ଆଙ୍ଗୁଳିରୁ ଜାଣନ୍ତୁ ବ୍ୟକ୍ତିତ୍ୱ, କେମିତି ହୋଇଥାଏ ଆପଣଙ୍କ ଆଗରେ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ, ଜାଣନ୍ତୁ ଏମିତି

ସାମନାରେ ଥିବା ବ୍ୟକ୍ତିକୁ ଚିହ୍ନିବା ବଡ଼ ମୁସ୍କିଲ ହୋଇଥାଏ। ଯାହାଫଳରେ ଆମେ ବେଳେ ବେଳେ ଧୋକ୍କା ଖାଇଯାଇଥାଉ । ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ କେମିତି ହୋଇଥାଏ, ହସ୍ତ ବିଜ୍ଞାନରେ ଏ ସମ୍ପର୍କରେ କିଛି କୁହାଯାଇଛି । ସେସବୁକୁ ଜାଣିଲେ ଆମେ ସହଜରେ ବ୍ୟକ୍ତିକୁ ଚିହ୍ନିବାରେ ଧୋକ୍କା ଖାଇବା ନାହିଁ । ଆପଣ ଜାଣନ୍ତି କି ହାତର ଆଙ୍ଗୁଳିରୁ ଆମେ କାହାର ବ୍ୟକ୍ତିତ୍ୱ ବା ପର୍ସନାଲିଟି ଜାଣିପାରିବା । ଆସନ୍ତୁ ଜାଣିବା ସେ ସମ୍ପର୍କରେ କ’ଣ କୁହେ ହସ୍ତ ବିଜ୍ଞାନ ।

ଆଙ୍ଗୁଳିରୁ ଜାଣନ୍ତୁ ବ୍ୟକ୍ତିତ୍ୱ-

ଆମ ହାତର ସବୁଠୁ ଛୋଟ ଆଙ୍ଗୁଳି ହେଉଛି କନିଷ୍ଠ ଆଙ୍ଗୁଳି । ଏହାକୁ ଆର୍ଥିକ ସ୍ଥିତି ଓ ବୁଦ୍ଧି ସ୍ତରର ପ୍ରତିକ ମନାଯାଇଥାଏ । ଏମିତିରେ ଯେଉଁ ବ୍ୟକ୍ତିଙ୍କ କନିଷ୍ଠ ଆଙ୍ଗୁଳି ଲମ୍ବା ହୋଇଥାଏ । ତାଙ୍କୁ ସେତିକି ବୁଦ୍ଧିମାନ ବୋଲି ଜଣାଯାଇଥାଏ । ଏହି ବ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ସ୍ଥାନକୁ ଯାଇଥାନ୍ତି ।

ସେହିପରି ଯେଉଁ ବ୍ୟକ୍ତିଙ୍କ ଆଙ୍ଗୁଳି ତେଢ଼ା ମେଢ଼ା ହୋଇଥାଏ । ସେମାନଙ୍କ ଜୀବନ ଉଚ୍ଚ ନୀଚ୍ଚ ଦେଇ ଯାଇଥାଏ । ଏପରି ଲୋକେ ନିଷ୍ପତ୍ତି ନେବାରେ ମଧ୍ୟ ଭୁଲ କରିଥାନ୍ତି ।

ଯେଉଁ ଲୋକଙ୍କ କନିଷ୍ଠା ଆଙ୍ଗୁଳିର କିଛି ଅସୁବିଧା ଥାଏ, ସେମାନଙ୍କ ଜୀବନରେ ଭଲ ଫଳ ମିଳିନଥାଏ । ସେଥିପାଇଁ ଏହି ବ୍ୟକ୍ତି ଶ୍ରୀଗଣେଶଜୀଙ୍କୁ ଦୁବ ଅର୍ପଣ କରନ୍ତୁ । ଏଥିସହିତ ତାଙ୍କ ପୂଜା ସବୁଦିନ କରିବା ଦରକାର ।

ଯଦି ଅନାମିକା ବା ରିଙ୍ଗ ଫିଙ୍ଗର ଓ କନିଷ୍ଠା ମଧ୍ୟରେ ଅଧିକ ଦୂରତା ଥାଏ,ତେବେ ବ୍ୟକ୍ତିକୁ ବୃଦ୍ଧାବସ୍ଥାରେ ଆର୍ଥିକ ସମସ୍ୟାର ସାମନା କରବାକୁ ପଡିଥାଏ ।

ଯଦି କେଉଁ ବ୍ୟକ୍ତିଙ୍କ କୌଣସି ଆଙ୍ଗୁଳିର ସଂଯୋଗ ସ୍ଥଳ କନିଷ୍ଠା ଆଙ୍ଗୁଳିର ସଂଯୋଗ ସ୍ଥଳ ଗୋଟିଏ ଲାଇନରେ ଥାଏ, ତେବେ ସେ ସ୍ଥିର ବ୍ୟକ୍ତିତ୍ୱ ରୁପେ ଜଣାଯାଇଥାନ୍ତି । ସେମାନେ ବେଇମାନକୁ ଘୃଣା କରିଥାନ୍ତି ଓ ଜଣେ ସ୍ପଷ୍ଟବାଦୀ ବ୍ୟକ୍ତି ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.