କାହାକୁ ୫ ଷ୍ଟାର ଓ କାହାକୁ ୩ ଷ୍ଟାର ଓ୍ଵାନ ଷ୍ଟାର, ଜାଣନ୍ତୁ କେମିତି ଧାର୍ଯ୍ୟ କରାଯାଏ ହୋଟେଲର ରେଟିଙ୍ଗ୍‌

କଣ ଆପଣ କେବେ ଭାବିଛନ୍ତି ଏହି ରେଟିଙ୍ଗ ସବୁ କେମିତି ଧାର୍ଯ୍ୟ କରାଯାଏ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ । ଇଣ୍ଡିଆରେ ୩ ଷ୍ଟାର ଉପରେ ଥିବା ହୋଟେଲକୁ ବହୁତ ଭଲ ବୋଲି ଧରାଯାଏ ।

ଯେତେବେଳେ ବି ଆପଣ କେଉଁଠାକୁ ବୁଲିବାକୁ ଯାଆନ୍ତି ସେତେବେଳେ ହୋଟେଲରେ ରହିବା ପାଇଁ ଆମେ ରୁମ୍‌ ନେଇଥାନ୍ତି । ତେବେ ଏହି ସମୟରେ ଆପଣ ହୋଟେଲ ବୋର୍ଡରେ ୫ ଷ୍ଟାର, ୩ ଷ୍ଟାର ଏବଂ ୪ ଷ୍ଟାର ଥିବା ନିଶ୍ଚୟ ଦେଖିଥିବେ । ଏହି ଷ୍ଟାର ସେହି ହୋଟେଲର ରେଟିଙ୍ଗ ହୋଇଥାଏ । କଣ ଆପଣ କେବେ ଭାବିଛନ୍ତି ଏହି ରେଟିଙ୍ଗ ସବୁ କେମିତି ଧାର୍ଯ୍ୟ କରାଯାଏ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ । ଇଣ୍ଡିଆରେ ୩ ଷ୍ଟାର ଉପରେ ଥିବା ହୋଟେଲକୁ ବହୁତ ଭଲ ବୋଲି ଧରାଯାଏ । ୫ ଷ୍ଟାର ହୋଟେଲରେ ସାଧାରଣତଃ ଆପଣଙ୍କୁ ଲଗଜୁରୀ ସୁବିଧା ମିଳିଥାଏ ଏବଂ ଯେତେବେଳେ ଏହି ଷ୍ଟାର କମ୍‌ ହେବାକୁ ଲାଗେ ସେତେବେଳେ ଏହି ସୁବିଧା ବି କମ୍‌ ହେବାକୁ ଲାଗିଥାଏ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଏକ କମିଟି ହିଁ ଏହି ସବୁ ହୋଟେଲର ରେଟିଙ୍ଗ ଦିଅନ୍ତି । ଏହାକୁ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆପ୍ରୁଭାଲ ଆଣ୍ଡ କ୍ଲାସିଫିକେସନ କମିଟି ନାମରେ ଜଣାଯାଏ । ଏହି କମିଟି ଦୁଇ ଭାଗରେ କାମ କରିଥାଏ ଯେଉଁଥିରେ ଗୋଟେ ଭାଗ ୩ ଷ୍ଟାର ହୋଟେଲର ରେଟିଙ୍ଗ ଦେଇଥାଏ ଆଉ ଗୋଟେ ଭାଗ ୫ ଷ୍ଟାର ଥିବା ହୋଟେଲକୁ ରେଟିଙ୍ଗ ଦେବା କାମ କରିଥାଏ ।

ଭାରତରେ ମହଜୁଦ ହୋଟେଲ୍ସକୁ ରେଟିଙ୍ଗ ଦେବା ପାଇଁ ଅନେକ ପାରାମିଟର ସେଟ୍‌ କରାଯାଇଥାଏ । ଯେତେବେଳେ କିଏ ହୋଟେଲ ରେଟିଙ୍ଗ ପାଇଁ ଆପ୍ଲାଏ କରନ୍ତି, ସେତେବେଳେ ଏହି କମିଟି ସେଠାକୁ ଯାଇ ଯାଞ୍ଚ୍‌ କରନ୍ତି । ଏଥିରେ ପବ୍ଲିକ ଏରିୟା, ଲୋବି, ରେଷ୍ଟୁରାଣ୍ଟ, ବାର, ସପିଙ୍ଗ୍‌, କନଫ୍ରେନ୍ସ ହଲ୍‌, ରୁମ୍‌, ବାଥରୁମର ସାଇଜ ଏବଂ ଏମିତି ଅନେକ ଡିଟେଲ ଦେଖାଯାଏ । ଏହାବ୍ୟତୀତ କମିଟି ଦ୍ୱାରା ଦିବ୍ୟାଙ୍ଗ ଲୋକଙ୍କ ପାଇଁ ଖାସ୍‌ ସର୍ଭିସ, ବିଜନେସ ସେଣ୍ଟର, ହେଲ୍ଥ କ୍ଲବ୍‌, ସ୍ୱିମିଙ୍ଗ ପୁଲ, ପାର୍କିଙ୍ଗକୁ ଚେକ କରାଯାଇଥାଏ । ଚେକିଙ୍ଗ ସମୟରେ ଫାୟର ଫାଇଟିଙ୍ଗ ମେଜର୍ସ ଏବଂ ସିକ୍ୟୁରିଟୀର ମଧ୍ୟ ଖାସ ଧ୍ୟାନ ରଖାଯାଏ ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହୋଟେଲକୁ ୧ ଷ୍ଟାର, ୨ ଷ୍ଟାର, ୩ ଷ୍ଟାର, ୪ ଷ୍ଟାର, ୫ ଷ୍ଟାର ଡିଲକ୍ସର ରେଟିଙ୍ଗ ଦିଆଯାଏ । ଏହାବ୍ୟତୀତ ଏକ ହେରିଟେଜ କ୍ୟାଟେଗରୀ ମଧ୍ୟ ଥାଏ, ଯାହାକୁ ହେରିଟେଜ ଗ୍ରାଣ୍ଡ, ହେରିଟେଜ୍‌ କ୍ଲାସିକ ଏବଂ ହେରିଟେଜ୍‌ ବେସିକ । ଦର୍ଶକବନ୍ଧୁ ଆଶା କରୁଛୁ ଏବେ ଆପଣଙ୍କ ମନରେ ହୋଟେଲର ଷ୍ଟାରକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହା ବର୍ତ୍ତମାନ ଆଉ ନଥିବ ।