ମାତା ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ରହିଛି କିଛି ବିଶେଷ କଥା, ଜାଣନ୍ତୁ କ’ଣ ସେହି କଥା

ମାତା ଲକ୍ଷ୍ମୀଙ୍କ କୃପା ସମସ୍ତେ ପାଇବା ପାଇଁ ଚାହାନ୍ତି । କାରଣ ଧନର ଦେବୀ ମା’ ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତା’ର ସବୁ ଅସୁବିଧା ଦୂର ହୋଇଥାଏ । ଏଥିପାଇଁ ସମସ୍ତେ ମା’ଙ୍କ ପୂଜା କରିବା ପାଇଁ ବ୍ୟଗ୍ର ଥା’ନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ମାତା ଲକ୍ଷ୍ମୀଙ୍କ ମନ୍ଦିର ସମ୍ପର୍କରେ କହିବୁ,ଯେଉଁଠି ମାତାଙ୍କ ପ୍ରତିମା ଭିନ୍ନ ରୂପରେ ଦେଖିବା ପାଇଁ ପାଇବେ ।

LAXMI MANDIR
photo credit: punjabkesari.in

ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥିତ ଏହି ମାତା ଲକ୍ଷ୍ମୀଙ୍କ ମନ୍ଦିର ଏକ ପ୍ରମୁଖ ମନ୍ଦିର ଭାବରେ ପ୍ରସିଦ୍ଧ । କୁହାଯାଏ ଏଠାରେ ବର୍ଷରେ ୨ ଥର ସୂର୍ଯ୍ୟଙ୍କ କିରଣ ମାତା ଲକ୍ଷ୍ମୀଙ୍କ ଚରଣ ସ୍ପର୍ଶ କରିବା ସହ ମୁଖ ମଣ୍ଡଳ ପର୍ଯ୍ୟନ୍ତ ଯାଇଥାଏ । ଏହି ସ୍ଥାନର ଆଉ ଏକ ଖାସ୍‌ କଥା ଯେ ମନ୍ଦିର ଦିବାର ଉପରେ ଶ୍ରୀ ଯନ୍ତ୍ର ଖୋଦିତ ହୋଇ ତିଆରି ହୋଇଛି ।

ସବୁଠାରୁ ବଡ଼ କଥା ହେଉଛି ଏଠାରେ ଥିବା ମାତା ଲକ୍ଷ୍ମୀଙ୍କ ପ୍ରତ୍ୟକ ଅଂଶକୁ ସୂର୍ଯ୍ୟଙ୍କ କିରଣ ଅଲଗା ଅଲଗା ଦିନରେ ଦର୍ଶନ କରିଥାଏ । ମନ୍ଦିରର ପଶ୍ଚିମ ଦିବାରରେ ଏକ ଝରକା ରହିଛି ଯାହାଦ୍ୱାରା ସୂର୍ଯ୍ୟଙ୍କ କିରଣ ଆସି ମାତଙ୍କ ମୂର୍ତ୍ତିକୁ ସ୍ପର୍ଶ କରିଥାଏ । ରଥ ସପ୍ତମୀ ଦିନ ସୂର୍ଯ୍ୟ ଦେବ ମାତା ଲକ୍ଷ୍ମୀଙ୍କ ଚରଣ ସ୍ପର୍ଶ କରିଥାନ୍ତି ।

LAXMI MANDIR
photo credit: punjabkesari.in

ଅଧିକାଂଶ ମନ୍ଦିରର ଦ୍ୱାର ପୂର୍ବ କିମ୍ବା ଉତ୍ତର ଦିଗକୁ ଥିବା ବେଳେ ଏହି ମନ୍ଦିରର ଦ୍ୱାର ପଶ୍ଚିମ ଦିଗକୁ ଥିବା ଜଣାଯାଇଛି । ଏହି ମନ୍ଦିରକୁ ଯେଉଁ ଭକ୍ତ କୌଣସି ଇଚ୍ଛା ନେଇ କରି ଆସିଥାଏ, ତାଙ୍କର ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଏହି ମନ୍ଦିରକୁ ମାତା ଅମ୍ବାଙ୍କ ନାମରେ ପ୍ରସିଦ୍ଧ । ଏଠାରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହିତ ନିବାସ କରିଥାନ୍ତି । ଦିପାବଳୀ ଦିନ ଏହି ମନ୍ଦିରକୁ ବହୁତ ସୁନ୍ଦର ଭାବେ ସଜ୍ଜା ଯାଇଥାଏ ।

ଏହି ମନ୍ଦିର ନିର୍ମାଣ ୭ମ ଶତାବ୍ଦୀରେ ଚାଲୁକ୍ୟ ବଂଶ ରାଜା କର୍ଣ୍ଣଦେବଙ୍କ ଦ୍ୱାରା ହୋଇଥିଲା । କୁହାଯାଏ ମନ୍ଦିର ନିର୍ମାଣ ଅଧା ରହିଯାଇଥିଲା । ଯାହାକୁ ୯ମ ଶତାବ୍ଦୀରେ ପୂର୍ଣ୍ଣ କରାଯାଇଥିଲା । ଏହି ମନ୍ଦିର ୨୭ ହଜାର ବର୍ଗଫୁଟ ରେ ନିର୍ମାଣ ହୋଇଛି । ମନ୍ଦିର ପ୍ରାୟ ୪୫ ଫୁଟ ଉଚ୍ଚ ଥିବା ବେଳେ ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି ୪ ଫୁଟ୍‌ ଉଚ୍ଚ ଥିବା ଜଣାଯାଇଛି । ଏହି ମନ୍ଦିର ପ୍ରାୟ ୭ ହଜାର ବର୍ଷ ପୂରୁଣା ବୋଲି ଜଣାଯାଇଛି । ଆଦି ଗୁରୁ ଶଙ୍କରାଚାର୍ଯ୍ୟ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିଥିଲେ ବୋଲି ଜଣାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.