ଦିଆ ଯାଇଛି । ସେହି ହିସାବରେ ରିପୋର୍ଟ୍ ବି ତିଆରି ହୁଏ।

ବିଷାକ୍ତ ଜିନିଷ ଖାଇ କିମ୍ବା ଅଧିକ ମଦ ପିଇ ଯଦି ମୃତ୍ୟୁ ହୋଇଥାଏ ତେବେ ମଣିଷର ଲିଭର ସମ୍ପୂର୍ଣ୍ଣ ଖରାପ୍ ହୋଇ ଯାଇଥାଏ । ଅଧିକ ମଦ ପିଇଲେ ଲିଭର ସଢ଼ିଯାଏ । ଏହି କାରଣରୁ ହୋଇଥିବା ମୃତ୍ୟୁରେ ପୋଷ୍ଟମର୍ଟମ କରି ଦେଖାଯାଏ, ବିଷ ପିଇ ମୃତ୍ୟୁ ହୋଇଛି କି ମଦ ପିଇ। ଲିଭର୍ କୁ ବାହାରକୁ କାଢି ଭଲ ଭାବରେ ଯାଞ୍ଚ୍ କରାଯାଏ। ଲିଭର୍‌୍‌ରେ କେଉଁ ବିଷ ଅଛି ତାର ଯାଞ୍ଚ୍ ହୁଏ, ବିଷର ନାଁ ଜଣା ପଡ଼ିବା ପରେ ହିଁ ଡାକ୍ତର ପୋଷ୍ଟମର୍ଟମର ରିପୋର୍ଟ୍ ବନାଏ। ବିଷର ନାଁ ରୁ ଜଣାପଡେ ବିଷାକ୍ତ ଖାଦ୍ୟ କି ବଜାରରେ ମିଳୁଥିବା ବିଷରୁ ମୃତ୍ୟୁ ହୋଇଛି ।
ବେକରେ ରସି କିମ୍ୱା କପଡ଼ା ଲଗାଇ ମାରିଲେ କେମିତି ଜଣାପଡେ ଜାଣନ୍ତୁ । ମୃତ ବ୍ୟକ୍ତିର ବେକରେ ଗୋଲ୍ ଆକାରର ଦାଗ ପଡ଼ିଥାଏ ଯାହା ପ୍ରମାଣ କରେ ଲୋକଙ୍କୁ କେହି ମାରି ଦେଇଛି । ହେଲେ ଯଦି ବ୍ୟକ୍ତି ନିଜେ ରସି ଲଗାଇଥିବ ତେବେ ବେକରେ ଭି ଆକାରରେ ଦାଗ ଥାଏ । ଏହି ଦାଗ ହିଁ ଜଣାଇ ଦିଏ ଏହା ହତ୍ୟା କି ଆତ୍ମହତ୍ୟା। କିନ୍ତୁ ଅନେକ ସମୟରେ ଏଭଳି ଶବର ପୂରା ବଡି ଚିରି ଯାଞ୍ଚ୍ କରାଯାଏ। କାରଣ ବ୍ୟକ୍ତିକୁ ଅନ୍ୟ କୌଣସି ଉପାୟରେ ମାରିବା ପରେ ବେକରେ ରସି କପଡ଼ା ଦେଇ ଝୁଲାଇ ଦିଆଯାଇ ଥାଇ ପାରେ ।

କେମିତି ଜଣା ପଡ଼େ ବ୍ୟକ୍ତିଙ୍କୁ ଜାଳି ଦିଆ ଯାଇଛି କି ସେ ଜଳୁଥିବା ଅବସ୍ଥାରେ ମରିଛି । ପ୍ରଥମେ ଏଭଳି ଶବର ପାଦକୁ ଚେକ୍ କରାଯାଏ। କାରଣ ଦେହରେ ନିଆଁ ଲାଗି ଗଲେ ବ୍ୟକ୍ତି ଧାଇଁ ଥାଏ ନିଜକୁ ବଞ୍ଚାଇବା ପାଇଁ। ଅନ୍ୟ କେହି ଜାଳିଲେ ପାଦ ଜଳିଯିବ କାରଣ କେହି ଯଦି ଜଲାଇ ଥିବ ତେବେ ମଣିଷ ହୋସରେ ନଥିବ । ନିଜେ ଜଳିଲା ବେଳେ ହୋସ୍‌ରେ ରହିବ । ଏମିତି ଜଣା ପଡେ ମୃତ୍ୟୁ ର କାରଣ । ଅବଶ୍ୟ ନିଆଁ ଲାଗିବା ସମୟ ଜଣା ପଡେନି, ଏଥିପାଇଁ ପୋଲିସ୍ ର ସହାୟତା ନିଆ ଯାଏ।

 

 

 

 

 

 

Leave A Reply

Your email address will not be published.