ସନାତନ ପରମ୍ପରା ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଶ୍ରଦ୍ଧା ଭାବନାରେ ପ୍ରଭୁ ହନୁମାନଙ୍କ ଆରାଧନା କରିଥାଏ ତେବେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ବଜରଙ୍ଗବଲୀ । ହନୁମାନଙ୍କୁ ସବୁଠାରୁ ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା କୁହାଯାଏ । ଶିବଙ୍କର ଅବତାର ତଥା ଭଗବାନ୍ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ । ଶାସ୍ତ୍ରାନୁସାରେ ବଜରଙ୍ଗବଲୀଙ୍କ ଉପାସକଙ୍କୁ କେବେ ବି ରାହୁ ଏବଂ ଶନିଦଶା ହୋଇନଥାଏ । ଏହା ହିଁ କାରଣ ଯେ ଦେଶର କୋଣ ଅନୁକୋଣରେ ହନୁମାନଙ୍କ ପବିତ୍ର ଧାମ ରହିଛି । ହନୁମାନଙ୍କ ଅଭୂତ ଶକ୍ତି ଏବଂ ଭକ୍ତି ସହ ଜଡିତ ଅନେକ ପବିତ୍ର ଧାମ ରହିଛି । ଯାହାର ଦର୍ଶନ ମାତ୍ରେ ସମସ୍ତ କଷ୍ଟ ଦୂର ହେବା ସହ ମନୋସ୍କାମନା ଦୂର ହୋଇଥାଏ ।
ସବୁ ଯୁଗରେ ଅଛନ୍ତି ବଜରଙ୍ଗବଲୀ :
ସପ୍ତ ଚିରଞ୍ଜିବୀଙ୍କ ମଧ୍ୟରୁ ଜଣେ ହନୁମାନ ସବୁ ଯୁଗରେ ଧରିତ୍ରୀ ରହିଥାନ୍ତି । ଯେମିତି ରାମାୟଣରେ ରାମଙ୍କ ସେନାର ନେତୃତ୍ୱ ନେଇଥିଲେ ସେମିତି ମହାଭାରତରେ ମଧ୍ୟ ଭୀମଙ୍କ ସହ ହନୁମାନଙ୍କ ସାକ୍ଷାତ ପ୍ରସଙ୍ଗ ରହିଛି । ଭୀମଙ୍କ ସହ ହନୁମାନଙ୍କର ସେ ସମୟରେ ସାକ୍ଷାତ ହୋଇଥିଲା ଯେତେବେଳେ ମହାଭାରତ ଯୁଦ୍ଧର ସମ୍ଭାବନା ଆରମ୍ଭ ହୋଇଥିଲା । ସେ ସମୟରେ ଭୀମଙ୍କୁ ହନୁମାନ କଥା ଦେଇଥିଲେ ଯେ ଯୁଦ୍ଧ ସମୟରେ ଅର୍ଜୁନଙ୍କ ରଥରେ ରହି ବିଜୟୀ କରିବାରେ ସାହାଯ୍ୟ କରିବେ ।
ସବୁବେଳେ ଭକ୍ତଙ୍କୁ ରକ୍ଷା କରିଥାନ୍ତି :
ଏକମାତ୍ର ଦେବତା ହନୁମାନ ଯାହାଙ୍କ ନାମ ଜପ କରିବା ମାତ୍ରେ ସମସ୍ତ କଷ୍ଟ ଦୂର ହେବା ସମୟ ମନୋସ୍କାମନା ପୁରା ହୋଇଥାଏ । ହନୁମାନଙ୍କ ଭକ୍ତି ସବୁଠାରୁ ସରଳ ଏବଂ ଶୀଘ୍ର ଫଳ ପ୍ରଦାନକାରୀ । ଜୀବନରେ କେବେ ବି ଯଦି ଭୟ, ଭୂତ, ବାଧା ଆଦି ସମସ୍ୟା ହୁଏ ତେବେ ତୁରନ୍ତ ହନୁମାନଙ୍କୁ ସ୍ମରଣ କରନ୍ତୁ ନିଶ୍ଚୟ । ଶ୍ରଦ୍ଧା ଏବଂ ଭକ୍ତିରେ ସ୍ମରଣ କଲେ ନିଜ ଭକ୍ତଙ୍କ ପାଇଁ ଦୌଡି ଚାଲିଆସନ୍ତି ପ୍ରଭୁ ହନୁମାନ । ଧର୍ମର ମାର୍ଗରେ ଚାଲିଲେ ନିଜର ସମସ୍ତ ଭକ୍ତଙ୍କୁ ସାହାଯ୍ୟ କରନ୍ତି ହନୁମାନ ।
ଯଦି ଆପଣ ସମସ୍ତ ପ୍ରକାର ସଙ୍କଟରେ ଘେରି ରହିଛନ୍ତି ଏବଂ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ସମାଧାନ ମିଳୁନାହିଁ । ଲକ୍ଷ ପ୍ରୟାସ ପରେ ବି ଜୀବନରେ ସୁଖ ଶାନ୍ତି ମିଳୁନାହିଁ ତେବେ ଏପରି ପରିସ୍ଥତିରେ କେବଳ ହନୁମାନଙ୍କର ସାଧନା – ଆରାଧନା ହିଁ ମୁକ୍ତି ଦେଇପାରିବ । ହନୁମାନଙ୍କ ଚରଣରେ ଶରଣ ଗଲେ ଆପଣଙ୍କ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ ।
ହନୁମାନଙ୍କ କୃପା ପାଇବାର ସବୁଠାରୁ ସରଳ ଉପାୟ ହେଉଛି ହନୁମାନ ଚାଲିଶା । ବଜରଙ୍ଗବଲୀଙ୍କ ଗୁଣ ବଖାଣୁଥିବା ହନୁମାନ ଚାଲିଶା ପଢିଲେ ହନୁମାନଙ୍କ କୃପା ବର୍ଷିବା ସହ କୌଣସି ସମସ୍ୟା ହୋଇନଥାଏ । ହନୁମାନ ଚାଲିଶାର ପ୍ରତ୍ୟେକ ପଦ ହିଁ ଏକ ମହାମନ୍ତ୍ର । ଯାହାକୁ ପଢିବା ମାତ୍ରେ ସମସ୍ତ ବାଧା ବିଘ୍ନ ଏବଂ ସମସ୍ୟା ଦୂର ହେବା ସହ ବିଗିଡିଯାଇଥିବା କାମ ହୋଇଯାଏ ।