ଆତ୍ମା ଓ ଶରୀରର ସମ୍ଭନ୍ଧ ବିଷୟରେ ଜାଣିବା ପାଇଁ ବିଶ୍ୱର ନାମୀ ଦାମୀ ବୈଜ୍ଞାନିକ ମାନେ ଅନେକ ଅଧ୍ୟୟନ କରିସାରିଲାଣି । ଏସମ୍ବନ୍ଧରେ କିଛି କିଛି ତଥ୍ୟ ମଧ୍ୟ ପ୍ରକାଶ ପାଇଛି । ଏବେ ବି ସାଧାରଣରେ ପ୍ରଶ୍ନ ଉଠେ କି କେଉଁ ମୁହୂର୍ତ୍ତରେ ଶରୀରରୁ ଅଲଗା ହୋଇଥାଏ ଆତ୍ମା । ଆତ୍ମା ଛାଡିଯିବା ପରେ ହିଁ କାହିଁକି ହରାଇଥାଏ ମଣିଷ ନିଜ ଚେତନା ଶକ୍ତି । ଯଦି ଆତ୍ମା ଛାଡ଼ିଯିବା କୁ ହିଁ କାହିଁକି ମୃତ୍ୟୁ ବୋଲି କୁହାଯାଏ । ଯଦି ମୃତ୍ୟୁ ପରେ ଆତ୍ମା ଶରୀର ଛାଡି ଅନ୍ୟ ଏକ ଶରୀରରେ ପ୍ରବେଶ କରେ ତେବେ ଅତୃପ୍ତ ଆତ୍ମା କଣ । କାହିଁକି ଏହା ଏଣେ ତେଣେ ଘୁରିବୁଲେ । ଆତ୍ମା ବିଷୟରେ ପ୍ରାୟ ସମସ୍ତ ଧର୍ମରେ ଉଲ୍ଲେଖ ଅଛି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ ଧର୍ମାବଲମ୍ବୀମାନେ ଆତ୍ମାକୁ ନେଇ ଭିନ୍ନ ଭିନ୍ନ ମତ ଦିଅନ୍ତି ।
ପ୍ରାୟ ସବୁ ଧର୍ମରେ ଆତ୍ମା ବିଷୟରେ ଭିନ୍ନ ଭିନ୍ନ ତଥ୍ୟ ମାନ ମଧ୍ୟ ଦିଆଯାଇଛି । ହିନ୍ଦୁ ଧର୍ମ ଅନୁସାରେ ପ୍ରାଣୀ ମାନଙ୍କୁ ଜୀବନ ଦେଉଥିବା ସେହି ସୁକ୍ଷ୍ମ ଆଲୋକକୁ ହିଁ ଉର୍ଜାକୁ ହିଁ ” ଆତ୍ମା” ବୋଲି କୁହାଯାଇଥାଏ । ଏହି ଆତ୍ମା ସଂସାରର ସମସ୍ତ ଜୀବିତ ପ୍ରାଣୀ ମାନଙ୍କ ଠାରେ ଥାଏ । ବିଶେଷ ଭାବେ ହିନ୍ଦୁ ଧର୍ମରେ ଉଲ୍ଲେଖ ରହିଛି ଯେ, ଆତ୍ମା ଶରୀରର ମସ୍ତିଷ୍କରେ ହିଁ ବାସ କରିଥାଏ । ମୃତ୍ୟୁ ପରେ ଆତ୍ମା ଶରୀରରୁ ବାହାରି ଅନ୍ୟ ଏକ ଜନ୍ମ ପାଇବା ପର୍ଯ୍ୟନ୍ତ ବ୍ରହ୍ମାଣ୍ଡରେ ବୁଲିଥାଏ । ଏବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ବୈଜ୍ଞାନିକ ମାନେ ଏକ ଗବେଷଣା କରିଥିଲେ । ବୈଜ୍ଞାନିକଙ୍କ ଅନୁଯାୟୀ ଯେବେ ଶରୀରରୁ କ୍ବାଣ୍ଟମ ସଦୃଶ ଏକ ପଦାର୍ଥ ବାହାରି ବ୍ରହ୍ମାଣ୍ଡରେ ବିଲୀନ ହୋଇଗଲେ ମୃତ୍ୟୁ ପରି ହିଁ ଅନୁଭବ ହୋଇଥାଏ ।
ସେମାନେ ଆହୁରି ମଧ୍ୟ କହିଛନ୍ତିକି କମ୍ପ୍ୟୁଟରର ଚେତନା ପାଇଁ ଯେମିତି ପ୍ରୋଗ୍ରାମ କାମ କରେ ଠିକ ସେହିପରି ମସ୍ତିସ୍କ ପାଇଁ କ୍ବାଣ୍ଟମ କାମ କରିଥାଏ । ଏକ ବିଦେଶୀ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ପ୍ରଫେସର ମାନେ ହିଁ ଏହି ବିଷୟରେ ଅଧ୍ୟୟନ କରିଥିଲେ । ଶରୀର ସହ ଆତ୍ମାର ସମ୍ବନ୍ଧକୁ ବୈଜ୍ଞାନିକ ମାନେ ଆରବେକ ରୀଡକ୍ସନର ନାମ ଦେଇଛନ୍ତି । ଏହି ସିଦ୍ଧାନ୍ତ ଅନୁଯାୟୀ ଆମର ଆତ୍ମାର ନିର୍ମାଣ ସେହି ସେହି ତତ୍ତ୍ୱକୁ ନେଇ ହିଁ ହୋଇଛି ଯାହାକୁ ନେଇ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା । ଉଭୟ ବୌଦ୍ଧ ଓ ହିନ୍ଦୁ ଧର୍ମ ହିସାବରେ ଚେତନା ହେଉଛି ବ୍ରହ୍ମାଣ୍ଡର ଏକ ଅଭିନ୍ନ ଅଙ୍ଗ । ମୃତ୍ୟୁ ପରି ଅନୁଭବରେ ମସ୍ତିସ୍କ ନିଜ କ୍ବାଣ୍ଟମ ସ୍ଥିତିକୁ ହରାଇ ବସେ ।
କିନ୍ତୁ ଆତ୍ମା ନିଜ ଚେତନା ହରାଇନଥାଏ । ତାହା କେବଳ ଶରୀର ଛାଡ଼ିଥାଏ ଓ ବ୍ରହ୍ମାଣ୍ଡରେ ଲୀନ ହୋଇଯାଇଥାଏ । ବିଜ୍ଞାନ ଦୃଷ୍ଟିରୁ ଆମେ କହିପାରିବୁ ଯେ ମୃତ୍ୟୁର ଅର୍ଥ ହେଉଛି ହୃଦସ୍ପନ୍ଦନ ବନ୍ଦ ହୋଇଯିବା, ଶରୀରରେ ରକ୍ତ ପ୍ରବାହ ଅଟକି ଯିବା ଅଥବା ମସ୍ତିସ୍କ କାମ କରିବା ବନ୍ଦ କରିଦେବା । ଅନେକ ସମୟରେ ଆମେ ଶୁଣିଥାଉ କି ମୃତ୍ୟୁ ମୁଖରୁ ଫେରିଆସିଥିବା ଅନେକ ରୋଗୀ କହନ୍ତି ଯେ ଆମେ ମୃତ୍ୟୁ ମୁଖରୁ ଫେରି ଆସିଚୁ ବୋଲି । ତାହା ଆଉ କିଛି ନୁହେଁ ଏହା କେବଳ ହିଁ କ୍ବାଣ୍ଟମ ଯୋଗୁଁ ହିଁ ଏପରି ହୋଇଥାଏ ।