ସ୍ପେଶାଲ

ଏହି ୪ଟି ସିମ୍ପଲ ଟ୍ରିକରେ ଡ୍ରେସକୁ କରନ୍ତୁ ଆଇରନ୍, ବିନା ବିଜୁଳିରେ ବି ଦେଖାଯିବ ଚକାଚକ୍

ଅଫିସ୍ ଯିବା ହେଉ କିମ୍ବା ସ୍କୁଲ, ସକାଳୁ ସକାଳୁ କପଡା ପ୍ରେସ୍ କରିବା ଏକ ନିତିଦିନିଆ କାମ । ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ପ୍ରେସ୍ କରିବା ଏକ କାଠିକର କାମ ଲାଗିଥାଏ ଏବଂ ସେମାନେ ଲଣ୍ଡ୍ରିରୁ ପ୍ରେସ୍ କରି ପିନ୍ଧନ୍ତି । କିନ୍ତୁ ସେତେବେଳେ କଣ କରିବେ ଯେତେବେଳେ ଆପଣଙ୍କ କପଡା ପ୍ରେସ୍ ହୋଇନି ଏବଂ ଏମରଜେନ୍ସୀ ଅଛି ଆଉ ଲାଇଟ୍ ଚାଲି ଯାଇଛି ? ଅନେକ ଥର ତ ଏମିତି ହୋଇଥାଏ ଯେ ଘରେ ବିଜୁଳି ଥାଏ କିନ୍ତୁ ଆଇରନ୍ ଖରାପ ହୋଇଯାଇଥିବା କାରଣରୁ ଆମେ ପ୍ରେସ୍ କରିପାରନ୍ତିନାହିଁ । ସେହିପରି ଆଉ କିଛି ଲୋକଙ୍କୁ ତ ଡ୍ରେସ୍ ଆଇରନ୍ କରିବା ଏକ ବଡ କଠିନ କାମ ହୋଇଥାଏ । ବହୁ ଲୋକ ନିଜେ ଆଇରନ୍ ନ କରି ବାହାରେ ଆଇରନ୍ ଦୋକାନରେ କପଡା ଦେଇ ଦିଅନ୍ତି । କିନ୍ତୁ ଯଦି ଦୋକାନୀ ଠିକ୍ ସମୟରେ ଆପଣଙ୍କୁ କପଡା ଆଇରନ୍ କରି ଦେଇ ନାହିଁ କିମ୍ବା ଜରୁରୀ ଥିବା ସମୟରେ ବିଜୁଳି ଚାଲି ଯାଇଛି ତେବେ ଏହି ସମସ୍ୟାକୁ ସମାଧାନ କରିବାର କିଛି ସରଳ ଉପାୟ ବି ରହିଛି । କିଛି ଏପରି ସହଜ ଉପାୟ ରହିଛି ଯାହା ମାଧ୍ୟମରେ ଆପଣ ନିଜ ଡ୍ରେସରୁ ବଡ ସହଜରେ ଭାଙ୍ଗ ଦୂର କରିପାରିବେ । କେବଳ ଏତିକି ନୁହେଁ ଆପଣ କପଡା ଉପରେ କ୍ରିଜ୍ ବି ଦେଇପାରିବେ । ତାହେଲେ ଆସନ୍ତୁ ଜାଣିବା କପଡା ପ୍ରେସ୍ କରିବାର କିଛି ସ୍ମାର୍ଟ ଟ୍ରିକ୍ସ ।

