ମଝି ଆକାଶରେ ପାଇଲଟ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ କିପରି କାମ କରିଥାଏ ବିମାନର ଅଟୋ ପାଇଲଟ ସିଷ୍ଟମ

କେନ୍ୟୁଜ୍‌(ବ୍ୟୁରୋ): କୌଣସି ସ୍ଥାନକୁ ଶୀଘ୍ର ପହଁଚିବାର ମାଧ୍ୟମ ହେଲା ଉଡ଼ାଜାହଜ । ଆପଣବି ନିଶ୍ଚୟ କେବେ ନା କେବେ ବିମାନଯାତ୍ରା କରିଥିବେ । କେବେ ଭାବିଛନ୍ତି କି ବିମାନ ମଝିଆକାଶରେ ଥିବା ବେଳେ ଯଦି ପାଇଲଟ ଶୋଇପଡିବେ କଣ ହେବ ? କିପରି ଚାଲିବ ବିମାନ ?
ବିମାନ ଟେକ୍‌ ଅଫ୍‌ କରିସାରିବା ପରେ ପାଇଲଟ ଯଦି ଚାହିଁବେ ଶୋଇପାରିବେ । ପାଇଲଟ ଅଟୋ ପାଇଲଟ ମୋଡ ଅନକରି ଶୋଇପାରିବେ । ଅଟୋ ପାଇଲଟ ବିମାନକୁ ତାର ଗନ୍ତବ୍ୟସ୍ଥଳରେ ନେଇ ପହଁଚାଇ ଦେବ । ଅବତରଣ ପୂର୍ବରୁ କିନ୍ତୁ ପାଇଲଟଙ୍କୁ ଅଟୋ ପାଇଲଟ ମୋଡ ବନ୍ଦ କରିବାକୁ ହେବ । ଏହାସହ ବିମାନଟିକୁ ନିଜ ନିୟନ୍ତ୍ରଣକୁ ନେବାକୁ ହେବ ।

ପାଗ ଯଦି ଠିକଅଛି ତେବେଯାଇ ଏହି ସୁବିଧାର ଲାଭ ଉଠାଯାଇ ପାରିବ । ଅଟୋ ପାଇଲଟ ମୋଡ ଅନ କରିବା ପରେ ବିମାନରେ ଥିବା କମ୍ପ୍ୟୁଟରି ସିଷ୍ଟମ ବିମାନକୁ ତାର ଗନ୍ତବ୍ୟ ସ୍ଥଳ ଆଡ଼କୁ ନେଇଯାଇଥାଏ । ଅଟୋ ପାଇଲଟ ଅନ ହେବାପରେ ସେ ଆପେ ଆପେ ସବୁକାମ କରିଥାଏ । ପାଇଲଟଙ୍କୁ କିନ୍ତୁ ବିମାନର ଗତିବିଧି ଉପରେ ନଜର ରଖିବାକୁ ହେବ । ନହେଲେ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ହୁଏତ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ । ବିମାନଟି ଯେତେବେଳେ ନିର୍ଦ୍ଧାରିତ ବିମାନ ବନ୍ଦର ନିକଟତର ହେବ ତେବେ ବିମାନର ଅଟୋ ପାଇଲଟ ବନ୍ଦ କରିବାକୁ ହେବ । ଅଟୋ ପାଇଲଟ ବନ୍ଦ ହେବାପରେ ବିମାନର ପୁରା ନିୟନ୍ତ୍ରଣ ପାଇଲଟଙ୍କ ହାତକୁ ଚାଲି ଆସିଥାଏ । ବିମାନ ବନ୍ଦରରେ ପହଁଚିବା ପରେ ବି ଯଦି ଅଟୋ ପାଇଲଟ ମୋଡ଼କୁ ବନ୍ଦ କରାଯାଇ ନାହିଁ ତେବେ ବିମାନର କକପିଟରେ ଏକ ବଜର ବାଜି ଉଠିବ । ଆଉ ପାଇଲଟକୁ ଜଣାଇଦେବକି ଆପଣ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଁଚି ସାରିଛନ୍ତି । ଫଳରେ ପାଇଲଟ ସତର୍କ ହୋଇଯିବେ ଓ ବିମାନକୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଅବତରଣ କରାଇବେ ।

ଅଟୋ ପାଇଲଟର ସଫଳତା ପାଇଲଟଙ୍କ ଜ୍ଞାନ ଓ ଅନୁଭବ ଉପରେ ନିର୍ଭର କରିଥାଏ । ଯେତେ ଅନୁଭବି ପାଇଲଟ ହୋଇଥିବେ ସେ ସେତେ ଭଳ ଭାବରେ ଅଟୋ ପାଇଲଟକୁ କାର୍ଯ୍ୟକାରୀ କରିପାରିବେ । ଯଦି ପାଇଲଟଙ୍କ ଆଦେଶରେ କିଛି ତୃଟି ରହିଥାଏ ତେବେ ଏହା ଏକ ବଡ଼ ଦୂର୍ଘଟଣାର କାରଣ ସାଜିପାରେ । ଆମେରିକା ବାୟୁସେନାର ପୂର୍ବତନ ପାଇଲଟ ଅର୍ଲ ବେନରଙ୍କ କହିବା କଥା ହେଲା ଅଟୋ ପାଇଲଟ ହେଉଛି ଏକ ପ୍ରକାର ମୁକ କମାଣ୍ଡିଙ୍ଗ ସୈନିକ । ଯଦି ତାକୁ ଭୁଲ ନିର୍ଦ୍ଦେଶ ଦିଆଗଲେ ବି ସେ ପାଳନ କରିବ । ଅର୍ଥାତ ଅଟୋ ପାଇଲଟ ମୋଡ଼ ଆପଣଙ୍କୁ ମୃତ୍ୟୁ ମୁହଁକୁ ବି ନେଇଯିବ । ସେ କହିଛନ୍ତି ଯଦି ଆପଣ ବିମାନ ଚାଳନାରେ ସେତେଟା ଅଭ୍ୟସ୍ତ ନୁହଁନ୍ତି ତାହେଲେ ଅଟୋ ପାଇଲଟ ଅନ କରନ୍ତୁ ନାହିଁ । ନହେଲେ ଆପଣ ବିପଦରେ ପଡ଼ି ପାରନ୍ତି ।

ଏପରି ଏକ ଘଟଣା ଘଟିଥିଲା ଇଥିଓପିଆ ରାଜଧାନୀ ଅଦିସ ଅବାବାରେ । ଇଥିଓପିଅନ ଏୟାରଲାଇନର ଏକ ବିମାନର ପାଇଲଟ ୩୭ ହଜାର ଫୁଟ ଉଚ୍ଚତାରେ ଶୋଇ ପଡିଥିଲେ । ସେ ଏତେ ଗଭୀର ନିଦରେ ଶୋଇ ପଡ଼ିଥିଲେ ଯେ ଏୟାର ଟ୍ରାଫିକ କଣ୍ଟ୍ରୋଲ ପାଖରୁ ମିଳୁଥିବା ସଂକେତକୁ ବି ନଜର ଅନ୍ଦାଜ କରିଥିଲେ । ଏଥିପାଇଁ ବିମାନର ଅବତରଣରେ ୨୫ ମିନିଟର ଡେରି ହୋଇଥିଲା ।

Leave A Reply

Your email address will not be published.