ସ୍ପେଶାଲ

ପଢ଼ନ୍ତୁ ଏମିତି ଜଣେ ବାବାଙ୍କ କାହାଣୀ, ଯାହାଙ୍କ ଚରଣ ସ୍ପର୍ଶ କରି ସାରିଛନ୍ତି ଅନେକ ଦେଶର ପ୍ରଧାନମନ୍ତ୍ରୀ

ଋଷି-ମୁନୀଙ୍କ ଦେଶ ଭାରତରେ ଏମିତି ଅନେକ ସନ୍ଥ ଅଛନ୍ତି, ଯେଉଁମାନଙ୍କୁ ଦିବ୍ୟ ସନ୍ଥ ବୋଲି କୁହାଯାଏ। ଏମିତି ହିଁ ଜଣେ ଦିବ୍ୟ ସନ୍ଥ ଥିଲେ ଯିଏ ଦେବରହା ବାବା ନାମରେ ବେଶ୍ ଜଣାଶୁଣା। ସହଜ, ସରଳ ଏବଂ ଶାନ୍ତ ପ୍ରବୃତ୍ତିର ବାବାଙ୍କର ଅଗାଧ ଜ୍ଞାନ ଥିଲା। ତାଙ୍କୁ ଭେଟିବାକୁ ଦେଶ ଦୁନିଆର ବଡ ବଡ ଲୋକମାନେ ଦୌଡ଼ି ଆସୁଥିଲେ ।

ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ ରହୁଥିବା କାରଣରୁ ତାଙ୍କ ନାମ ଦେବରାହ ଥିଲା ବୋଲି କୁହାଯାଏ। କୁହାଯାଏ କି ସେ ଦୈବୀ ଶକ୍ତିର ଅଧିକାରୀ ଥିଲେ । ଯେଉଁ କାରଣରୁ ଭକ୍ତ ତାଙ୍କୁ ଦେବରାହ ବାବା କହୁଥିଲେ। ଆୟୁଷ, ଯୋଗ, ଧ୍ୟାନ ଏବଂ ଆଶୀର୍ବାଦ, ବରଦାନ ଦେବା କ୍ଷମତା ତାଙ୍କର ଥିବାରୁ ଲୋକେ ତାଙ୍କୁ ସିଦ୍ଧ ସନ୍ଥ ବୋଲି କହୁଥିଲେ। ତାଙ୍କ ଶିଷ୍ୟମାନଙ୍କ କହିବା କଥା ଯେ ବାବା ୨୫୦ରୁ ୫୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥିଲେ। ୧୯ ଜୁନ ୧୯୯୦ ଦିନ ଶରୀର ତ୍ୟାଗ କରିଥିଲେ ଦେବରାହ ବାବା । ତାଙ୍କ ଚମତ୍କାରୀ ଶକ୍ତିକୁ ନେଇ ଲୋକମାନେ ଅନେକ ପ୍ରକାର କଥା କୁହନ୍ତି।

କୁହାଯାଏ ଯେ ବାବା ପାଣି ଉପରେ ଚାଲି ପାରୁଥିଲେ` କୌଣସି ଜାଗାକୁ ଯିବା ପାଇଁ ତାଙ୍କୁ କୌଣସି ଯାନ ବାହନର ଆବଶ୍ୟକତା ପଡୁନଥିଲା। ବାବା ପ୍ରତି ବର୍ଷ ମାଘ ମେଳା ସମୟରେ ପ୍ରୟାଗ ଯାଉଥିଲେ। ଯମୁନା କୂଳ ବୃନ୍ଦାବନରେ ସେ ଅଧ ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ସମ୍ପୂର୍ଣ୍ଣ ବୁଡ଼ି ରହିବାର ଦେଖା ଯାଉଥିଲା । ଦେବରାହ ବାବା ନିଜ ବୟସ, ତପ ଏବଂ ସିଦ୍ଧି ବିଷୟରେ କେବେ କେଉଁଠି ପ୍ରକାଶ କରି ନାହାନ୍ତି। କିନ୍ତୁ ତାଙ୍କର ଚମତ୍କାରିତା ବିଷୟରେ ସାରା ଦୁନିଆକୁ ଜଣାଥିଲା।

ଦେଶରେ ଜରୁରୀକାଳୀନ ପରିସ୍ଥିତି ପରେ ନିର୍ବାଚନ ହେଲା, ଯେଉଁଥିରେ ଇନ୍ଦିରା ଗାନ୍ଧୀ ହାରି ଯାଇଥିଲେ। କୁହାଯାଏ ଯେ ସେ ବି ଦେବରାହ ବାବାଙ୍କ ଠାରୁ ଆଶୀର୍ବାଦ ନେବାକୁ ଯାଇଥିଲେ। ବାବା ତାଙ୍କୁ ହାତ ଉଠାଇ ଆଶୀର୍ବାଦ କରିଥିଲେ । ସେଠାରୁ ଫେରିବା ପରେ ଇନ୍ଦିରା ଗାନ୍ଧୀ କଂଗ୍ରେସର ଚିହ୍ନ ହାତ ଚିହ୍ନକୁ ହିଁ ବାଛିଲେ ବୋଲି ଲୋକେ କୁହନ୍ତି। ଏହି ଚିହ୍ନରେ ୧୯୮୦ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ତ୍ୱରେ କଂଗ୍ରେସ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଥିଲା । ଆଉ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ବନିଗଲେ। ଇନ୍ଦିରା ଗାନ୍ଧୀ । ଅନେକ ଲୋକ ଦାବି କରନ୍ତି ଯେ ଭକ୍ତଙ୍କ କଥା ବାବାଙ୍କ ଓଠ ପର୍ଯ୍ୟନ୍ତ ଆସିବା ପୂର୍ବରୁ ସେତାଙ୍କ ମନ କଥା ଜାଣି ପାରୁଥିଲେ।

ବାବା ସବୁବେଳେ ଉଲଗ୍ନ ରହି ମୃଗ ଛାଲ ପିନ୍ଧୁଥିଲେ। ବାବାଙ୍କ ଦର୍ଶନ କରିବା ପାଇଁ ତାଙ୍କ ଆଶ୍ରମକୁ ୧୯୧୧ରେ ଭାରତ ଆସିଥିଲେ ଜର୍ଜ ପଞ୍ଚମ । ଦେଶର ବରପୁତ୍ର ଡା. ରାଜେନ୍ଦ୍ର ପ୍ରସାଦ, ମଦନ ମୋହନ ମାଲବୀୟ, ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ମୁଲାୟମ ସିଂହ ଯାଦବ, ବୀର ବାହଦୂର ସିଂହ, ବିନ୍ଦେଶ୍ୱର ଦୁବେ, ଜଗନ୍ନାଥ ମିଶ୍ର ଆଦି ନେତାଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ବାବାଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସୁଥିଲେ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

49 seconds ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

34 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

36 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

42 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

51 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

51 mins ago