ଭିନେଗାରର କରନ୍ତୁ ବ୍ୟବହାର

ସର୍ବପ୍ରଥମେ ଏକ ସ୍ପ୍ରେ ବୋତଲ ନିଅନ୍ତୁ । ସେଥିରେ ଅଧା ବୋତଲ ଭିନେଗାର ଓ ଅଧା ପାଣି ମିଶାନ୍ତୁ । ଏବେ ଆପଣ ଡ୍ରେସକୁ ହ୍ୟାଙ୍ଗରରେ ଖୋଲି କରି ଝୁଲାଇ ଦିଅନ୍ତୁ । ଏହାପରେ ପୁରା ଡ୍ରେସ୍ ରେ ପାଣି ମିଶା ଭିନେଗାର ସ୍ପ୍ରେ କରନ୍ତୁ ଓ ଡ୍ରେସକୁ ଶୁଖିବାକୁ ଦିଅନ୍ତୁ । ଶୁଖିବା ପରେ କପଡାରୁ ଲୋଚାକୋଚା ଦୂର ହୋଇଯିବ ।

ଟାୱେଲର ବ୍ୟବହାର

ଡ୍ରେସକୁ କୌଣସି ଏକ ଟାୱେଲ ଉପରେ ମେଲାଇ ରଖନ୍ତୁ । ଏବେ ଟାୱେଲକୁ ଓଦା କରି ଚିପୁଡି ଦିଅନ୍ତୁ । ଯେଉଁ ଯେଉଁ ସ୍ଥାନରେ ଭାଙ୍ଗ ପଡିଛି ସେହି ସେହି ସ୍ଥାନରେ ଟାୱେଲ ସାହାଯ୍ୟରେ ପ୍ରେସ୍ କରନ୍ତୁ । ଏହି ପ୍ରକାରରେ ସଂପୂର୍ଣ୍ଣ କପଡାରେ ଭାଙ୍ଗ ବା ଲୋଚାକୋଚା ସ୍ଥାନରେ ପ୍ରେସ୍ କରିବା ପରେ କପଡାକୁ ଶୁଖିବା ଲାଗି ହ୍ୟାଙ୍ଗରରେ ଟାଙ୍ଗି ଦିଅନ୍ତୁ । ଶୁଖିଲା ପରେ ସବୁ ଲୋଚାକୋଚା ଗାଏବ ହୋଇ ଯାଇଥିବ ।

କେଟିଲ ସାହାଯ୍ୟରେ ପ୍ରେସ୍

ଗ୍ୟାସରେ କେଟିଲ ରଖନ୍ତୁ ଏବଂ ସେଥିରେ ପାଣି ଢାଳନ୍ତୁ । ଏବେ ଗରମ କେଟିଲକୁ ଆପଣ ଆଇରନ୍ ପରି କପଡାରେ ଚଲାନ୍ତୁ । ଥଣ୍ଡା ହୋଇଗଲେ ଏହାକୁ ପୁଣି ଗରମ କରି ଦିଅନ୍ତୁ । ଦେଖିବେ କପଡା ପ୍ରେସ୍ କରିବା କାମ ବଡ ସହଜରେ ହୋଇଯିବ ।

ମ୍ୟାଟ୍ରେସର କରନ୍ତୁ ବ୍ୟବହାର

ଆପଣ କପଡା ଶୁଖାଇବା ପରେ ଏହାକୁ ଠିକ୍ ଭାବରେ ଭାଙ୍ଗିଦିଅନ୍ତୁ ବା ଫୋଲଡ କରିଦିଅନ୍ତୁ । ଏବେ ଏହାକୁ ଭାରି ଗଦି ବା ମ୍ୟାଟ୍ରେସ୍ ତଳେ ରଖି ଦିଅନ୍ତୁ । ଦେଖିବେ ଏପରି ଅବସ୍ଥାରେ ଆପଣ ୨ରୁ ୩ ଘଣ୍ଟା ରଖିବା ପରେ କପଡା ପୁରା ଫ୍ରେସ୍ ଦେଖାଯିବ । ଆଉ ଆପଣ ଏହାକୁ ପିନ୍ଧି ବାହାରକୁ ଯାଇପାରିବେ ।

Pritiparna

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

2 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

25 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

32 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

39 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

47 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

49 mins ago