ରଙ୍ଗ ଦାଗରୁ ଏପରି ଦିଅନ୍ତୁ ନିଜ କାରକୁ ସୁରକ୍ଷା, ଏହି ଉପାୟ କଲେ ଆଦୌ ଲାଗିବନି ହୋଲି କଲର

କିଛି ଏମିତି ଟିପ୍ସ ଯାହାକୁ ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ । ଯାହାଦ୍ୱାରା ଆପଣ ଜାଣିପାରିବେ ହୋଲି ଦିନ ଜଣେ କାର ମାଲିକଙ୍କୁ କେଉଁ କଥାକୁ ଧ୍ୟାନ ରଖିବା ଜରୁରୀ । ଯଦି ଏହି ଟିପ୍ସକୁ ଆପଣ ଫଲୋ କଲେ ତାହେଲେ ଆପଣ ପୁରା ବିନ୍ଦାସ ଭାବେ ହୋଲିରେ କାର ଚଲାଇପାରିବେ।

ରଙ୍ଗର ପର୍ବ ହୋଲିରେ ସମସ୍ତେ ରଙ୍ଗରେ ରଙ୍ଗେଇ ହେବାକୁ ଚାହାଁନ୍ତି ଆଉ ଏଥିପାଇଁ ସାରା ଦେଶରେ ଲୋକେ ଏହି ପର୍ବକୁ ସେଲିବ୍ରେଟ କରନ୍ତି । ଜଣେ ଜଣଙ୍କୁ ରଙ୍ଗ ଲଗାଇ ସମସ୍ତେ ପାଳନ କରନ୍ତି ହୋଲିରେ ପର୍ବ । ତେବେ ଏହାରି ଭିତରେ ଆପଣ ହୋଲିରେ ନିଜ କାରକୁ ବାହାରକୁ ବାହାର କରିବାକୁ ଭୟ କରୁଛନ୍ତି? ଭାବୁଛନ୍ତି ହୋଲିରେ କାରକୁ ବାହାର କଲେ ରଙ୍ଗ ପିଚକାରୀରେ ଆପଣଙ୍କ କାର ଖରାପ ହେଇଯିବ। ତାହେଲେ ଏଥିପାଇଁ ଆପଣ ଆଦୌ ବି ଟେନସନ ହୁଅନ୍ତୁନାହିଁ । କିଛି ଏମିତି ଟିପ୍ସ ଯାହାକୁ ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ । ଯାହାଦ୍ୱାରା ଆପଣ ଜାଣିପାରିବେ ହୋଲି ଦିନ ଜଣେ କାର ମାଲିକଙ୍କୁ କେଉଁ କଥାକୁ ଧ୍ୟାନ ରଖିବା ଜରୁରୀ । ଯଦି ଏହି ଟିପ୍ସକୁ ଆପଣ ଫଲୋ କଲେ ତାହେଲେ ଆପଣ ପୁରା ବିନ୍ଦାସ ଭାବେ ହୋଲିରେ କାର ଚଲାଇପାରିବେ।

କାରକୁ ଏକ ସୁରକ୍ଷିତ ଯାଗାରେ ପାର୍କ କରନ୍ତୁ

ଯଦି ସମ୍ଭବ ହେଉଛି ଆପଣ କାରକୁ ଭିଡ ହୋଇଥିବା ସ୍ଥାନ ଠାରୁ ଦୂରେଇ ରଖି ପାର୍କ କରନ୍ତୁ । ଏପରି ଯାଗାରେ ରଖନ୍ତୁ ଯେଉଁଠି ହୋଲିର ସେଲିବ୍ରେସନ ହଉନଥିବ । ହୋଲିରେ ଆପଣଙ୍କ କାରକୁ ରଙ୍ଗ ଠାରୁ ରକ୍ଷା କରିବା ପାଇଁ ଏହା ଏକ ଭଲ ତରିକା ।

