ଭାଗ୍ୟଶାଳୀ ଲୋକଙ୍କ ହାତରେ ଥାଏ ‘ପର୍ବତ ଯୋଗ’ , ପାଇଥାନ୍ତି ଅସୁମାରୀ ଧନ-ଦୌଲତ ଓ ସମ୍ମାନ

ଆଜିକାଲି ଭୌତିକବାଦୀ ଯୁଗରେ ଧନ ସମ୍ପଦ ଓ ସମ୍ମାନ କିଏ ନଚାହେଁ । ଏଥିପାଇଁ ବ୍ୟକ୍ତି ଖୁବ ପରିଶ୍ରମ ମଧ୍ୟ କରିଥାନ୍ତି । ହେଲେ କିଛି ଲୋକ ଜନ୍ମରୁ ଏମିତି ଯୋଗ ନେଇ କରି ଆସିଥାନ୍ତି । ଯିଏ ଅସୁମାର ଧନ ସମ୍ପତ୍ତିର ଅଧିକାରୀ ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ହାତରେ ‘ପର୍ବତ ଯୋଗ’ ରହିଥାଏ ସେ ଜନ୍ମରୁ ଭାଗ୍ୟଶାଳୀ ହୋଇ ଜନ୍ମ ହୋଇଥାନ୍ତି ।

ହାତରେ କେମିତି ବନିଥାଏ ପର୍ବତ ଯୋଗ

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ହାତରେ ଭାଗ୍ୟ ରେଖା ମଣିବନ୍ଧରୁ ଆରମ୍ଭ ହୋଇ ସିଧା ଶନି ପର୍ବତ ଯାଏ ପହଞ୍ଚେ । ଏଥିସହିତ ରେଖା ପତଳା, ଗଭୀର ଓ ସ୍ପଷ୍ଟ ବିନା କଟା ଥାଏ । ମଣିବନ୍ଧରେ ମାଛ ରେଖା ଆକାର ବନିଥାଏ ତ ହାତରେ ପର୍ବତ ଯୋଗ ବନିଥାଏ ।

ହୋଇଥାନ୍ତି ଧନବାନ

ଯେଉଁ ଲୋକଙ୍କ ହାତରେ ପର୍ବତ ଯୋଗ ଥାଏ, ସେ ବ୍ୟକ୍ତି କମ ସମୟରେ ଧନବାନ ହୋଇଥାନ୍ତି । ଏଥିସହ ସମାଜରେ ତାଙ୍କର ଅଲଗା ପରିଚୟ ଥାଏ । ଏହି ବ୍ୟକ୍ତି ନିଜର ଭାଗ୍ୟ ନିଜେ ନିର୍ମାଣ କରିଥାଏ । ଜୀବନରେ ସେ ଯେଉଁ କାମରେ ହାତ ଦେଇଥାଏ, ସେଥିରେ ସଫଳତା ପାଇଥାନ୍ତି । ଏମିତି ଲୋକଙ୍କ ଭାଗ୍ୟରେ ଅଚାନକ କୋଟି ପତି ହେବା ଲେଖା ଥାଏ ।

ଏହି କ୍ଷେତ୍ରରେ କରିଥାନ୍ତି ଭଲ ନାମ

ଏମାନେ ଶିକ୍ଷା କ୍ଷେତ୍ରରେ ଭଲ ନାମ କମାଇଥାନ୍ତି । ଏମାନେ କିଛି କଲେଜର ମାଲିକ ହୋଇଥାନ୍ତି । ଶିକ୍ଷା କ୍ଷେତ୍ରରେ ବହୁ ବଡ଼ ପଦବୀରେ ରହିଥାନ୍ତି । ଏମାନେ ଗରୀବ,ଅନାଥ ଓ ପଣ୍ଡିତ ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ଏହି ପର୍ବତ ଥିବା ଲୋକେ ସରପଞ୍ଚ, କମିଶନର, ଜିଲ୍ଳା ବୋର୍ଡ ସଦସ୍ୟ ହୋଇଥାନ୍ତି । ବଡ଼ ରାଜନେତାଙ୍କ ସହ ଭଲ ସମ୍ପର୍କ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.