ଶୁକ୍ରବାର ଦିନ ଏହି ବିଧିରେ କରନ୍ତୁ ମା’ ଅଷ୍ଟଲକ୍ଷ୍ମୀଙ୍କୁ ପୂଜା, କେବେ ବି ଘରୁ ଯିବେନି ଲକ୍ଷ୍ମୀ

ଶୁକ୍ରବାର ଦିନ ଧନ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ତମ ଦିନ। ଆର୍ଥିକ ସମସ୍ୟା, କରଜରୁ ମୁକ୍ତି, ଦାରିଦ୍ରତା ଦୂର କରିବା ପାଇଁ ଏହିଦିନ ବିଧିବିଧାନରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଜରୁରୀ। ଯେଉଁ ଘରେ ଧର୍ମର ନିୟମ ପାଳନ ହୋଇଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀ ବହୁତ ଚଞ୍ଚଳାମନା। ଅର୍ଥାତ୍ କୌଣସି ସ୍ଥାନରେ ଅଧିକ ସମୟ ରହିନଥାନ୍ତି।
ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପୂଜା ପାଠ, ବିଶେଷ ଉପାୟ, ମନ୍ତ୍ର ଜପ ଇତ୍ୟାଦି କରାଯାଏ। ମହାଲକ୍ଷ୍ମୀଙ୍କ ୮ଟି ସ୍ୱରୂପ ରହିଥାଏ। ମାନ୍ୟତା ଅନୁସାରେ ଶୁକ୍ରବାର ଦିନ ଏମାନଙ୍କୁ ଆରାଧନା କରିବା ଦ୍ୱାରା ଧନର ଅଭାବ ରହେ ନାହିଁ। ବେପାରେ ବୃଦ୍ଧି, ପରିବାରରେ ଖୁସି ଆସିଥାଏ। ତେବେ ମା’ଙ୍କ ୮ଟି ସ୍ୱରୂପକୁ କେମିତି ପୂଜା କରିବେ…
ମା’ ଲକ୍ଷ୍ମୀଙ୍କ ୮ ସ୍ୱରୂପ :
ମା’ ଲକ୍ଷ୍ମୀଙ୍କ ୮ଟି ସ୍ୱରୂପରେ ଜୀବନରେ ୮ଟି ଅଲଗା ଅଲଗା ବର୍ଗ ସହିତ ଜଡିତ ରହିଥାଏ। ଶୁକବ୍ରାର ଦିନ ଅଷ୍ଟ ଲକ୍ଷ୍ମୀ ପୂଜା କରିବା ଦ୍ୱାରା ବୀଜ ମନ୍ତ୍ର ଜାପ କରିବା ଦ୍ୱାରା ଭୌତିକ ସୁଖ ପ୍ରାପ୍ତି ହୋଇଥାଏ।
– ଶ୍ରୀ ଆଦି ଲକ୍ଷ୍ମୀ
– ଶ୍ରୀ ବିଦ୍ୟା ଲକ୍ଷ୍ମୀ
– ଶ୍ରୀ ଧନ ଲକ୍ଷ୍ମୀ
– ଶ୍ରୀ ବିଜୟ ଲକ୍ଷ୍ମୀ ବା ବୀର ଲକ୍ଷ୍ମୀ
– ଶ୍ରୀ ଧୈର୍ଯ୍ୟ ଲକ୍ଷ୍ମୀ
– ଶ୍ରୀ ଗଜ ଲକ୍ଷ୍ମୀ
– ଶ୍ରୀ ଏଶ୍ୱର୍ଯ୍ୟ ଲକ୍ଷ୍ମୀ
– ଶ୍ରୀ ସନ୍ତାନ ଲକ୍ଷ୍ମୀ
ଅଷ୍ଟ ଲକ୍ଷ୍ମୀଙ୍କ ପୂଜା ବିଧି :
– ଶାସ୍ତ୍ରରେ ମା୩ ଲକ୍ଷ୍ମୀଙ୍କ ପୂଜା କରିବା ପାଇଁ ରାତି ସମୟ ଶୁଭ। ଶୁକ୍ରବାର ରାତି ୯ରୁ ୧୦ଟା ମଧ୍ୟରେ ମା’ ଲକ୍ଷ୍ମୀଙ୍କ ପୂଜା କରିବାର ଜରୁରୀ।
– ସ୍ୱଚ୍ଛ ବସ୍ତ୍ର ଧାରଣ କରି ପୂଜା ସ୍ଥାନରେ ଗୋଲାପୀ ରଙ୍ଗର କପଡା ଥୋଇ ଶ୍ରୀଯନ୍ତ୍ର ଏବଂ ଅଷ୍ଟ ଲକ୍ଷ୍ମୀ ଫଟୋ ସ୍ଥାପନା କରନ୍ତୁ।
– ଏବେ ଅକ୍ଷଲକ୍ଷ୍ମୀଙ୍କ ସମ୍ମୁଖଷର ୮ଟି ଘିଅ ଦୀପ ଜଳାନ୍ତୁ। ଅଷ୍ଟଗନ୍ଧ ଦ୍ୱାରା ଶ୍ରୀଯନ୍ତ୍ର ଏବଂ ଅଷ୍ଟଲକ୍ଷ୍ମୀଙ୍କୁ ତିଳକ ଲଗାନ୍ତୁ। ମା’ଙ୍କୁ ମନ୍ଦାର ଫୁଲ ମାଳା ଚଢାନ୍ତୁ ।
– ଅଷ୍ଟଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଏଁ ହ୍ରିଂ ଶ୍ରୀ ଅଷ୍ଟଲକ୍ଷ୍ମୌ ହ୍ରୀଂ ସିଦ୍ଧେୟେ ମମ ଗୃହେ ଆଗଚ୍ଛାଗଚ୍ଛ ନମଃ ସ୍ୱାହା । ଏକ ମାଳା ଜପ କରନ୍ତୁ। ତା’ ପରେ ୮ଟି ଦୀପକୁ ଘରର ଆଠଟି ଦିଗରେ ରଖିଦିଅନ୍ତୁ। ମାନ୍ୟତା ଅନୁସାରେ ପ୍ରତ୍ୟେକ ସମସ୍ୟାର ସମାଧାନ ହେବ।
Also Read : ବୁଧ କରୁଛନ୍ତି ରାଶି ପରିବର୍ତ୍ତନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହେବ ଧନବର୍ଷା, ମିଳିବ ପ୍ରତିଷ୍ଠା