କଣ ହେବ ଯଦି ଆପଣଙ୍କୁ ଆନାକୋଣ୍ଡା ଗିଳିଦେବ? ଆପଣ ବଞ୍ଚିବେ ନା ମରିବେ, ଏସବୁ ପ୍ରଶ୍ନର ଉତ୍ତର ଜାଣନ୍ତୁ ଏଇଠି

ଆନାକୋଣ୍ଡା । ଯାହାର ନାଁ ଶୁଣିଲେ ଭୟରେ ଛାତି ଥରିଯାଏ। ଦେହର ଲୋମ ଟାଙ୍କୁରି ଉଠେ । ଆଉ ଯଦି ଆମେ ତାକୁ ପରଦାରେ ଦେଖୁ ପାଟି ଆଁ ହୋଇ ରହିଯାଏ । ଏମିତିରେ ତ ସାପକୁ ଭାରି ଡର ଲାଗେ । ଆଉ ଯଦି ସିଏ ଆନାକୋଣ୍ଡା ହୋଇଥାଏ ତେବେ ତ କଥା ସରିଲା । ଏହାର ଆକାର ଦେଖିଲେ ହୋସ୍‌ ଉଡ଼ିଯିବ । ଆନାକୋଣ୍ଡା ହେଉଛି ଦୁନିଆର ସବୁଠାରୁ ବଡ ସାପ। ଛେଳି, ହରିଣ ଏବଂ ବଡ ବଡ କୁମ୍ଭୀରକୁ ମଧ୍ୟ ବହୁତ ସହଜରେ ଗିଳିଦିଏ ଏହି ସର୍ପ ରାକ୍ଷସ। ଯଦି ଆପଣ କେବେ ଆନାକୋଣ୍ଡା ସାମନାରେ ପଡ଼ିଯାନ୍ତି ତ କଣ ହେବ ଆପଣଙ୍କ ଅବସ୍ଥା?
ଆଉ ଯଦି ଗୋଟିଏ ଆନାକୋଣ୍ଡା ଆପଣଙ୍କୁ ଗିଳିବାକୁ ଚେଷ୍ଟା କରେ କଣ ହେବ ଭାବନ୍ତୁ ତ ? ଆପଣ ଅବଶ୍ୟ ସିନେମାରେ ଦେଖିଛନ୍ତି ଆନାକୋଣ୍ଡା କେତେ ଭୟଙ୍କର । ତେବେ କଣ ସତରେ ଏକ ଆନାକୋଣ୍ଡୋ ମଣିଷଙ୍କୁ ଗିଳି ଦେଇପାରେ? ଭାବନ୍ତୁ ତ ଯଦି ଇଏ କୌଣସି ମଣିଷଙ୍କୁ ଗିଳିଦେଲା ତାହେଲେ କଣ ହେବ ? କେତେ ସମୟ ପର୍ଯ୍ୟନ୍ତ ତା ପେଟ ଭିତରେ ମଣିଷଟିଏ ପଞ୍ଚି ପାରିବ ?

