ବୁଧବାର ଗଣେଶଙ୍କୁ ପୂଜା କଲେ ଦୂର ହୁଏ ସବୁ ସଙ୍କଟ, ଜାଣନ୍ତୁ ବ୍ରତର ନିୟମ ଓ ଲାଭ

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସବୁ ବାର କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ ହୋଇଥାଏ। ଶାସ୍ତ୍ର ମୁତାବକ, ବୁଧବାର ମଧ୍ୟ ହିନ୍ଦୁଧର୍ମର ଅଗ୍ରପୂଜ୍ୟ ଗଣେଶଙ୍କୁ ସମର୍ପିତ। ଏହି ଦିନ ଗଣପତିଙ୍କ ପ୍ରିୟ ବାର। କୁହାଯାଏ, ବୁଧବାର ଗଣେଶଙ୍କୁ ପୂଜାର୍ଚ୍ଚନା କଲେ ଅନେକ ଲାଭ ମିଳେ। ଆସନ୍ତୁ ଜାଣିବା ବୁଧବାର ଗଣେଶଙ୍କୁ ପୂଜା କରିବାର ନିୟମ ଓ ଏହା ଦ୍ୱାରା ମିଳୁଥିବା ଲାଭ ବିଷୟରେ…

ଗଣେଶଙ୍କୁ ପୂଜା କରିବାର ନିୟମ:

ବୁଧବାର ଗଣେଶଙ୍କ ବ୍ରତ ରଖିବା ବେଳେ ଲୁଣ ଖାଆନ୍ତୁ ନାହିଁ।

ପୂଜା ବେଳେ ଗଣେଶଙ୍କୁ ଘିଅ ଓ ଗୁଡ଼ର ଭୋଗ ଲଗାନ୍ତୁ। ଏହି ପ୍ରସାଦକୁ ଗାଈଙ୍କୁ ଖୁଆନ୍ତୁ।

ବୁଧବାର ବ୍ରତ କଥା ନିଶ୍ଚୟ ପଢ଼ନ୍ତୁ ଓ ଆରତି ମଧ୍ୟ କରନ୍ତୁ।

ମାନ୍ୟତା ରହିଛି ଯେ ବୁଧବାର ବ୍ରତରେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ।

ବ୍ରତର ଲାଭ:

ବୁଧବାର ବ୍ରତ କରୁଥିବା ବ୍ୟକ୍ତିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ।

ଏହି ବ୍ରତ କଲେ ଆପଣଙ୍କ ଅନ୍ନର ଭଣ୍ଡାର କେବେ ବି ଖାଲି ହେବ ନାହିଁ।

ବୁଧବାର ଗଣେଶଙ୍କ ଆରାଧନା କଲେ ଜୀବନର ସମସ୍ତ ସଙ୍କଟ ଦୂର ହୁଏ।

ଯଦି ଆପଣଙ୍କ କଷ୍ଟ ଅର୍ଜିତ ଧନ ବ୍ୟର୍ଥ ଯାଉଛି ତେବେ ବୁଧବାର ନିଶ୍ଚୟ ବ୍ରତ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.