ଗୋଟେ କପ ଦେଶୀ ଚାହା ବଦଳେଇଦେଲା ଏହି ବିଦେଶୀ ମହିଳାଙ୍କ ଭାଗ୍ୟ, ଏହି ଉପାୟରେ ହେଲେ କୋଟି କୋଟି ଟଙ୍କାର ମାଲିକାଣୀ

ଏକଥା ତ ସମସ୍ତେ ଜାଣନ୍ତି କି ଭାରତୀୟ ମାନେ ନିଜ ଦିନର ଆରମ୍ଭ ଚାହା କପରୁ ହିଁ କରିଥାନ୍ତି । ଭାରତୀୟ ଚାହାର ଚର୍ଚ୍ଚା ତ ବିଦେଶରେ ବି ରହିଛି । ବିଦେଶୀ ମାନେ ମଧ୍ୟ ହିନ୍ଦୁସ୍ତାନୀ ଚାହାର ଖୁବ ଆଦର କରିଥାନ୍ତି । କିନ୍ତୁ ଆପଣ ହୁଏତ ଶୁଣି ଆଶ୍ଚର୍ଯ୍ୟ ହେବେ ମାତ୍ର ଗୋଟେ କପ ଚାହା ଲୋକଙ୍କୁ କୋଟିପତି କରିଦେଇ ପାରିଛି । ଆମେରିକା ଅଧିବାସୀ ବ୍ରୁକ ଏଡି ଭାରତର ଦେଶୀ ଚହାକୁ ନିଜ ଦେଶରେ ବିକ୍ରି କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି । ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ଏଡିଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଏମିତିକି ବିଶ୍ୱ ସ୍ତରରେ ଏଡିଙ୍କ ଚାହା ‘ଭକ୍ତି ଚାହା’ ନାମରେ ସୁପରିଚିତ ହୋଇଛି ।

indian tea

‘ଭକ୍ତି ଚାହା’ର ବ୍ରାଣ୍ଡ ଭାଲୁ ଆଜିକା ସମୟରେ ୪୫.୫ କୋଟି ଟଙ୍କା ରହିଛି । ଏକ ସାକ୍ଷାତ୍କାର ସମୟରେ ଏଡି କହିଥିଲେ କି ୨୦୦୨ ମସିହାରେ ଏକ କାମରେ ଭାରତ ଆସିଥିବା ସମୟରେ ହିଁ ଏଡି ଚାହା ବନେଇବାର ପ୍ରେରଣା ପାଇଥିଲେ । ଦିନେ ରାସ୍ତା କଡରେ ଛିଡା ହୋଇ ଚାହା ପିଉ ପିଉ ତାଙ୍କ ମନକୁ ଏକ ବୁଦ୍ଧି ଜୁଟିଲା । ଏହି ସାଧାରଣ ଚାହାକୁ କିପରି ବ୍ୟବସାୟରେ ପରିଣତ କରିବେ ଚିନ୍ତା କଲେ । ପରେ ନିଜ ଦେଶ ଆମେରିକା ଯାଇ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ୨୦୦୭ ମସିହାରେ ନିଜ ଗାଡିର ପଛ ଡ଼ିକିରେ ମେସିନ ଜାର ରଖି ପ୍ରଥମେ ଚାହା ପ୍ରସ୍ତୁତ କରି ବିକ୍ରି କରିବା ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଏଡିଙ୍କ ଚାହାର ଖୁବ ଆଦର କରିଥାନ୍ତି ।

tea cup

୨୦୧୮ ମସିହା ସୁଦ୍ଧା ତାଙ୍କ କମ୍ପାନୀର ରେଭିନ୍ୟୁ ୪୫.୫ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା । ଚାହା ବାଦ ତାଙ୍କ କମ୍ପାନୀ ଅନ୍ୟାନ ଖାଦ୍ୟ ପ୍ରଡକ୍ଟ ମାନ ମଧ୍ୟ ପ୍ରସ୍ତୁତ କରିଥାଏ । ସାମାନ୍ୟ ଚାହା ଯେ ଜଣଙ୍କ ଜୀବନ ବଦଳେଇଦେବ ଏହା ହୁଏତ ଅନେକେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଏକ ଦେଶୀ ଚାହା ଯେ ଜଣେ ବିଦେଶୀଙ୍କ ଭାଗ୍ୟ ପରିବର୍ତ୍ତନ କରିପାରିଛି ତାହା ଏଡିଙ୍କ କ୍ଷେତ୍ରରୁ ଜଣାପଡୁଛି ।

Leave A Reply

Your email address will not be published.