Anakondaଆମେ ଆଜି ଆପଣଙ୍କୁ କହୁଛୁ କଣ ହେବ ଯଦି ଆପଣଙ୍କୁ ଏକ ଆନାକୋଣ୍ଡା ସମ୍ପୂର୍ଣ୍ଣ ଭାବରେ ଗିଳିଦିଏ। ଆପଣ ମାନିପା ରନ୍ତି ବା ନମାନି ପାରନ୍ତି ୨୦୧୪ରେ ଜଣେ ବ୍ୟକ୍ତି ନିଜକୁ ଅତି ଚାଲାକ ଭାବି ଆନାକୋଣ୍ଡା ସହିତ ପଙ୍ଗା ନେବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କ ଘୁଷୁରୀ ରକ୍ତରେ ଭିଜା ହୋଇଥିବା ଏକ ବଡ ଏବଂ ଓଜିନଆ ସୁଟ୍ ପିନ୍ଧିଥିଲେ। ଆନାକୋଣ୍ଡା ପାଖକୁ ଯାଇଥିଲେ । ସାପଟି ପ୍ରାୟ ଗୋଟେ ଘଣ୍ଟା ପଯ୍ୟର୍ନ୍ତ ନିଜର ପାଟିରେ ସୁଟକୁ ଦବାଇବାକୁ ଚେଷ୍ଟା କରିଥିଲା ହେଲେ ସେ ଏଥିରେ ବିଫଳ ହେଲା ଆଉ ସମ୍ପୂର୍ଣ୍ଣ ଭାବରେ ମଣିଷକୁ ଗିଳି ପାରିଲା ନାହିଁ। କିନ୍ତୁ ଥରେ ଭାବନ୍ତୁ ତ ଯଦି ସେ ଏଥିରେ ସଫଳ ହୋଇଯାଇଥାନ୍ତା ତାହେଲେ ଗୋଟେ ଆନାକୋଣ୍ଡା ମଣିଷଙ୍କୁ କେମିତି ଖାଇବ ଆଉ ତା ପେଟ ଭିତରେ କେମିତି ରଖିବ? ଆପଣ ଯଦି ବି ଆନାକୋଣ୍ଡା ପେଟରୁ ଉଦ୍ଧାର ହେଲେ ଆପଣ ସୁସ୍ଥ ଥିବେ ନା ନାହିଁ ? କଣ ହୋଇଥିବ ଆପଣଙ୍କ ଅବସ୍ଥା?

ଗୋଟିଏ ଗ୍ରୀନ ଆନାକୋଣ୍ଡା ୯ ମିଟର ପର୍ଯ୍ୟନ୍ତ ଲମ୍ବା ଏବଂ ୨୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହୋଇପାରେ। ଆପଣ ଭାବୁଥିବେ ଆପଣ ଏମିତି ଏକ ଆନାକୋଣ୍ଡା ପାଇଁ ବହୁତ ବଢ଼ିଆ ଖାଦ୍ୟ ହେବେ। ଯାହାର ଗୋଟେ ଓଳି ଖାଦ୍ୟ ୧୮ କିଲୋଗ୍ରାମ। ଏମିତିରେ ଯଦି ସେ ଆପଣଙ୍କୁ ଗିଳିଦିଏ ତାହେଲେ ସପ୍ତାହେ ପର୍ଯ୍ୟନ୍ତ ଆରାମରେ ନଖାଇ ରହି ପାରିବ। କିନ୍ତୁ ଆପଣଙ୍କ ଭଳି ୪୫ କିଲୋଗ୍ରାମରୁ ଅଧିକ ଓଜନ ଶିକାରକୁ ଖାଇବାରେ ତାକୁ କୌଣସି ମଜା ଆସିବ ନାହିଁ। ଆଉ ତାର କାରଣ କଣ ସେ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ମଣିଷର ଆକାରରେ ଏତେ ବଡ ଯେ ଆନାକୋଣ୍ଡା ଖାଉଥିବା ଅଧିକାଂଶ ଜୀବଙ୍କ ଠାରୁ ଅଧିକ ଲମ୍ବା ଏବଂ ଚଉଡ଼ା। ତେଣୁ ମଣିଷକୁ ଖାଇବାକୁ ତାକୁ ବହୁତ ସମୟ ଲାଗିବ। ତେବେ ଧରିନିଆଯାଉ ଯଦି ଆନାକୋଣ୍ଡା ଆପଣଙ୍କୁ ଖାଇବାକୁ ଚାହୁଁଛି, ତାପରେ କଣ ହେବ? ଆନାକୋଣ୍ଡା ପ୍ରଥମେ ଆପଣଙ୍କୁ ଆପଣଙ୍କୁ ମାରିବାକୁ ଚାହିଁବ। ଏହାପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟିଏ ଆନାକୋଣ୍ଡା କନଷ୍ଟିକଟର ସାପ ଭଳି ହୋଇଥାଏ। ଆଉ ନିଜ ଶିକାର ଚାରିପଟେ ଗୁଡ଼ାଇ ହୋଇ ତାକୁ ୯୦ ହଜାର ପାଉଣ୍ଡ ଠାରୁ ବି ଅଧିକ ଥର ଦବାଇ ମାରିଦିଏ।

anakondaକିନ୍ତୁ ଧରିନିଆଯାଉ ଆପଣ ଆନାକୋଣ୍ଡାର ଚାପରେ ମରି ନାହାନ୍ତି ଆଉ ଆନାକୋଣ୍ଡାର ପୂରା ପ୍ରକ୍ରିୟା ଦେଖିବାକୁ ଜୀବିତ ଅଛନ୍ତି ତେବେ ଆପଣ ଦେଖିବେ ଯେ ଆନାକୋଣ୍ଡା ନିଜର ପାଟିକୁ ମେଲାଇ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ଗିଳି ଦେଉଛି। କିନ୍ତୁ ଆପଣଙ୍କୁ ଡରିବାର ଆବଶ୍ୟକତା ନାହିଁ ଯେ ସେ ଆପଣଙ୍କୁ ଚୋବାଇ ଖାଇଦେବ। ଏମିତି ବିଲକୁଲ ବି ହେବନାହିଁ କାରଣ ଏହି ସାପ କେବଳ ନିଜ ଦାନ୍ତ ସାହାଯ୍ୟରେ ଶିକାରକୁ ଧରିପାରିବ, ଚୋବାଇ ପାରିବନି। ଆଉ ସବୁଠୁ ତ ଭଲ କଥା ହେଉଛି ଆନାକୋଣ୍ଡା ଠାରେ ଅନ୍ୟ ସାପଙ୍କ ଭଳି ବିଷ ନଥାଏ। ତେଣୁ ଆପଣ ନିଶ୍ଚିତ ରୁହନ୍ତୁ ଆପଣ ପାରାଲାଇଜ୍ ହେବେ ନାହିଁ। କିନ୍ତୁ ହଁ, ଆପଣଙ୍କୁ ଆନାକୋଣ୍ଡା ମୁହଁରେ ବହୁତ ସାରା ଲାଳ ନିଶ୍ଚୟ ମିଳିବ। ଆନାକୋଣ୍ଡା ନିଜ ଲାଳରେ ଆପଣଙ୍କୁ ଓଦା କରିଦେବ ଯାହାଦ୍ୱାରା ସେ ସହଜରେ ଆପଣଙ୍କୁ ଗିଳି ପାରିବ। ଏବେ ଆପଣ ଏହି ବଡ ସାପର ଖାଦ୍ୟନଳୀରେ ଅଛନ୍ତି। ଯେଉଁଠି ଆପଣଙ୍କୁ ଆନାକୋଣ୍ଡା ତା ଶରୀର ଭିତରକୁ ଧକ୍କା ଦେଉଥିବ। ଯେମିତି ଅନ୍ୟ ପ୍ରାଣୀଙ୍କ ଠାରେ ହୋଇଥାଏ, ଖାଦ୍ୟନଳୀର ମାଂସପେଶୀ ଆପଣଙ୍କୁ ଏହାର ଶରୀର ଭିତର ଆଡକୁ ଠେଲି ଦେଉଥିବ। ଆନାକୋଣ୍ଡା ପାଖରେ ନିଜ ଶରୀରକୁ ହଲାଇବା ଏବଂ ମୋଡିବା ଭଳି କ୍ଷମତା ରହିଥାଏ। ଯାହାଦ୍ୱାରା ଏହା ଆପଣଙ୍କୁ ମୋଡି