ତୁଳସୀ ଗଛ ବାରମ୍ବାର ଶୁଖି ଯାଉଥିଲେ…ଜାଣି ନିଅନ୍ତୁ କ’ଣ ହୋଇପାରେ କାରଣ

ସବୁ ହିନ୍ଦୁ ଘରେ ତୁଳସୀ ଗଛକୁ ପୂଜା କରାଯାଏ। କେହି ନିଜ ଘର ଅଗଣାରେ ତୁଳସୀ ଚଉଁରା ରଖି ଥାଆନ୍ତି ତ ଆଉ କେହି ଘରର ଛାତ ଉପରେ। ତେବେ କ’ଣ ଆପଣ ଜାଣନ୍ତି କି, ତୁଳସୀ ଭବିଷ୍ୟତରେ ହେବାକୁ ଥିବା ଘଟଣାଗୁଡ଼ିକର ବି ସଙ୍କେତ ଦେଇଥାଏ? ଯଦି ଆପଣଙ୍କ ଘରେ ତୁଳସୀ ଗଛ ବାରମ୍ବାର ଶୁଖି ଯାଉଥାଏ, ତ ଏହା ଏକପ୍ରକାର ସଙ୍କେତ ହୋଇପାରେ ଯେ ଆପଣଙ୍କ ଘର ଉପରକୁ କୌଣସି ବିପଦ ମାଡ଼ି ଆସୁଛି। ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛ ବାରମ୍ବାର ଶୁଖୁଥିଲେ ଏହା ପଛର କାରଣ କ’ଣ ହୋଇପାରେ।

-ତୁଳସୀ ଗଛକୁ ଯଦି ଛାତ ଉପରେ ଲଗାଯାଏ, ତ ବିଶ୍ୱାସ ରହିଛି ବୁଧ ଦୁର୍ବଳ ହୋଇ ପାରନ୍ତି। ବୁଧଙ୍କୁ ଧନ ଏବଂ ବ୍ୟବସାୟ, ଉଭୟର ସ୍ୱାମୀ ବୋଲି କୁହାଯାଏ। ଏମିତିରେ ଯଦି ବ୍ୟକ୍ତିଙ୍କର ବୁଧ ପ୍ରଭାବିତ ହୁଏ, ତ ଆର୍ଥିକ ସ୍ଥିତି ବିଗିଡ଼ି ଯାଇପାରେ।

-କିଛି ଲୋକଙ୍କ ଘରେ ତୁଳସୀ ଗଛ ହଠାତ୍‌ ଶୁଖିଯାଏ। ଏହାର ସମ୍ବନ୍ଧ ବି ବୁଧ ସହ ଜଡ଼ିତ ରହିଛି, ଯାହାର ଅର୍ଥ ହେଉଛି, ଭବିଷ୍ୟତରେ କୌଣସି ସମସ୍ୟା ଆସିପାରେ।

-ଯଦି କୌଣସି ଘରେ ତୁଳସୀ ଗଛ ବାରମ୍ବାର ଶୁଖି ଯାଉଥାଏ, ତ ଏହାର ଅର୍ଥ ଆପଣଙ୍କ ଘରେ ପିତୃଦୋଷର ପ୍ରକୋପ ରହିଛି। ଅର୍ଥାତ୍‌ ଘରର ପିତୃ ଖୁସି ନାହାନ୍ତି।

-ଯଦି ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ପାଖରେ କୌଣସି ପକ୍ଷୀ କି ପାରା ଘର କରନ୍ତି, ତ ଆପଣଙ୍କ ଜାତକରେ କେତୁର ସ୍ଥିତି ଖରାପ ହୋଇପାରେ।

You might also like