ସିନିୟର ସିଟିଜେନଙ୍କର ରହିଛି ଏହି ଖାସ୍‌ ଅଧିକାର, ଯାହାକୁ ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ

ବଢ଼ୁଥିବା ବୟସ ସହିତ ଅନେକ ଥର ନିରାସା ଭାବନା ବଳବତୀ ହେବାକୁ ଲାଗିଥାଏ, କାରଣ ସେମାନଙ୍କୁ ଲାଗିଥାଏ ଯେ ତାଙ୍କ ପାଇଁ ଦିନ କମି କମି ଯାଉଛି ଏବଂ ସମାଜରେ ତାଙ୍କର ଆବଶ୍ୟକତା କମ୍‌ ହେବାରେ ଲାଗିଛି। ଏମିତି ପରିସ୍ଥିତିରେ ତାଙ୍କ ମନୋବଳ ବଢ଼ାଇବା ଏବଂ ସମସ୍ୟା ମୁକାବିଲା ପାଇଁ ସରକାର ଏବଂ ବିତ୍ତୀୟ ସଂସ୍ଥା ତାଙ୍କୁ ଆର୍ଥିକ ରୂପରେ ମଜବୁତ ଦେବା ପାଇଁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି।

ଯାତ୍ରା ଠାରୁ ପେନସନ୍‌ ପର୍ଯ୍ୟନ୍ତ ଅନେକ ଫାଇଦା

old manମେଡିକାଲ ଇନସୁରାନ୍ସ

ସିନିୟର ସିଟିଜେନକୁ ସରକାର ମେଡିକାଲ ଇନସୁରାନ୍ସର ପ୍ରିମିୟମ ଉପରେ ଅଧିକ ଟ୍ୟାକ୍ସ ରିହାତିର ଲାଭ ମିଳୁଛି। ଇନକମ୍‌ ଟ୍ୟାକ୍ସ ସେକସନ ୮୦ଡି ଦ୍ୱାରା ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ନେଇପାରିବେ।

ଟ୍ୟାକ୍ସ

ଅଧିକ ଟ୍ୟାକ୍ସ ରିହାତିର ଲାଭ ସିନିୟର ସିଟିଜେନ ପାଉଛନ୍ତି। ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍‌ ଟ୍ୟାକ୍ସ ଫ୍ରୀ ସେମାନଙ୍କୁ ମିଳୁଛି।

ଭେରିଫିକେସନ ନୁହେଁ

SENIOR CITIZENସିନିୟର ସିଟିଜେନଙ୍କୁ ପାସପୋର୍ଟ ପାଇଁ ପୋଲିସ ଭେରିଫିକେସନର ଆବଶ୍ୟକତା ପଡେନାହିଁ। ସେମାନେ ତାଙ୍କ ପିଲାଙ୍କର ପାସପୋର୍ଟର କପି ଜମା କରିବା ପରେ ପାସପୋର୍ଟ ଇସ୍ୟୁ କରିଦିଆଯାଏ।

ଅଧିକ ସୁଧ ହାର

ସିନିୟର ସିଟିଜେନ ସେଭିଙ୍ଗ୍‌ ସ୍କୀମ (ଏସସିଏସଏସ) ଉପରେ ୮.୬ ପ୍ରିତଶତ ସୁଧ ମିଳିଥାଏ। ଏସସିଏସଏସ ଉପରେ ୫ ବର୍ଷର ଟର୍ମ ରହିଥାଏ, ଏହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ବଢ଼ାଇଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.