କଭର ର ବ୍ୟବହାର କରନ୍ତୁ

ଯଦି କାରକୁ ବନ୍ଦ ସ୍ଥାନ କିମ୍ବା ଆଇସୋଲେଟେଡ଼ ସ୍ଥାନରେ ପାର୍କିଂ କରିବା ସମ୍ଭବ ହେଉନାହିଁ ତାହେଲେ ଗାଡିକୁ କଭର କରି ରଖନ୍ତୁ । ଯେଉଁଠି ହୋଲିର ସେଲିବ୍ରେସନ ହଉନଥିବ । ହୋଲିରେ ଆପଣଙ୍କ କାରକୁ ରଙ୍ଗ ଠାରୁ ରକ୍ଷା କରିବା ପାଇଁ ଏହା ମଧ୍ୟ ଏକ ଜବରଦସ୍ତ ତରିକା ।

ସିଟ ଉପରେ କରନ୍ତୁ ପ୍ଲାଷ୍ଟିକ କଭରର ବ୍ୟବହାର

ଯଦି ହୋଲି ଅବସରରେ ଆପଣ କାର ନେଇ କୁଆଡେ ବାହାରକୁ ବାହାରୁଛନ୍ତି ତାହେଲେ ସିଟକୁ ପ୍ଲାଷ୍ଟିକ କଭରରେ ଘୋଡାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ସିଟ ଭିଜିବା ଏବଂ ଡ୍ରେସ ରଙ୍ଗୀନ ହୋଇଯିବା ଭୟ ଠାରୁ ରକ୍ଷା ମିଳିଯିବ । ଏହା ବହୁତ ଜରୁରୀ କାହିଁକିନା କାରର ସିଟରୁ ଦାଗ ହଟାଇବା ବହୁତ ମୁସ୍କିଲ ହୋଇଥାଏ ।

ହାର୍ଡ ଡିଟରଜେଣ୍ଟର ବ୍ୟବହାର କରନ୍ତୁ ନାହିଁ

ଯଦି ଆପଣଙ୍କ କାର ହୋଲି ସେଲିବ୍ରେସନ ସମୟରେ ଖରାପ ହୋଇଯାଉଛି ତାହେଲେ ଦାଗ ଗାଢ଼ା ହୋଇଯିବ ପୂର୍ବରୁ ଏହାକୁ ତୁରନ୍ତ ସାଧା ପାଣିରେ ଧୋଇବାକୁ ଚେଷ୍ଟା କରନ୍ତୁ । ସାଧା ପାଣି ସହିତ କେବଳ ସଫା ମାଇକ୍ରୋ ଫାଇବର କପଦର ବ୍ୟବହାର କରନ୍ତୁ । ଅଧିକ ହାର୍ଡ ଡିଟରଜେଣ୍ଟର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା କାରର ପେଣ୍ଟ ଖରାପ ହୋଇନଥାଏ ।

ଡ୍ରିଙ୍କ ଆଣ୍ଡ ଡ୍ରାଇଭ କରନ୍ତୁ ନାହିଁ

ଡ୍ରିଙ୍କ ଆଣ୍ଡ ଡ୍ରାଇଭ ବହୁତ ବିପଦଜନକ ହୋଇପାରେ । ଏହା ହେଉଛି କାର ଦୁର୍ଘଟଣାର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ଏଥିପାଇଁ ଏପରି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ, ଖାସ କରି ଡ୍ରାଇଭ କଲା ସମୟରେ । ଯଦି ଆପଣ ଜାଣିଛନ୍ତି ଯେ ହୋଲି ଅଛି ସେଲିବ୍ରେସନ ପାଇଁ ଡ୍ରିକ୍ସ କରିବେ ତାହେଲେ ନିଜେ ଡ୍ରାଇଭ ନ କରି ପବ୍ଲିକ ଟ୍ରାନ୍ସପୋର୍ଟ ର ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.