ନିଜ ପୋଷା କୁକରକୁ ଟ୍ରେନରେ ସାଥିରେ ନେଇଯାଇପାରିବେ କି? ରେଳର ଏହି ନିୟମ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଯଦି ଆପଣ ମଧ୍ୟ ନିଜ ପୋଷା କୁକୁରକୁ ଟ୍ରେନରେ ସାଥିରେ ନେବାକୁୁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏହାସହ ଜଡିତ ରେଳ ନିୟମ ବିଷୟରେ ଜଣାଇବୁ ।

ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ କୁକୁର ପାଳିବା ବହୁତ ଭଲ ଲାଗିଥାଏ । ଆଉ କୁକୁରକୁ ନିଜ ଘରର ସଦସ୍ୟ ଭଳି ହିଁ ମାନିଥାନ୍ତି । ଅତି ଶ୍ରଦ୍ଧାରେ ସ୍ନେହ, ପ୍ରେମରେ ପାଳି ପୋଷି ବଡ କରନ୍ତି । କିନ୍ତୁ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଟ୍ରେନରେ କେଉଁଠିକୁ ବାହାରକୁ ବୁଲିବାକୁ ପଡିଥାଏ । ମୁଣ୍ଡରେ କିଛି ବୁଦ୍ଧି ପଶିନଥାଏ ଯେ ନିଜ ଡଗିକୁ କାହା ସାହାରାରେ ଘରେ ଛାଡି ଯିବା । ଯଦି ସାଥିରେ ନେବାକୁ ଇଚ୍ଛା ହେଉଥାଏ ତାହେଲେ ଟ୍ରେନରେ କୁକୁରକୁ ନେଇ ଯିବାର କଣ ରହିଛି ନିୟମ । ଯଦି ଆପଣ ମଧ୍ୟ ନିଜ ପୋଷା କୁକୁରକୁ ଟ୍ରେନରେ ସାଥିରେ ନେବାକୁୁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏହାସହ ଜଡିତ ରେଳ ନିୟମ ବିଷୟରେ ଜଣାଇବୁ ।

ରେଳ ନିୟମ ମୁତାବକ ଆପଣ ଟ୍ରେନର ଫାଷ୍ଟ କ୍ଲାସ ଏସି କୋଚରେ ନିଜ ନିଜ ପୋଷା କୁକୁରକୁ ସାଥିରେ ନେଇପାରିବେ। ଯଦିଓ ଏଥିପାଇଁ ଆପଣଙ୍କୁ ୨ ବାର୍ଥ କିମ୍ବା ୪ ବାର୍ଥକୁ ସମ୍ପୂୂର୍ଣ୍ଣ ବୁକ୍‌ କରିବାକୁ ହେବ । ଏସିସେକେଣ୍ଡ କ୍ଲାସ, ଏସି ଚେୟାର କାର ଏବଂ ଏସି ୩ ସ୍ଲିପର କ୍ଲାସରେ ପୋଷା କୁକୁର ସହିତ ଯିବାର ପରମିସନ୍‌ ନାହିଁ । ରାଜଧାନୀ ଏବଂ ଶତାବ୍ଦୀର ଏସଏଲଆର କୋଚରେ ମଧ୍ୟ କୁକୁରର ବୁକିଙ୍ଗ ହୋଇନଥାଏ ।

ରେଳ ଅଧିକାରୀଙ୍କ ମୁତାବକ କେବଳ ସେହି ଟ୍ରେନରେ କୁକୁରକୁ ନେବା ପାଇଁ ବୁକିଙ୍ଗ କରିପାରିବେ ଯେଉଁଥିରେ ଫାଷ୍ଟ କ୍ଲାସ କିମ୍ବା ଏସି ଫାଷ୍ଟ କ୍ଲାସ ଡବା ଲଗାଯାଇଥାଏ । ଏକ୍ସପ୍ରେସ କିମ୍ବା ମେଲ ଗାଡିର ଏସଏଲଆର କୋଚରେ ଆପଣ ଡଗ୍‌ ବକ୍ସରେ ରଖି ନିଜ ପୋଷା ଡଗିକୁ ସାଥିରେ ନେଇ ଟ୍ରାଭେଲ କରିପାରିବେ । କୁକୁରକୁ ଡଗ୍‌ ବକ୍ସରେ ରଖି ସେକେଣ୍ଡ କ୍ଲାସ ଲଗେଜ୍‌ ଏବଂ ବ୍ରେକ ଭ୍ୟାନରେ ବି ନେଇପାରିବେ । ଡଗ୍‌ ବକ୍ସରେ ଥିବା କୁକୁରଙ୍କ ଯତ୍ନ ଏବଂ ଖାଦ୍ୟ ପେୟର ଦାୟିତ୍ୱ ତାଙ୍କ ମାଲିକ ହିଁ ନେଇଥାନ୍ତି । ଏହା ବି ଧ୍ୟାନ ରଖିିବାକୁ ହେବ ଯେ ଗୋଟେ ବଗି କେବଳ ଗୋଟେ କୁକୁର ପାଇଁ ବୁକିଙ୍ଗ କରାଯାଇଥାଏ । ପୋଷା କୁକୁରକୁ ସାଥିରେ ନେଇ ଯିବା ପାଇଁ ରେଳବାଇ ପକ୍ଷରୁ ପ୍ରତି କୁକୁର ପିଛର ୬୦ କିଲୋଗ୍ରାମ ହିସାବରେ ଲଗେଜ୍‌ ଚାର୍ଜ ନିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.