ଆପଣଙ୍କୁ ନଜର ଆସୁଛି କି ଏପରି ଅଜବ ସ୍ୱପ୍ନ, ଜାଣନ୍ତୁ କ’ଣ ଏହାର ସଂକେତ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି ।

କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି  ଏହାର ଅର୍ଥ ବୁଝିବେ । ବେଳେ ବେଳେ ଲୋକେ ଏମିତି କିଛି ଅଜବ ସ୍ୱପ୍ନ ଦେଖନ୍ତି,ଯାହାର ଅର୍ଥ ବୁଝି ପାରିବା କଷ୍ଟସାଧ୍ୟ ହୋଇଥାଏ । ଏହି ସ୍ୱପ୍ନ ଆପଣଙ୍କୁ ବହୁତ ଭୟଭୀତ କରିଦେଇଥାଏ । ଯଦି ଆପଣଙ୍କୁ ଏମିତି କିଛି ଅଜବ ସ୍ୱପ୍ନ ଦେଖାଯାଉଛି,ଜାଣନ୍ତୁ କ’ଣ ଏହାର ଅର୍ଥ ।

ସ୍ୱପ୍ନରେ କେହି ଅଜଣା କଳା ଛାଇ ଦେଖାଯିବା

ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ କେହି ଅଜଣା କଳା ଛାଇ ଦେଖନ୍ତି, ତ ଏହାକୁ ଏକ ଅଶୁଭ ସ୍ୱପ୍ନ ମନାଯାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏମିତି ସ୍ୱପ୍ନ ଇର୍ଷା,ଅନ୍ଧକାର, ମୃତ୍ୟୁ, ଦୁଃଖ ବା ଘୃଣାର ସଂକେତ ମନାଯାଇଥାଏ । ଏହି ସ୍ୱପ୍ନର ଅର୍ଥ ଯେ ଭବିଷ୍ୟତରେ ଆପଣଙ୍କ ଜୀବନରେ କିଛି ସଂକଟ ଆସିପାରେ ।

ସ୍ୱପ୍ନରେ କଳା ବିଲେଇ ଦେଖିବା

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ କଳା ବିଲେଇ ଦେଖା ଯାଆନ୍ତି, ଏହାକୁ ଶୁଭ ସଂକେତ ମନାଯାଇ ନଥାଏ । କାରଣ କଳା ବିଲେଇକୁ ଦୁର୍ଭାଗ୍ୟର ସଂକେତ ମନାଯାଇଥାଏ । ତେଣୁ ଏପରି ସ୍ୱପ୍ନର ଅର୍ଥ ଶୀଘ୍ର ଆପଣଙ୍କ ସହ କିଛି ଖରାପ ଘଟଣା ଘଟିପାରେ ।

ସ୍ୱପ୍ନରେ ସାପ ଚାଲିବା ଦେଖିବା

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଯଦି ଆପଣ କିଛି ସାପକୁ ଚାଲୁଥିବାର ଦେଖିବେ, ତେବେ ଏହା ଆଗାମୀରେ ଆପଣଙ୍କ ଜୀବନରେ କିଛି ବାଧା ଆସୁଥିବାର ସଂକେତ ଦେଇଥାଏ । ଏହି ସ୍ୱପ୍ନ ଏହି କଥାର ସଂକେତ ଦିଏ ଯେ ଆପଣଙ୍କ କିଛି ସଫଳ ହେଉଥିବା କାର୍ଯ୍ୟ ବିଗିଡି ଯାଇପାରେ ।

 

Leave A Reply

Your email address will not be published.