କାଳଭୈରବଙ୍କ ଏହି ପୂଜା ଦ୍ୱାରା ପୂରଣ ହୁଏ ସମସ୍ତ ମନସ୍କାମନା, ବଦଳିଯାଇପାରେ ଆପଣଙ୍କ ଭାଗ୍ୟ

କାଳଭୈରବଙ୍କ ସାଧନା-ଆରଧନା କରିବାର ସବୁଠାରୁ ପବିତ୍ର ତିଥି ହେଉଛି କାଳାଷ୍ଟମୀ। ଏହି ମାସର ୨୫ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଏହି ପବିତ୍ର ତିଥି ପଡୁଛି। ଯଦି ଆପଣ ଜୀବନରେ କିଛି ବଡ଼ ଅସୁବିଧାର ସାମ୍ନା କରୁଛନ୍ତି ଏବଂ ଜୀବନରେ କିଛି ଅମଙ୍ଗଳ ହେଉଛି ତେବେ କାଳଭୈରବଙ୍କ ପୂଜା ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।

କାଳଭୈରବଙ୍କ ନାମ ଉଚ୍ଚାରଣ, ମନ୍ତ୍ର ଯାପ, ସ୍ରୋତ, ଆରତୀ ଇତ୍ୟାଦିର ଖୁବ ଶୀଘ୍ର ପ୍ରଭାବ ପଡିଥାଏ। ଏହା ଦ୍ୱାରା ବ୍ୟକ୍ତିଙ୍କର ଶରୀରିକ, ମାନଷୀକ ଏବଂ ଆର୍ଥିକ ସମସ୍ୟାର ସମାଧାନ ହୋଇଥାଏ।

vairav

କିପରି କରିବେ କାଳଭୈରବଙ୍କୁ ପ୍ରସନ୍ନ

-କୌଣସି କାମରେ ଆସୁଥିବା ବାଧାକୁ ଦୂର କରିବା ପାଇଁ କାଳାଷ୍ଟମୀ ଦିନ ଭଗବାନ ଭୈରବଙ୍କୁ ଗୋଲମରିଚ, କଳା ବିରିକୁ ଏକ କଳା କପଡ଼ାରେ ବାନ୍ଧି ଅର୍ପଣ କରନ୍ତୁ। ଏହା ଦ୍ୱାରା ଶତୃଠାରୁ ବିଜୟ ହାସଲ କରିବା ସହ ଜୀବନରେ ସୃଷ୍ଟି ହେଉଥିବା ସମସ୍ୟାର ଦୂର ହୋଇଥାଏ।

-କାଳଭୈରବଙ୍କ କୃପା ଜୀବନରେ ଚାହୁଁଥିରେ କାଳାଷ୍ଟମୀ ଦିନ ମନ୍ଦିରକୁ ଯାଇ ସିନ୍ଦୁର ଏବଂ ତେଲ ଅର୍ପଣ କରନ୍ତୁ। ଏହାପରେ କାଳଭୈରବଙ୍କ ମନ୍ତ୍ର ମଧ୍ୟ ଜପ କରିପାରିବେ।

-କାଳଭୈରବଙ୍କୁ କାଳାଷ୍ଟମୀ ଦିନ ଲେମ୍ବୁ ଚଢ଼ାଇବା ଦ୍ୱାରା ମନବାଞ୍ଝା ପୂରଣ ହୋଇଥାଏ।

-ଶାସ୍ତ୍ରରେ କୁକୁରକୁ କାଳଭୈରବଙ୍କ ବାହନ କୁହାଯାଇଥାଏ। ଏଣୁ ଭୈରବଙ୍କୁ ପ୍ରସନ୍ନ କରିବା ପାଇଁ କାଳାଷ୍ଟମୀ ଦିନ କଳାକୁକୁରକୁ ଭୋଜନ କରାନ୍ତୁ। ଏହା ଦ୍ୱାରା ମନସ୍କାମନା ପୁରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.