ମକଚି ପେଟ ପର୍ଯ୍ୟନ୍ତ ନେଇ ଯାଇପାରେ। ଏହାର ଅର୍ଥ ଏବେ ଆପଣ ଆନାକୋଣ୍ଡାର ପେଟ ଭିତରେ ଅଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆନାକୋଣ୍ଡା ପେଟରେ ବହୁତ ମାତ୍ରାରେ ଏସିଡ୍ ଏବଂ ଏନଜାଇମ୍ସ ସୃଷ୍ଟି ହୋଇଥାଏ। ଯାହା ଆପଣଙ୍କ ତ୍ୱଚାକୁ ଏକଦମ୍ ଖରାପ କରିଦେବ। ଆଉ କିଛି ସମୟ ପରେ ଆପଣଙ୍କ ହାଡ ଗୁଡିକକୁ ବି ନଷ୍ଟ କରିଦେବ। ତାହେଲେ ଭାବନ୍ତୁ ଆନାକୋଣ୍ଡା ପେଟରେ ଥିବା ଏହି ଏସିଡ୍ କେତେ ଜଲଦି କାମ କରିଥାଏ।

ଆନାକୋଣ୍ଡା ଗୋଟିଏ କୁମ୍ଭୀରର ଚର୍ମକୁ କେବଳ ୩ ଦିନରେ ହିଁ ନଷ୍ଟ କରି ଦେଇଥିଲା। ସେହି ଅନୁଯାୟୀ ଆପଣ ଥରେ ଆପଣଙ୍କ ମୁଲାୟମ ତ୍ୱଚା ବିଷୟରେ ଭାବନ୍ତୁ ତ ? ଯେତେବେଳେ ଆପଣ ଏହାର ଲାଞ୍ଜ ଅଂଶ ଆଡକୁ ଯିବେ ସେତେବେଳେକୁ ଆପଣଙ୍କ ଶରୀର ଆହୁରି ଖଣ୍ଡ ବିଖଣ୍ଡିତ ହୋଇ ସାରିଥିବ। କାରଣ ଆନାକୋଣ୍ଡାର ଲିଭର ଏବଂ ପାନକ୍ରୀୟଜରେ ଏହାଠାରୁ ବି ଅଧିକ ଏନଜାଇମ୍ସ ସୃଷ୍ଟି ହୋଇଥାଏ। ଆପଣଙ୍କ କେଶ ଆଉ ନଖକୁ ଛାଡି ଆଉ ସବୁ କିଛି ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଥିବ ବା ପଚି ସାରିଥିବ। ଯଦି ଆପଣ କୌଣସି ଟାଣ ସୁଟ ବି ପିନ୍ଧିଥିବେ ତେବେ ମଧ୍ୟ ଆପଣଙ୍କୁ କିଛି ସପ୍ତାହ ପର୍ଯ୍ୟନ୍ତ ଭିତରେ ରହିବାକୁ ହିଁ ହେବ। ଅବଶ୍ୟ ଏସବୁ ଘଟିବ ଯଦି ଆପଣ ଆନାକୋଣ୍ଡା ସହିତ ପଙ୍ଗା ନେବେ । ଆପଣ ଯେହେତୁ ଆକାରରେ ଏତେ ବଡ ଆନାକୋଣ୍ଡା ଆପଣଙ୍କୁ ଖାଇବାକୁ ତ ଚାହିଁବନି। କିନ୍ତୁ ନିଜକୁ ରକ୍ଷା କରିବାକୁ ନିହାତି ଭାବରେ ଚେଷ୍ଟା କରିବ। ଏମିତିରେ ବି ଯଦି ଆପଣ ଆନାକୋଣ୍ଡା ସହିତ ପଙ୍ଗା ନେଉଛନ୍ତି ତାହେଲେ ଆପଣ ବହୁତ ଜଲଦି ଏ ଦୁନିଆରୁ ବିଦା ହୋଇ ଯାଇପାରନ୍ତି। କାହିଁକିନା ଆପଣଙ୍କୁ ଆନାକୋଣ୍ଡା ନିଜ କୁଣ୍ଡଳୀ ଭିତରେ ଦବାଇ ଦବାଇ ମାରିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.